Editorial: ଛାୟା ପୃଥିବୀ
"ଏଭଳି ସନ୍ଦେହ ବା ଆଶଙ୍କାକୁ ସଂପୂର୍ଣ୍ଣ ଖାରଜ କରା ଯାଇ ନ ପାରିଲେ ମଧ୍ୟ ଏତିକି କୁହାଯାଇପାରେ ଯେ କେବଳ ଭାରତ ନୁହେଁ, ପୃଥିବୀର ଅନେକ ଦେଶରେ ସାମାଜିକ ଗଣମାଧ୍ୟମ ମଞ୍ଚଗୁଡ଼ିକର ଉପଦ୍ରବକୁ ନିୟନ୍ତ୍ରଣାଧୀନ କରିବା ଲାଗି ଉଦ୍ୟମ ହେଉଛି; କଠୋର ଆଇନଗତ ପ୍ରାବଧାନର ବ୍ୟବସ୍ଥା କରାଯାଉଛି।
କାରଣ, ଏହି ମଞ୍ଚଗୁଡ଼ିକରୁ ପ୍ରବାହିତ ବିକୃତି କେବଳ ଅଶ୍ଳୀଳତାରେ ନୁହେଁ, ଆତଙ୍କବାଦ ଓ ସମାଜ ତଥା ରାଷ୍ଟ୍ର ବିରୋଧୀ କାର୍ଯ୍ୟକଳାପରେ ମଧ୍ୟ ପରିଦୃଷ୍ଟ ହୋଇପାରେ!
କିନ୍ତୁ, ବିଡ଼ମ୍ବନାଟି ହେଲା କଠୋର ପଦକ୍ଷେପ ଓ ଆଇନଗତ ପ୍ରାବଧାନକୁ ବ୍ୟବସାୟ, ଲାଭ ଓ ଲୋଭର କୁଚକ୍ର ଛେଦି ଦେବାର ଆଶଙ୍କା ମଧ୍ୟ ରହିଛି!Advertisment Scam: ପଟ୍ଟନାୟକ ବନ୍ଧ ଦୁର୍ନୀତି ପଦାରେ ପଡ଼ିବା ପରେ ଅନ୍ୟ ପ୍ରକଳ୍ପକୁ ନେଇ ଚର୍ଚ୍ଚା "ଜେନ ଜି" ଆନ୍ଦୋଳନ ସମୟରେ, ସେହି ପିଢ଼ିର ସଦସ୍ୟମାନଙ୍କ ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ବାରା ଦତ୍ତ ବାର୍ତ୍ତା ଇନଷ୍ଟାଗ୍ରାମରେ ପୋଷ୍ଟ ହେଲା ପରେ ମଧ୍ୟ ପ୍ରାୟ ପାଞ୍ଚ ଘଣ୍ଟା କାଳ ଅଦୃଶ୍ୟ ହୋଇ ରହିବା ଭଳି ଘଟଣା ଏକ ବିବାଦକୁ ଜନ୍ମ ଦେଇଛି, ଯହିଁଁରେ ଇନଷ୍ଟାଗ୍ରାମ, ଫେସବୁକ, ହ୍ବାଟ୍ସଆପ ଆଦି ଚଳାଉଥିବା ଟେକ୍ କଂପାନି ମେଟା ସହିତ ଭାରତ ସରକାର ମୁହାଁମୁହିଁ ହୋଇଥିଲେ।
ଉଲ୍ଲେଖଯୋଗ୍ୟ ଯେ ସରକାର ଏହାକୁ ଏକ ଦୈବାତ୍ ତ୍ରୁଟି ରୂପେ ନ ଦେଖି ଏହା ପଛରେ ଦୁରଭିସନ୍ଧି ଆଘ୍ରାଣ କରିଥିଲେ ଓ ମେଟାର ସ୍ବତ୍ବାଧିକାରୀ ମାର୍କ ଜକରବର୍ଗଙ୍କ ସମେତ ଶୀର୍ଷତମ ଅଧିକାରୀମାନଙ୍କୁ ସମନ କରିଥିଲେ।
