E-challan: ଇ-ଚାଲାଣରେ ଫସିଛି ୧୧୩୭ କୋଟି: ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍ ବିନା ଗାଡ଼ି ପଞ୍ଜୀକରଣ
"ଭୁବନେଶ୍ବର: ଟ୍ରାଫିକ ଓ ସଡ଼କ ନିୟମ ଉଲ୍ଲଂଘନକାରୀଙ୍କୁ ଇଲେକ୍ଟ୍ରୋନିକ୍ସ ମାଧ୍ୟମରେ ଚାଲାଣ ପଠାଯାଉଛି।
କିନ୍ତୁ ଜରିମାନା ରାଶି ସଂଗ୍ରହ କରାଯାଇପାରୁନାହିଁ।
ସିଏଜିଙ୍କ ସମୀକ୍ଷା ରିପୋର୍ଟ ଅନୁସାରେ ୩୯.୫୫ ଲକ୍ଷ ଇ-ଚାଲାଣରୁ ୧୧୩୬.୬୨ କୋଟି ଟଙ୍କା ଆଦାୟ କରାଯାଇନାହିଁ।
ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ (ଆର୍ଟିଓ), ପୁଲିସ କର୍ତ୍ତୃପକ୍ଷ କିମ୍ବା କୋର୍ଟ ମାମଲା ଯୋଗୁଁ ସେହି ରାଶି ଫସିରହିଛି।
ଟିକସ ଓ ଜରିମାନା ପଇଠ ନ କରି ଏହି ଗାଡ଼ିଗୁଡ଼ିକ ରାସ୍ତାରେ ଗଡ଼ୁଛି।
୯୭୬୦ଟି ଗାଡ଼ିରୁ ଯାଞ୍ଚ ଫି ବାବଦରେ ୭୩.୧୮ ଲକ୍ଷ କୋଟି ଟଙ୍କା ସଂଗ୍ରହ କରାଯାଇନାହିଁ।
ବାରମ୍ବାର ନିୟମ ଉଲ୍ଲଂଘନକାରୀଙ୍କ ନାମରେ ଚାଲାଣ ଜାରି କରିବା ବେଳେ ପ୍ରବର୍ତ୍ତନ ଅଧିକାରୀ କେବଳ ଗୋଟିଏ କିମ୍ବା ଦୁଇଟି ଦୋଷ ବିଚାରକୁ ନେବା ସହ ଅନ୍ୟଗୁଡ଼ିକୁ ଛାଡ଼ି ଦେଉଥିବାରୁ ବିଭାଗ ୬୪୦.୮୭ କୋଟି ଟଙ୍କାର ଜରିମାନା ହରାଇଛି।
Advertisment World Skills Shanghai-2026: ବିଶ୍ୱ ଦକ୍ଷତା ପ୍ରତିଯୋଗିତା ସାଂଘାଇ ୨୦୨୬ରେ ୧୦ମ ସ୍ଥାନ ହାଲ କଲା ଭାରତ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍ ବିନା ଗାଡ଼ି ପଞ୍ଜୀକରଣଆଦାୟ ହୋଇପାରୁନି ୫୩୦ କୋଟି ବକେୟା ସମୀକ୍ଷା ବେଳେ ସିଏଜି ଜାଣିବାକୁ ପାଇଛନ୍ତି ଯେ ଯାନକୁ ଟ୍ରାକ୍ କରିବା ଡିଭାଇସ୍ ଓ ଜରୁରୀକାଳୀନ ବଟନ୍ ବିନା ସାର୍ବଜନୀନ ସେବାରେ ଲାଗିଥିବା ଗାଡ଼ିଗୁଡ଼ିକୁ ପଞ୍ଜୀକରଣ କରାଯାଇଛି ଯାହା ମହିଳା ଯାତ୍ରୀମାନଙ୍କ ସୁରକ୍ଷା ପ୍ରତି ଏକ ପ୍ରକାର ସାଲିସ।
ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍ (ଏଚ୍ଏସ୍ଆର୍ପି) ମାମଲାରେ ମଧ୍ୟ ବ୍ୟାପକ ତ୍ରୁଟି ଧରାପଡ଼ିଛି।
୨୦୧୯ ମାର୍ଚ୍ଚ ପୂର୍ବରୁ ୧୭.୬୧ ଲକ୍ଷ ଗାଡ଼ିରେ ଏଭଳି ନମ୍ବର ପ୍ଲେଟ୍ ଲଗାଇବାରେ ପରିବହନ ବିଭାଗ ବିଫଳ ହୋଇଥିଲା।
୨୦୨୪ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ୧.୫୨ ଗାଡ଼ିକୁ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍ ବିନା ପଞ୍ଜୀକରଣ କରାଯାଇଥିଲା।
Neglect: ଦିବ୍ୟାଙ୍ଗଙ୍କ ଉନ୍ନତି ଭୁଲିଗଲେ; ପଶ୍ଚିମ ଓଡ଼ିଶାରେ ଭତ୍ତାରୁ ବଞ୍ଚିତ ୯୧ ହଜାର ବିଭାଗର ଅପରାଗତା କାରଣରୁ ୫୩୦ କୋଟି ଟଙ୍କାର ବକେୟା ମଧ୍ୟରୁ ମାତ୍ର ୯.୭୧ କୋଟି ଟଙ୍କା ସଂଗ୍ରହ କରାଯାଇଥିଲା।
ସଡ଼କ ସୁରକ୍ଷା ନୀତି ୨୦୧୫ରେ ୨୦୨୦ ସୁଦ୍ଧା ସଡ଼କ ଦୁର୍ଘଟଣାରେ ୫୦ ପ୍ରତିଶତ ଓ ମୃତାହତରେ ୨୦ ପ୍ରତିଶତ ହ୍ରାସ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା।
କିନ୍ତୁ ସମୀକ୍ଷା ବେଳେ ଜଣାପଡ଼ିଥିଲା ଯେ ୨୦୨୦କୁ ବାଦଦେଲେ ୨୦୧୯ରୁ ୨୦୨୩ ପର୍ଯ୍ୟନ୍ତ ସବୁ ବର୍ଷ ଦୁର୍ଘଟଣା ଓ ମୃତାହତ ମାମଲା ବଢ଼ିଥିଲା।
୨୦୨୦ରେ କୋଭିଡ୍ ମହାମାରୀ ପାଇଁ ଗାଡ଼ି ଚଳାଚଳ ଉପରେ ବହୁ ମାସ ପର୍ଯ୍ୟନ୍ତ ଉପରେ କଟକଣା ରହିଥିଲା।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।