e-commerce: ରିହାତିରେ ନୂଆ, ପୁରୁଣା ଉଭୟ ଦର ଦେଖାଇବେ-ଗ୍ରାହକଙ୍କୁ ବିଭ୍ରାନ୍ତ କରିପାରିବେନି

Sep 10, 2026 - 19:37
e-commerce: ରିହାତିରେ ନୂଆ, ପୁରୁଣା ଉଭୟ ଦର ଦେଖାଇବେ-ଗ୍ରାହକଙ୍କୁ ବିଭ୍ରାନ୍ତ କରିପାରିବେନି

"ନୂଆଦିଲ୍ଲୀ: କେନ୍ଦ୍ର ସରକାର ଉପଭୋକ୍ତା ସୁରକ୍ଷା (ଇ-କମର୍ସ) ନିୟମ ୨୦୨୦ରେ ସଂଶୋଧନ କରି ତାହାକୁ ଆହୁରି କଡ଼ାକଡ଼ି କରିଛନ୍ତି।

ନୂଆ ନିୟମ ୨୦୨୭ ଜାନୁଆରି ୧ରୁ ଲାଗୁ ହେବ।

ନୂଆ ନିୟମ ଅନୁସାରେ ଇ-କମର୍ସ ସଂସ୍ଥା କୌଣସି ରିହାତି ଘୋଷଣା କଲେ ଉଭୟ ନୂଆ ଓ ପୁରୁଣା ମୂଲ୍ୟ ପ୍ରଦର୍ଶିତ କରିବେ।

ରିହାତି ଘୋଷଣା ହେବାର ୩୦ ଦିନ ପୂର୍ବରୁ ଉତ୍ପାଦର ଯାହା ସର୍ବନିମ୍ନ ଦର ଥିଲା ତାହାକୁ ଦେଖାଇବେ।Advertisment ଅନଲାଇନ୍‌ରେ ସପିଙ୍ଗ ବେଳେ ଗ୍ରାହକମାନେ ଯାହା ଖୋଜିବାକୁ ଚାହୁଛନ୍ତି ସେମାନଙ୍କୁ ତାହା ଦେଖାଇବାକୁ କମ୍ପାନିଗୁଡ଼ିକ ବାଧ୍ୟ ହେବେ।

ସର୍ଚ୍ଚ‌ରେ କୌଣସି ପ୍ରକାର ହେରଫେର କରିପାରିବେ ନାହିଁ।

ଗ୍ରାହକ ଚାହୁଥିବା ଜିନିଷ ବଦଳରେ ଅନ୍ୟ ଜିନିଷ ଦେଖାଇପାରିବେ ନାହିଁ।

ପ୍ରାୟୋଜକ ଆଧାରରେ ଯେଉଁ ଜିନିଷ ତାଲିକାଭୁକ୍ତ କରାଯାଉଛି ସେ ସମ୍ପର୍କରେ ସ୍ବଚ୍ଛତାର ସହ ସ୍ପଷ୍ଟ ଭାବେ ଘୋଷଣା କରିବାକୁ କମ୍ପାନିଗୁଡ଼ିକୁ କୁହାଯାଇଛି।

ଫଳରେ ଗ୍ରାହକମାନେ ସେହି ଜିନିଷ କିମ୍ବା ସେବାର ପ୍ରଚାର ପାଇଁ ଟଙ୍କା ଖର୍ଚ୍ଚ ହୋଇଥିବା ଜାଣିପାରିବେ।

ଡାର୍କ-ପାଟର୍ଣ୍ଣ ଗାଇଡ୍‌ଲାଇନ୍‌କୁ ମଧ୍ୟ କଡ଼ାକଡ଼ି କରାଯାଇଛି।

ତାହାକୁ ଠିକ୍‌ ଭାବେ ପାଳନ କରାଯାଉଛି ନା ନାହିଁ ତାହା ଜାଣିବା ପାଇଁ ଇ-କମର୍ସ କମ୍ପାନିଗୁଡ଼ିକର ନିଜସ୍ବ ଅଡିଟ୍‌ କରିବେ ଓ ନିୟମ ପାଳନ ହୋଇଥିବାର ସାର୍ଟିଫିକେଟ୍‌କୁ ପ୍ରଦର୍ଶିତ କରିବେ।

ଗ୍ରାହକମାନେ କରୁଥିବା ଅଭିଯୋଗ ହାସଲ ହୋଇଥିବାର ଏକ ନକଲକୁ କମ୍ପାନି ଗ୍ରାହକଙ୍କୁ ଦେବେ।

ଗ୍ରାହକମାନଙ୍କ ଲାଗି ହେଲ୍‌ପଲାଇନ୍‌ର ବ୍ୟବସ୍ଥା କରିବେ।

ପ୍ରତିଟି ଇ-କମର୍ସ କମ୍ପାନି ଜାତୀୟ ଉପଭୋକ୍ତା ହେଲ୍‌ପଲାଇନ୍‌ ସହ ଯୋଡ଼ିହେବେ।

ସୋ"ରୁମ୍‌ରେ ଗ୍ରାହକଙ୍କ ଭିଡ଼: ଗାଡ଼ି, ଟିଭି, ଏସି କିଣିଲେ, ଇ-କମର୍ସରେ ରେକର୍ଡ ବରାଦ ନୂଆ ନିୟମ ଅନୁସାରେ ଅନଲାଇନ୍‌ ସଂସ୍ଥାଗୁଡ଼ିକ ଉତ୍ପାଦ ବିଷୟରେ ସବିଶେଷ ବିବରଣୀ ପ୍ରଦାନ କରିବେ।

ଉତ୍ପାଦର ଗୁଣାତ୍ମକ ମାନ କେତେ ଦିନ ପର୍ଯ୍ୟନ୍ତ ବଜାୟ ରହିବ, ଏକ୍ସପାୟରି ତାରିଖ, ଫେରସ୍ତ ଓ ରିଫଣ୍ଡ ସର୍ତ୍ତାବଳୀ, ୱାରେଣ୍ଟି, ଡେଲିଭରି ଖର୍ଚ୍ଚ ଓ ପେମେଣ୍ଟ ବିବରଣୀ ଆଦି ଜଣାଇବେ।

ଆମଦାନି ହୋଇଥିବା ଜିନିଷ ପ୍ରକୃତରେ କେଉଁ ଦେଶରୁ ଆସିଛି ତାହା ପ୍ରକାଶ କରିବେ।

ଗ୍ରାହକଙ୍କ ବିନା ଅନୁମତିରେ ଇ-କମର୍ସ କମ୍ପାନିଗୁଡ଼ିକ ତାଙ୍କ ତଥ୍ୟକୁ ଅନ୍ୟ କୌଣସି କାମରେ ବ୍ୟବହାର କରିପାରିବେ ନାହିଁ।

ଇ-କମର୍ସ ସେବା ସହ ଜଡ଼ିତ ନ ଥିବା ଅନ୍ୟ କୌଣସି କାମ ପାଇଁ ସେମାନେ ଗ୍ରାହକଙ୍କଠାରୁ ଫି ଅସୁଲ କରିପାରିବେ ନାହିଁ।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।