କେବଳ ସେତିକି ନୁହେଁ, ସରକାରଙ୍କ ତୀବ୍ର ଆପତ୍ତି ହେଲା ଯେ ଉପରୋକ୍ତ ସାମାଜିକ ଗଣମାଧ୍ୟମ ମଞ୍ଚଗୁଡ଼ିକରେ ଅଶ୍ଳୀଳତା, ବିଶେଷ କରି ଶିଶୁମାନଙ୍କ ଯୌନ ଶୋଷଣକୁ ପ୍ରଶ୍ରୟ ଦିଆଯାଉଥିବା ଭଳି ଉଦ୍ୟମ ପ୍ରବଳ ଭାବେ ପରିଲକ୍ଷିତ ହେଉଛି।
ଅବଶ୍ୟ, ଇତିମଧ୍ୟରେ ମାର୍କ ଜକରବର୍ଗ ଏବଂ ମେଟାର ବରିଷ୍ଠ ଅଧିକାରୀଗଣ ଏଭଳି ତ୍ରୁଟି ସକାଶେ କ୍ଷମା ଭିକ୍ଷା କରିସାରିଲେଣି, ତଥାପି ଏହି ପ୍ରସଙ୍ଗକୁ ନେଇ ବିବାଦ ଥମି ନାହିଁ, ବରଂ ଅନେକ ପ୍ରସ୍ଥ ଉନ୍ମୋଚିତ ହେବାରେ ଲାଗିଛି।ଏହା ସୁବିଦିତ ଯେ ସାମାଜିକ ଗଣମାଧ୍ୟମରେ କ"ଣ ପ୍ରଦର୍ଶିତ ହେବ, ତାହା ନିର୍ଦ୍ଧାରିତ ହୋଇଥାଏ ସଂପୂର୍ଣ୍ଣ ସ୍ବୟଂକ୍ରିୟ "ଆଲଗରିଦମ" ବଳରେ, ଅର୍ଥାତ୍ ମେଟା ଭଳି କଂପାନିର ଯୁକ୍ତି ହେଲା ଯେ ଏହା ପଛରେ ମନୁଷ୍ୟର ଭୂମିକା ନ ଥାଏ, ଅଭିସନ୍ଧି ଦୂରର କଥା।
ସୁତରାଂ, ପ୍ରଧାନମନ୍ତ୍ରୀଙ୍କ ସନ୍ଦେଶ ଦୃଶ୍ୟମାନ ନ ହେବା ପଛରେ ପ୍ରଯୁକ୍ତିଗତ ତ୍ରୁଟିର ଦ୍ବାହି ଦିଆଯାଇଛି।
ଦ୍ବିତୀୟରେ, "ମେଟା" ପକ୍ଷରୁ ଏହା ମଧ୍ୟ କୁହାଯାଇଥାଏ ଯେ ତହିଁରେ ସ୍ଥାନ ପାଉଥିବା "କଣ୍ଟେଣ୍ଟ" ବା ବିଷୟବସ୍ତୁଗୁଡ଼ିକ ମଧ୍ୟ ଏଆଇ ସଂବଳିତ ସ୍ବୟଂକ୍ରିୟ ପ୍ରଯୁକ୍ତି ଏବଂ ମାନବୀୟ ତନଖିର ପ୍ରାୟ ପାଞ୍ଚଟି ସ୍ତର ଦେଇ ଯାଇଥାଏ; ସୁତରାଂ, ପରିଷ୍କରଣର ଉଦ୍ୟମ ମଧ୍ୟ ପ୍ରଗାଢ଼।
