ECI Announces Another Opportunity: ଭୋଟର ତାଲିକାରୁ ନାଁ କଟିଛି କି? ECI ଦେଲା ଆଉ ଏକ ସୁଯୋଗ

Nov 06, 2026 - 18:39
ECI Announces Another Opportunity: ଭୋଟର ତାଲିକାରୁ ନାଁ କଟିଛି କି? ECI ଦେଲା ଆଉ ଏକ ସୁଯୋଗ

ଭୋଟର ତାଲିକାରୁ କଟିଯାଇଛି କି ଆପଣଙ୍କ ନାଁ?

ଯଦି ଏସଆଇଆର୍ (SIR) ପ୍ରକ୍ରିୟାରେ ଆପଣଙ୍କ ନାଁ ଡ୍ରାଫ୍ଟ ଭୋଟର ତାଲିକାରେ ସ୍ଥାନ ପାଇନାହିଁ, ତେବେ ଆଉ ଚିନ୍ତା କରିବାର ନାହିଁ।

କାରଣ ନିର୍ବାଚନ ଆୟୋଗ (ECI) ଏଭଳି ଭୋଟରଙ୍କୁ ଆଉ ଏକ ସୁଯୋଗ ଦେଇଛନ୍ତି।

ଡ୍ରାଫ୍ଟ ତାଲିକାରୁ ବାଦ୍ ପଡ଼ିଥିବା ଯୋଗ୍ୟ ଭୋଟରମାନେ ପୁଣିଥରେ ଏନୁମେରେସନ୍ ଫର୍ମ ଦାଖଲ କରି ଚୂଡ଼ାନ୍ତ ଭୋଟର ତାଲିକାରେ ନିଜ ନାଁ ସାମିଲ କରିବାକୁ ଆବେଦନ କରିପାରିବେ।

Advertisment ଏଥିପାଇଁ ନଭେମ୍ବର ୬ ତାରିଖରେ ନିର୍ବାଚନ ଆୟୋଗ ୬ଟି ରାଜ୍ୟ ଏବଂ ଦିଲ୍ଲୀର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଚିଠି ଲେଖିଛନ୍ତି।

ଏହି ରାଜ୍ୟଗୁଡ଼ିକ ହେଉଛି ମହାରାଷ୍ଟ୍ର, ହରିୟାଣା, ଆନ୍ଧ୍ରପ୍ରଦେଶ, ଝାଡ଼ଖଣ୍ଡ, ତେଲେଙ୍ଗାନା ଓ ନାଗାଲାଣ୍ଡ।

ଏହାସହ ଦିଲ୍ଲୀର ଭୋଟରମାନେ ମଧ୍ୟ ଏହି ସୁଯୋଗ ପାଇବେ।

ବିଶେଷ କରି ASDD ଅର୍ଥାତ୍ Absent, Shifted, Dead ଓ Duplicate ବର୍ଗରେ ଚିହ୍ନଟ ହୋଇ ଯେଉଁମାନଙ୍କ ନାଁ ଡ୍ରାଫ୍ଟ ତାଲିକାରୁ ବାଦ୍ ପଡ଼ିଛି, ସେମାନେ ପୁଣି ଫର୍ମ ଦାଖଲ କରିପାରିବେ।

ସମ୍ପୃକ୍ତ ଭୋଟର ନିଜ ଅଞ୍ଚଳର ଇଲେକ୍ଟୋରାଲ୍ ରେଜିଷ୍ଟ୍ରେସନ୍ ଅଫିସର (ERO) କିମ୍ବା ସହକାରୀ ଅଧିକାରୀ (AERO)ଙ୍କ ନିକଟରେ ଫର୍ମ ଜମା କରିପାରିବେ।

Advertisment ଏଥିପାଇଁ ବୁଥ୍ ଅନୁସାରେ ବାଦ୍ ପଡ଼ିଥିବା ଭୋଟରଙ୍କ ତାଲିକା ପୁଣିଥରେ ପ୍ରକାଶ କରାଯିବ।

ପୋଲିଂ ବୁଥ୍, ପଞ୍ଚାୟତ ଅଫିସ ଓ ପୌରସଂସ୍ଥା କାର୍ଯ୍ୟାଳୟର ନୋଟିସ୍ ବୋର୍ଡରେ ଏହା ଲଗାଯିବ।

ଏହାସହ ରାଜ୍ୟର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ୱେବସାଇଟରେ ତାଲିକା ଉପଲବ୍ଧ ହେବ।

ସବୁଠାରୁ ବଡ଼ କଥା ହେଉଛି, ବୁଥ୍ ଲେଭଲ୍ ଅଫିସର (BLO)ମାନେ ଘରକୁ ଘର ବୁଲି ଭୋଟରଙ୍କୁ ଖୋଜିବେ।

ଆବଶ୍ୟକ ପଡ଼ିଲେ ହ୍ୱାଟ୍ସଆପ୍, ଇମେଲ୍ ଓ ଏସଏମଏସ୍ ମାଧ୍ୟମରେ ମଧ୍ୟ ଫର୍ମ ପଠାଇବେ।

ଭୋଟରମାନେ ECI ୱେବସାଇଟ୍ କିମ୍ବା ECINET ଆପ୍‌ରୁ ମଧ୍ୟ ନିଜ ପୁରୁଣା EPIC ନମ୍ବର ବ୍ୟବହାର କରି ଫର୍ମ ଡାଉନଲୋଡ୍ କରିପାରିବେ।

ଯେଉଁମାନେ ପୂର୍ବ ଠିକଣାରେ ରହୁଛନ୍ତି, ସେମାନଙ୍କୁ ଫର୍ମ ସହ ପୂର୍ବରୁ କାହିଁକି ଦାଖଲ କରିପାରିନଥିଲେ, ତାହାର କାରଣ ଦର୍ଶାଇବାକୁ ପଡ଼ିବ।

ଅନ୍ୟପଟେ ସେହି ରାଜ୍ୟ ଭିତରେ ଠିକଣା ବଦଳାଇଥିବା ଭୋଟରଙ୍କୁ ନୂଆ ଠିକଣା, ବିଧାନସଭା କ୍ଷେତ୍ର ଓ ଠିକଣା ପ୍ରମାଣ ଦେବାକୁ ହେବ।

ଘରନଥିବା ଭୋଟରଙ୍କ ପାଇଁ BLOଙ୍କ କ୍ଷେତ୍ର ଯାଞ୍ଚ ରିପୋର୍ଟକୁ ଠିକଣା ପ୍ରମାଣ ଭାବେ ଗ୍ରହଣ କରାଯିବ।

ତେଣୁ ଡ୍ରାଫ୍ଟ ଭୋଟର ତାଲିକାରେ ନାଁ ନଥିଲେ ନିଜ ବୁଥ୍‌ର ତାଲିକା ଯାଞ୍ଚ କରନ୍ତୁ।

ଯୋଗ୍ୟ ଭୋଟରଙ୍କୁ ଚୂଡ଼ାନ୍ତ ତାଲିକାରେ ସ୍ଥାନ ଦେବା ପାଇଁ ନିର୍ବାଚନ ଆୟୋଗଙ୍କ ଏହି ପଦକ୍ଷେପ ଏବେ ଗୁରୁତ୍ୱ ବହନ କରୁଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।