DSC Arjun: ଭୁବନେଶ୍ବର ଷ୍ଟେସନରେ ‘ଡିଏସ୍ସି ଅର୍ଜୁନ’: ତ୍ୱରିତ ସୁରକ୍ଷାରେ ଆରପିଏଫ୍କୁ ସହୟତା ଯୋଗାଉଛି
"ଭୁବନେଶ୍ୱର: ଭୁବନେଶ୍ବର ରେଳ ଷ୍ଟେସନରେ ଯାତ୍ରୀଙ୍କୁ ସୁରକ୍ଷା ଯୋଗାଉଛି ଏଆଇ ରୋବଟ୍ "ଡିଏସ୍ସି ଅର୍ଜୁନ"।
କୃତ୍ରିମ ବୁଦ୍ଧିମତ୍ତା(ଏଆଇ) ଆଧାରିତ ଏହି ରୋବଟ୍ ପ୍ରଚଳନ ପୂର୍ବତଟ ରେଳପଥର ସ୍ମାର୍ଟ ଏବଂ ପ୍ରଯୁକ୍ତିବିଦ୍ୟା-ସଞ୍ଚାଳିତ ସୁରକ୍ଷା ବ୍ୟବସ୍ଥା ଦିଗରେ ଆଉ ଏକ ମାଇଲଖୁଣ୍ଟ ସୃଷ୍ଟି କରିଛି।
ଏଆଇ, କମ୍ପ୍ୟୁଟର ଭିଜନ, ମେସିନ୍ ଲର୍ଣ୍ଣିଙ୍ଗ ଓ ଇଣ୍ଟରନେଟ୍ ଅଫ୍ ଥିଙ୍ଗ୍ସ(ଆଇଓଟି) ଭଳି ଅତ୍ୟାଧୁନିକ ପ୍ରଯୁକ୍ତିରେ ସଜ୍ଜିତ ଏହି ରୋବୋଟିକ୍ ପ୍ଲାଟଫର୍ମ ରେଳ ସୁରକ୍ଷା ବଳ(ଆରପିଏଫ୍)ଙ୍କୁ ଅଧିକ ସକ୍ରିୟ, ଦକ୍ଷ ଓ ତ୍ୱରିତ ସୁରକ୍ଷା ସେବା ପ୍ରଦାନରେ ସହାୟତା ଯୋଗାଉଛି।
ଏହି ରୋବଟ୍ ଭୁବନେଶ୍ବର ରେଳ ଷ୍ଟେସନ ପ୍ଲାଟଫର୍ମ, ଷ୍ଟେସନ କନକୋର୍ସ, ଟିକେଟ୍ ବୁକିଂ କାଉଣ୍ଟର, ପ୍ରତୀକ୍ଷାଳୟ, ସର୍କୁଲେଟିଂ ଏରିଆ, ପାର୍କିଂ ସ୍ଥଳ, ପାର୍ସଲ୍ କାର୍ଯ୍ୟାଳୟ ଓ ଅନ୍ୟାନ୍ୟ ସମ୍ବେଦନଶୀଳ ସ୍ଥାନରେ ବିଭିନ୍ନ ସମୟରେ ମୁତୟନ କରାଯିବ।
ନିରନ୍ତର ନିରୀକ୍ଷଣ ଓ ବିଶ୍ଳେଷଣ ମାଧ୍ୟମରେ ଅପରାଧ ନିରୋଧ, ବ୍ୟସ୍ତ ସମୟରେ ଯାତ୍ରୀ ସୁପରିଚାଳନା, ରେଳ ସମ୍ପତ୍ତିର ସୁରକ୍ଷା ଓ ଅଗ୍ନିକାଣ୍ଡ, ଚିକିତ୍ସା ଜନିତ ଜରୁରୀକାଳୀନ ପରିସ୍ଥିତି କିମ୍ବା ସୁରକ୍ଷା ସମ୍ବନ୍ଧୀୟ ଘଟଣା ଭଳି ଆପାତକାଳୀନ ସ୍ଥିତିରେ ସହାୟକ ହେବ ବୋଲି ପୂର୍ବତଟ ରେଳପଥ ପକ୍ଷରୁ କୁହାଯାଇଛି।Advertisment Plantation drive: ଭାରତୀୟ ମାନବାଧିକାର ପରିଷଦ ପକ୍ଷରୁ ପୂର୍ବତନ ସେନାର ଯବାନଙ୍କୁ ସମ୍ବର୍ଦ୍ଧନା ଏହି ଅତ୍ୟାଧୁନିକ ବ୍ୟବସ୍ଥା ଯାତ୍ରୀ, ଷ୍ଟେସନ ସୁରକ୍ଷା ଓ ରେଳ ପରିଚାଳନା ଦକ୍ଷତାକୁ ଆହୁରି ବୃଦ୍ଧି କରିବ।