ଏହି କାରଣରୁ "ଆଲଗରିଦମ" ବା "କଣ୍ଟେଣ୍ଟ"ରେ କୌଣସି ବିକୃତିର ଅଭିଯୋଗ ଆସିଲେ ମେଟା ପକ୍ଷରୁ କେବଳ ନିରୀହ ଅସହାୟତା ପ୍ରଦର୍ଶନ କରାଯିବା ସହିତ ଅତି ଅଧିକରେ ଦୁଃଖ ପ୍ରକାଶ ବା କ୍ଷମା ଯାଚନା କରାଯାଇଥାଏ।
କିନ୍ତୁ, ଅପ୍ରୀତିକର ବାସ୍ତବତାଟି ହେଲା "ମେଟା"ର ଲକ୍ଷ୍ୟ କେବଳ ଲାଭ ଅର୍ଜନ (ମେଟାର ବାର୍ଷିକ ଆୟ ହାରାହାରି ପ୍ରାୟ ୨୧୫ ବିଲିଅନ ଡଲାରରୁ ଅଧିକ), ଯହିଁରେ "ନୈତିକତା" ଓ "ନିରୀହତା"ର ପ୍ରଦର୍ଶନ କେବଳ ଛଳନାର ନିର୍ମୋକ ମାତ୍ର! "ମେଟା"ର ଆୟର ପ୍ରାୟ ୮୦% ଆସିଥାଏ ବିଜ୍ଞାପନରୁ; ଏବଂ ଅନୁସନ୍ଧାନରୁ ଜଣାପଡ଼ିଛି ଯେ ଅସଂଖ୍ୟ ବିଜ୍ଞାପନରେ ଖୁବ୍ ଚତୁରତାର ସହିତ ଶିଶୁ ଯୌନ ଉତ୍ପୀଡ଼ନକୁ ପ୍ରୋତ୍ସାହନ ହେଉଥିବା ଭଳି "କଣ୍ଟେଣ୍ଟ"ର ପ୍ରସାରଣ ଘଟି ଚାଲିଛି।
ତେଣୁ, ପ୍ରଶ୍ନ ହେଲା, ବିଜ୍ଞାପନରୁ ପ୍ରଚୁର ଅର୍ଥ ଉପାର୍ଜନ କରୁଥିବା କଂପାନି, ତା" ମାଧ୍ୟମରେ ବିଜ୍ଞପିତ ହେଉଥିବା ପାପର ଛିଟାରୁ ନିଜକୁ ଧୋଇ ପାରିବ କି?ଏହି ପରିପ୍ରେକ୍ଷୀରେ ଭାରତ ସରକାରଙ୍କ ପକ୍ଷରୁ "ମେଟା" ଉଦ୍ଦେଶ୍ୟରେ କୁହାଯାଇଛି ଯେ ସ୍ଥିତିରେ ସୁଧାର ନ ଆଣିଲେ ଆଇ.ଟି.
ଆଇନର ଧାରା ୭୯ ଅନୁସାରେ ତାକୁ ବା ତା" ଭଳି କଂପାନିକୁ ମିଳୁଥିବା "ସେଫ୍ ହାରବୋର" (ନିରାପଦ ବନ୍ଦର) ମାନ୍ୟତା ରଦ୍ଦ କରି ଦିଆଯିବ।
ପ୍ରକାଶ ଥାଉ କି ସାମାଜିକ ଗଣମାଧ୍ୟମ ମଞ୍ଚଗୁଡ଼ିକ ସନ୍ଦେଶ ସଂପ୍ରସାରଣର "ନିର୍ଲିପ୍ତ ମଞ୍ଚ" ବୋଲି ସୃଷ୍ଟି ହୋଇଥିବା ଧାରଣାରୁ "ସେଫ୍ ହାରବୋର" ଭଳି ପ୍ରତିଷେଧକ ବ୍ୟବସ୍ଥାର ଜନ୍ମ, ଯାହାର ଅର୍ଥ ସାମାଜିକ ଗଣମାଧ୍ୟମ ମଞ୍ଚଗୁଡ଼ିକରେ ପରିଦୃଷ୍ଟ ଆବିଳତା ସକାଶେ ସେହି ମଞ୍ଚଗୁଡ଼ିକ ଦାୟୀ ରହିବେ ନାହିଁ।
