Drunken Men ବରଗଡ଼ ଓକିଲ ସଂଘ ସଭାପତିଙ୍କୁ ଆକ୍ରମଣ

Aug 06, 2026 - 21:18
Drunken Men ବରଗଡ଼ ଓକିଲ ସଂଘ ସଭାପତିଙ୍କୁ ଆକ୍ରମଣ

"ବରଗଡ଼:  ବରଗଡ଼ କଚେରୀ ନିକଟରେ ଓକିଲ ସଂଘ ସଭପତି ଭୀଷ୍ମଦେବ ସରାଫଙ୍କୁ ଆକ୍ରମଣ ହୋଇଛି।

ଏଥିରେ ସେ ଗୁରୁତର ଆହତ ହୋଇଛନ୍ତି।

Advertisment Woman Brutally Attacked: ଜମି ବିବାଦକୁ ନେଇ ମହିଳାଙ୍କୁ ମରଣାନ୍ତକ ଆକ୍ରମଣ, ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର ସୂଚନାନୁସାରେ, ତିନିଜଣ ମଦ୍ୟପ ବାଇକ୍‌ରେ ଆସୁଥିବା ବେଳେ କଚେରି ପାଖରେ ଭାରସାମ୍ୟ ହରାଇ ତଳେ ପଡ଼ିଯାଇଥିଲେ l ଏତିକି ବେଳେ ଶ୍ରୀ ସରଫା ସହାୟତା କରିବା ଉଦ୍ଦେଶ୍ୟରେ ସେମାନଙ୍କୁ ଉଠାଇବାକୁ ଯାଇଥିଲେ।

ତେବେ ମଦ୍ୟପମାନେ ଓଲଟି ଓକିଲ ସଂଘ ସଭାପତିଙ୍କୁ ଗାଳି ଗୁଲଜ କରିବା ସହ ମଦ ବୋତଲ ରେ ଆକ୍ରମଣ କରିଥିଲେ l  Census Officers Fatally Attacked: କାମାକ୍ଷାନଗରରେ ଜନଗଣନା କର୍ମଚାରୀଙ୍କୁ ମରଣାନ୍ତକ ଆକ୍ରମଣ ମଦ୍ୟପଙ୍କ ଆକ୍ରମଣରେ ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ବେଳେ ତାଙ୍କୁ ପ୍ରଥମେ ସହରାଞ୍ଚଳ ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ର ଓ ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳକୁ ନେଇ ଚିକିତ୍ସା କରାଯାଇଥିଲା l ଅଧିକ ଚିକିତ୍ସା ପାଇଁ ତାଙ୍କୁ ଏବେ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି l ଅନ୍ୟପଟେ ଏହି ଘଟଣାରେ ୩ ଜଣ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିଛି l ଏନେଇ ପୁଲିସର କୌଣସି ପ୍ରତିକ୍ରିୟା ମିଳିପାରିନାହିଁ l"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।