କୋଭିଡ୍ ସମୟରେ ଭାରତୀୟ ରେଳବାଇରେ ରୋବୋର୍ଟ ଦ୍ୱାରା ନିରୀକ୍ଷଣ ବ୍ୟବସ୍ଥା ଆରମ୍ଭ ହୋଇଥିଲା।
ଏହି ପଦକ୍ଷେପକୁ ଆଗକୁ ବଢ଼ାଇ ପୂର୍ବତଟ ରେଳପଥ ପକ୍ଷରୁ ୨୦୨୬ ଜାନୁଆରି ୨୩ରେ ବିଶାଖାପାଟଣା ରେଳ ଷ୍ଟେସନରେ "ଏଏସ୍ସି ଅର୍ଜୁନ" ନାମକ ହ୍ୟୁମାନଏଡ୍ ରୋବୋଟ୍ର ବ୍ୟବହାର ହୋଇଥିଲା।
ନୂତନ ଭାବେ ବିକଶିତ "ଡିଏସ୍ସି ଅର୍ଜୁନ" ଏହି ବୈଷୟିକ ବିକାଶର ପରବର୍ତ୍ତୀ ପର୍ଯ୍ୟାୟର ପ୍ରତିନିଧିତ୍ୱ କରୁଛି।
ଏଥିରେ ଉନ୍ନତ ଏଆଇ ସକ୍ଷମ ନିରୀକ୍ଷଣ ପ୍ରଣାଳୀ ଏବଂ ବିଶ୍ଳେଷଣାତ୍ମକ ପ୍ରଯୁକ୍ତିବିଦ୍ୟାକୁ ସମନ୍ୱିତ କରି ଉନ୍ନତ ରେଳ ସୁରକ୍ଷା ପ୍ଲାଟଫର୍ମ ରୂପେ ବିକଶିତ କରାଯାଇଛି।
୨୪ ଘଣ୍ଟା ନିରନ୍ତର ନିରୀକ୍ଷଣ ଓ ବୁଦ୍ଧିମାନ ପର୍ଯ୍ୟବେକ୍ଷଣ କରିବାରେ ସକ୍ଷମ ହୋଇଛି।
ବିଶେଷକରି ରାତି ସମୟରେ ଷ୍ଟେସନ୍ କନକୋର୍ସରେ ଯାତ୍ରୀମାନେ ଶୋଇଯିବା ପରେ "ଡିଏସ୍ସି ଅର୍ଜୁନ" ସୁରକ୍ଷା ଯୋଗାଉଛି।
୩ରୁ ୪ ଜଣ ଆରପିଏଫ୍ କର୍ମଚାରୀ ଏହା ନିକଟରେ ରହିବା ସହ ପ୍ରତି ମୂହର୍ତ୍ତର ତଥ୍ୟ ସଂଗ୍ରହ କରୁଛନ୍ତି।
ରଥଯାତ୍ରା ସମୟରେ ପୁରୀ ରେଳ ଷ୍ଟେସନରେ ପ୍ରବଳ ଗହଳି ହେଉଥିବାରୁ ସେଠାରେ ନିୟୋଜିତ ହୋଇଥିଲା।
ଏଣିକି ଏହା ଭୁବନେଶ୍ବର ରେଳ ଷ୍ଟେସନରେ ରହିବ।
Tur dal: ହରଡ଼ ଡାଲିର ସମ୍ପୂର୍ଣ୍ଣ ଜିନୋମ୍ ଉନ୍ମୋଚନ କଲେ ଭାରତୀୟ ବିଜ୍ଞାନୀ"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।