କିନ୍ତୁ, ହୃଦୟହୀନ ବ୍ୟବସାୟରେ ଲିପ୍ତ ସାମାଜିକ ଗଣମାଧ୍ୟମ ମଞ୍ଚଗୁଡ଼ିକର କାର୍ଯ୍ୟକଳାପ ଓ ଉଦ୍ଦେଶ୍ୟ ସଂପୂର୍ଣ୍ଣ ସନ୍ଦିଗ୍ଧ ହୋଇ ପଡ଼ିଥିବା ହେତୁ ଅନେକ ଦେଶ, ସେମାନଙ୍କ ଆଇନରେ ଥିବା "ସେଫ୍ ହାରବୋର" ସଦୃଶ ପ୍ରତିଷେଧମୂଳକ ବ୍ୟବସ୍ଥା ହଟାଇ ନେବାର ଉପକ୍ରମ କଲେଣି।
ଏହା ହେଲେ ଆଇନାନୁସାରେ କଂପାନିଗୁଡ଼ିକ ଦଣ୍ଡନୀୟ ହେବେ, ଯାହାର ଔଚିତ୍ୟ ମଧ୍ୟ ହୃଦୟଙ୍ଗମ କରି ହୁଏ।
Flood in Bhadrak: ଲୋକଙ୍କ ପାଖରେ ଠିକ୍ ଭାବରେ ରିଲିଫ୍ ସାମଗ୍ରୀ ପହଞ୍ଚି ପାରିନି: ବିଜେଡି "ମେଟା" ଭଳି କଂପାନିଗୁଡ଼ିକ, ଯେଉଁ ଉଚ୍ଚ ଗଣତାନ୍ତ୍ରିକ ମତାଦର୍ଶକୁ ଦର୍ଶାଇ ସବୁ ପ୍ରକାର "କଣ୍ଟେଣ୍ଟ"ଗୁଡ଼ିକ ସକାଶେ ନିଜକୁ ଉନ୍ମୁକ୍ତ ରଖିଥିବା ବିଷୟରେ ଆସ୍ଫାଳନ କରିଥାଆନ୍ତି, ତାହା ହେଲା "ମୁକ୍ତ ଅଭିବ୍ୟକ୍ତିକୁ" ସୁଯୋଗ ପ୍ରଦାନ।
କିନ୍ତୁ ବିରୋଧାଭାସଟି ହେଲା, ଏଭଳି ଚରମ ଉଦାରବାଦୀମାନେ ସେମାନଙ୍କ ମନ ପସନ୍ଦ ହେଉ ନ ଥିବା ଭଳି ରକ୍ଷଣଶୀଳ ମନୋଭାବର ପ୍ରସାରଣ ମଧ୍ୟ ଚାହିଁ ନ ଥାଆନ୍ତି।
ଏଇଠି ସୃଷ୍ଟି ହୋଇଥାଏ "ଆଲଗରିଦମ"ର ସ୍ବୟଂକ୍ରିୟତା ମଧ୍ୟରେ ଉଦ୍ଦେଶ୍ୟ ପ୍ରଣୋଦିତ ମାନବ ହସ୍ତକ୍ଷେପର ସନ୍ଦେହ।
ପ୍ରକାଶ ଥାଉ କି ଫେସବୁକରେ କାର୍ଯ୍ୟରତ କିଛି ପଦସ୍ଥ ଅଧିକାରୀ, ଯେମିତିକି କେଲି ଷ୍ଟୋନଲେକ, ଫ୍ରାନସିସ ହେଗେନ, ଓ ଅର୍ଟୁରୋ ବେଜାର ପ୍ରଘଟ କରିଥିଲେ ଯେ ଫେସବୁକରେ ବ୍ୟବହାରକାରଙ୍କ ନିରାପତ୍ତା, "ଆଲଗରିଦମ"ର ବିକୃତୀକରଣ ଉପରେ ଧ୍ୟାନ ଦିଆଯାଇ ନଥାଏ।
