Earth Again Conference 2026: ‘ପୃଥିବୀର ସୁରକ୍ଷା ପାଇଁ ମାନବ ସଭ୍ୟତାକୁ ଏକାଠି ହୋଇ କାମ କରିବାକୁ ପଡ଼ିବ’
"ଭୁବନେଶ୍ବର: ଉତ୍କଳ ବିଶ୍ବବିଦ୍ୟାଳୟ ପୁନଶ୍ଚ ପୃଥିବୀ କାର୍ଯ୍ୟକ୍ରମରେ ସାମିଲ ହୋଇ ନିଜକୁ ଧନ୍ୟ ମନେ କରୁଛି।
ଏହି ସମ୍ମିଳନୀ ମାଧ୍ୟମରେ ବିଶ୍ବବିଦ୍ୟାଳୟର ଛାତ୍ରଛାତ୍ରୀମାନେ ପୁନଶ୍ଚ ପୃଥିବୀ କ"ଣ?
ଏହାର ଆବଶ୍ୟକତା ଜାଣିବାକୁ ପାଇପାରିବେ।
ଉତ୍କଳ ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ଚଣ୍ଡୀ ପ୍ରସାଦ ନନ୍ଦ ଶୁକ୍ରବାର ଏହା କହିଛନ୍ତି।
Advertisment ଶ୍ରୀ ନନ୍ଦ କହିଛନ୍ତି ବିପର୍ଯ୍ୟୟ ଅଭିମୁଖେ ଅଗ୍ରସର ହେଉଥିବା ପୃଥିବର ସୁରକ୍ଷା ପାଇଁ ମାନବ ସଭ୍ୟତାକୁ ଏକାଠି ହେବାକୁ ପଡ଼ିବ।
ପୃଥିବୀର ସୁରକ୍ଷା ପାଇଁ ସମସ୍ତଙ୍କୁ ଏକାଠି ହୋଇ କାମ କରିବାକୁ ପଡ଼ିବ।
ସମ୍ବାଦ ଓ କନକ ଟିଭି ଦ୍ୱାରା ଆରମ୍ଭ ହୋଇଥିବା 'ପୁନଶ୍ଚ ପୃଥିବୀ' ଆଉ କେବଳ ଏକ ଅଭିଯାନ ହୋଇ ରହିନାହିଁ, ଏହା ଏକ ଆନ୍ଦୋଳନରେ ପରିଣତ ହୋଇଛି ବୋଲି ସମ୍ବାଦ ଓ କନକ ଟିଭିର ସଂପାଦକ ତନୟା ପଟ୍ଟନାୟକ କହିଛନ୍ତି।
ପୁନଶ୍ଚ ପୃଥିବୀର ତୃତୀୟ ସଂସ୍କରଣର କାର୍ଯ୍ୟକ୍ରମକୁ ରାଜ୍ୟପାଳ ଡ.
ହରିବାବୁ କମ୍ଭମପାଟି ଉଦ୍ଘାଟନ କରିଛନ୍ତି।
ଉଦ୍ଘାଟନୀ ସମାରୋହର ଅଧିବେଶନରେ ଓଡ଼ିଶା ସରକାରଙ୍କ ଓଡ଼ିଆ ଭାଷା, ସାହିତ୍ୟ ଏବଂ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ, ଉତ୍କଳ ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ଚଣ୍ଡୀ ପ୍ରସାଦ ନନ୍ଦ, ଇଷ୍ଟର୍ଣ୍ଣ ମିଡିଆର ଅଧ୍ୟକ୍ଷ ସୌମ୍ୟରଂଜନ ପଟ୍ଟନାୟକ ଏବଂ ଦୈନିକ "ସମ୍ବାଦ" ଓ "କନକ ନ୍ୟୁଜ୍"ର ସଂପାଦକ ତନୟା ପଟ୍ଟନାୟକ ମଞ୍ଚାସୀନ ଅଛନ୍ତି।
ଏହି ତିନି ଦିବସୀୟ ସମାରୋହ ଉତ୍କଳ ବିଶ୍ବବିଦ୍ୟାଳୟର ୨ଟି ହଲ୍ (ସଭାଗୃହ)ରେ ପରିଚାଳିତ ହେଉଛି।
ମୁଖ୍ୟ ସଭାଗୃହରେ ରାଜ୍ୟପାଳଙ୍କ କାର୍ଯ୍ୟକ୍ରମ ରହିଛି, ଯେଉଁଠି ପରିବେଶର ବିକାଶକୁ ନେଇ ବିଭିନ୍ନ ଅଧିବେଶନ ପରିଚାଳିତ ହେଉଛି।
ସେହିପରି ମହାରାଜ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସଭାଗୃହରେ ବିପର୍ଯ୍ୟୟ ମୁକାବିଲା ସଂପର୍କିତ ଅଧିବେଶନଗୁଡ଼ିକର ଆୟୋଜନ ହେଉଛି।
ସମାରୋହରେ ରାଜ୍ୟ, ଦେଶ ଏବଂ ବିଦେଶରୁ ଜଳବାୟୁ ସଂପର୍କିତ ଗଭୀର ଜ୍ଞାନ ଥିବା ବିଶେଷଜ୍ଞମାନେ ଯୋଗ ଦେଇ ଉଦ୍ବୋଧନ ଦେଉଛନ୍ତି।
ଅତିଥିମାନେ ଜଳବାୟୁ ପରିବର୍ତ୍ତନ, ଜଳବାୟୁ ପରିବର୍ତ୍ତନର କାରଣ, ବିଭିନ୍ନ ପ୍ରକାରର ପ୍ରାକୃତିକ ବିପର୍ଯ୍ୟୟର କାରଣ, ପୃଥିବୀର ସୁରକ୍ଷା, ସବୁଜ ପୃଥିବୀ ସଂପର୍କରେ ବିଭିନ୍ନ ଅଧିବେଶନ ମାଧ୍ୟରେ ନିଜର ବକ୍ତବ୍ୟ ରଖିବେ ଏବଂ ଆଲୋଚନା କରିବେ।
ସେହିପରି କାର୍ଯ୍ୟକ୍ରମରେ ପରିବେଶବିତ୍, ବୁଦ୍ଧିଜୀବୀ, ଛାତ୍ରଛାତ୍ରୀ ଯୋଗଦେଉଛନ୍ତି।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।