୨୦୨୦ ମସିହାରେ ଫ୍ରାନସେସ ହୋଗାନଙ୍କ ସୂତ୍ରରୁ ଉନ୍ମୋଚିତ ହୋଇଥିଲା କିଭଳି ଏକ ଚକ୍ରାନ୍ତ ସଦୃଶ କଂପାନିର ତତ୍କାଳୀନ "ପଲିସି ଏକଜିକ୍ୟୁଟିଭ" ଅଙ୍କି ଦାସ, ସୁନିର୍ଦ୍ଦିଷ୍ଟ ଭାବେ ମୁସଲମାନ ବିରୋଧୀ ଘୃଣାର ପ୍ରସାରଣ ସକାଶେ ସେହିଭଳି ପୋଷ୍ଟର ଅବାଧ ପ୍ରବାହକୁ ପ୍ରଶ୍ରୟ ଦେଇଥିଲେ।
କହିବାର ମର୍ମ ହେଲା, ପ୍ରଧାନମନ୍ତ୍ରୀଙ୍କ ଇନଷ୍ଟାଗ୍ରାମ ପୋଷ୍ଟ ପାଞ୍ଚ ଘଣ୍ଟା କାଳ ଲାପତ୍ତା ରହିବା ପଛରେ ପ୍ରଯୁକ୍ତିଗତ ତ୍ରୁଟି ପରିବର୍ତ୍ତେ ଥାଇପାରେ ଏଭଳି କିଛି ମନୁଷ୍ୟକୃତ ଉଦ୍ୟମ!
ତେବେ, କଥା ହେଲା, ବିରୋଧୀ ଦଳଗୁଡ଼ିକ ସନ୍ଦେହ କରନ୍ତି ଯେ "ଜେନ ଜି"ଙ୍କ ଆନ୍ଦୋଳନ ସଫଳ ହେବାରେ ବିଶେଷ ଭୂମିକା ନିର୍ବାହ କରିଥିବା ଇନଷ୍ଟାଗ୍ରାମ ଉପରେ ରାଗ ଶୁଝାଇବାକୁ ଯାଇ ସରକାରଙ୍କ ପକ୍ଷରୁ "ମେଟା"କୁ ନିୟନ୍ତ୍ରଣ କରିବାର ଉଦ୍ୟମ କରାଯାଉଛି।
ଏଭଳି ସନ୍ଦେହ ବା ଆଶଙ୍କାକୁ ସଂପୂର୍ଣ୍ଣ ଖାରଜ କରା ଯାଇ ନ ପାରିଲେ ମଧ୍ୟ ଏତିକି କୁହାଯାଇପାରେ ଯେ କେବଳ ଭାରତ ନୁହେଁ, ପୃଥିବୀର ଅନେକ ଦେଶରେ ସାମାଜିକ ଗଣମାଧ୍ୟମ ମଞ୍ଚଗୁଡ଼ିକର ଉପଦ୍ରବକୁ ନିୟନ୍ତ୍ରଣାଧୀନ କରିବା ଲାଗି ଉଦ୍ୟମ ହେଉଛି; କଠୋର ଆଇନଗତ ପ୍ରାବଧାନର ବ୍ୟବସ୍ଥା କରାଯାଉଛି।
କାରଣ, ଏହି ମଞ୍ଚଗୁଡ଼ିକରୁ ପ୍ରବାହିତ ବିକୃତି କେବଳ ଅଶ୍ଳୀଳତାରେ ନୁହେଁ, ଆତଙ୍କବାଦ ଓ ସମାଜ ତଥା ରାଷ୍ଟ୍ର ବିରୋଧୀ କାର୍ଯ୍ୟକଳାପରେ ମଧ୍ୟ ପରିଦୃଷ୍ଟ ହୋଇପାରେ!
କିନ୍ତୁ, ବିଡ଼ମ୍ବନାଟି ହେଲା କଠୋର ପଦକ୍ଷେପ ଓ ଆଇନଗତ ପ୍ରାବଧାନକୁ ବ୍ୟବସାୟ, ଲାଭ ଓ ଲୋଭର କୁଚକ୍ର ଛେଦି ଦେବାର ଆଶଙ୍କା ମଧ୍ୟ ରହିଛି!ମନୁଷ୍ୟର ଅଚେତନ ଓ ଅବଚେତନ ମନ ବା ପ୍ରବୃତ୍ତି ଓ ନିବୃତ୍ତି ଆଦିକୁ ଅନୁଧ୍ୟାନ କରିଥିବା ମନସ୍ତତ୍ତ୍ବବିତ୍ମାନେ ହୁଏତ ପ୍ରାରମ୍ଭରୁ ଅନୁମାନ କରି ନେଇଥିବେ ଯେ ବାସ୍ତବ ପୃଥିବୀର ଛାୟା ଭଳି ଗଢ଼ି ଉଠିଥିବା ପ୍ରତୀୟମାନ ପୃଥିବୀରେ ତାହା ତାହା ମୁଣ୍ଡ ଟେକିବ ଓ ଉପଦ୍ରବ କରିବ, ଯାହା ଯାହା ବାସ୍ତବ ପୃଥିବୀରେ, ସଭ୍ୟତାର କ୍ରମବିକାଶରେ, ସମାଜ, ସଂସ୍କୃତି ଓ ରାଷ୍ଟ୍ର ଆଦିର ନିୟମ ଦ୍ବାରା ନିୟନ୍ତ୍ରିତ ହୋଇଥିବେ।
ସେମାନେ ଏହା ମଧ୍ୟ ବୁଝିଥିବେ ଯେ ସାମାଜିକ ଗଣମାଧ୍ୟମ କ୍ଷେତ୍ରଟି, ତାହାର ଅନେକ ସକାରାତ୍ମକ ଭୂମିକା ସତ୍ତ୍ବେ, ନିଘଞ୍ଚ ନୈରାଜ୍ୟକୁ ମଧ୍ୟ ପ୍ରଶ୍ରୟ ଦେବ।
ତାହା ହିଁ ହୋଇଛି।
ଏବଂ ବାସ୍ତବ ପୃଥିବୀ କିଭଳି ପ୍ରତୀୟମାନ ପୃଥିବୀର ପ୍ରଭାବାଧୀନ ହୋଇପାରେ, ତାହାର ଦୃଷ୍ଟାନ୍ତ ମଧ୍ୟ ମିଳୁଛି।
ଏଭଳି ସ୍ଥିତିରେ ମନସ୍ତତ୍ତ୍ବବିତ୍, ସାନଡିଏଗୋ ବିଦ୍ୟାଳୟର ପ୍ରଫେସର ଜ୍ୟାଁ ଟ୍ବେଙ୍ଗେ କହନ୍ତି ଯେ ପ୍ରତୀୟମାନ ପୃଥିବୀର ଦୋଷଗୁଡ଼ିକ ସକାଶେ ତା"ର ଅଧୀଶ୍ବର ମାର୍କ ଜକରବର୍ଗ ହୁଏତ କେବେ ଦିନେ ବାସ୍ତବ ପୃଥିବୀରେ ଦଣ୍ଡିତ ହୋଇପାରନ୍ତି; କିନ୍ତୁ ତା" ସତ୍ତ୍ବେ ତାଙ୍କ ପରିକଳ୍ପିତ "ଆଲଗରିଦମ" ପରିଚାଳିତ "ପ୍ରତୀୟମାନ ପୃଥିବୀ"ର ରାହୁଗ୍ରାସରୁ ବାସ୍ତବ ପୃଥିବୀ ବର୍ତ୍ତିବା ଆଉ ସମ୍ଭବ ନୁହେଁ।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।