Bofors case: ବୋଫର୍ସ ମାମଲା: ଆଇନଗତ ଅଧ୍ୟାୟର ଅନ୍ତ ହିନ୍ଦୁଜା ଭ୍ରାତାମାନଙ୍କୁ ଦୋଷମୁକ୍ତ ରାୟ ବିରୋଧରେ ଆବେଦନ ଖାରଜ

Aug 08, 2026 - 03:16
Bofors case: ବୋଫର୍ସ ମାମଲା: ଆଇନଗତ ଅଧ୍ୟାୟର ଅନ୍ତ ହିନ୍ଦୁଜା ଭ୍ରାତାମାନଙ୍କୁ ଦୋଷମୁକ୍ତ ରାୟ ବିରୋଧରେ ଆବେଦନ ଖାରଜ

"ନୂଆଦିଲ୍ଲୀ: ଚାରି ଦଶନ୍ଧି ଧରି ଚର୍ଚ୍ଚାରେ ଥିବା ବୋଫର୍ସ ତୋପ କିଣା ମାମଲାରେ ସୁପ୍ରିମ୍‌କୋର୍ଟ ଶୁକ୍ରବାର ଏକ ଗୁରୁତ୍ବପୂର୍ଣ୍ଣ ରାୟ ଦେଇ ଏହାର ଆଇନଗତ ଅଧ୍ୟାୟର ପରିସମାପ୍ତି ଘଟାଇଛନ୍ତି।

ହିନ୍ଦୁଜା ଭ୍ରାତାମାନଙ୍କୁ ଦୋଷମୁକ୍ତ କରିଥିବା ଦିଲ୍ଲୀ ହାଇକୋର୍ଟଙ୍କ ୨୦୦୫ ମସିହାର ରାୟକୁ ଚ୍ୟାଲେଞ୍ଜ କରି ଦାଖଲ ଆବେଦନକୁ ସର୍ବୋଚ୍ଚ ଅଦାଲତ ଖାରଜ କରିଛନ୍ତି।

ଏହା ସହ ବହୁଚର୍ଚ୍ଚିତ ଏହି ମାମଲାର ଆଇନଗତ ପ୍ରକ୍ରିୟା ଶେଷ ହୋଇଛି।

ବିଚାରପତି ଜେବି ପାର୍ଦ୍ଦିୱାଲା ଓ କେ ବିନୋଦ ଚନ୍ଦ୍ରନଙ୍କ ଖଣ୍ଡପୀଠ ମାମଲାର ଶୁଣାଣି କରିଥିଲେ।

ଆବେଦନକାରୀ ଓକିଲ ଅଜୟ କୁମାର ଅଗ୍ରୱାଲ ଯୁକ୍ତି ଉପସ୍ଥାପନ କରିଥିଲେ।

ଆବେଦନରେ ଦିଲ୍ଲୀ ହାଇକୋର୍ଟଙ୍କ ରାୟକୁ ରଦ୍ଦ କରିବା ପାଇଁ ଦାବି କରାଯାଇଥିଲା।

ସୁପ୍ରିମ୍‌କୋର୍ଟ କହିଛନ୍ତି, ହାଇକୋର୍ଟଙ୍କ ରାୟରେ ହସ୍ତକ୍ଷେପ କରିବା ପାଇଁ କୌଣସି ଯଥେଷ୍ଟ ଆଇନଗତ କାରଣ ନାହିଁ।Advertisment Scam: ପଟ୍ଟନାୟକ ବନ୍ଧ ଦୁର୍ନୀତି ପଦାରେ ପଡ଼ିବା ପରେ ଅନ୍ୟ ପ୍ରକଳ୍ପକୁ ନେଇ ଚର୍ଚ୍ଚା ୧୯୮୬ରେ ସ୍ୱିଡେନ୍‌ର ଏବି ବୋଫର୍ସ କମ୍ପାନିଠାରୁ ୧୫୫ ମିମି ୪୦୦ ହାୱିଜର୍‌ ତୋପ କ୍ରୟକୁ ନେଇ ବିବାଦ ଆରମ୍ଭ ହୋଇଥିଲା।

ଏଥିପାଇଁ ୧,୪୩୭ କୋଟି ଟଙ୍କାର ଚୁକ୍ତି ହୋଇଥିଲା।

ପ୍ରାୟ ୬୪ କୋଟି ଟଙ୍କାର କମିସନ କାରବାର ହୋଇଥିବା ଅଭିଯୋଗ ଉଠିଥିଲା।

ଏହା ୧୯୮୦ ଦଶକର ସବୁଠାରୁ ବଡ଼ ରାଜନୈତିକ ଦୁର୍ନୀତି ଭାବେ ଗଣା ହେଉଥିଲା।

ସେତେବେଳେ ରାଜୀବ ଗାନ୍ଧୀ ପ୍ରଧାନମନ୍ତ୍ରୀ ଥିଲେ।

୧୯୯୯ରେ ସିବିଆଇ ଶ୍ରୀଚନ୍ଦ, ଗୋପୀଚନ୍ଦ ଓ ପ୍ରକାଶ ହିନ୍ଦୁଜାଙ୍କ ସମେତ ଅନ୍ୟମାନଙ୍କ ବିରୋଧରେ ଅଭିଯୋଗପତ୍ର ଦାଖଲ କରିଥିଲା।

ପରେ ୨୦୦୫ରେ ଦିଲ୍ଲୀ ହାଇକୋର୍ଟ ପ୍ରମାଣ ଅଭାବ ଦର୍ଶାଇ ସମସ୍ତ ଅଭିଯୁକ୍ତଙ୍କ ଆପରାଧିକ କାର୍ଯ୍ୟାନୁଷ୍ଠାନକୁ ରଦ୍ଦ କରିଥିଲେ।

Flood in Bhadrak: ଲୋକଙ୍କ ପାଖରେ ଠିକ୍‌ ଭାବରେ ରିଲିଫ୍‌ ସାମଗ୍ରୀ ପହଞ୍ଚି ପାରିନି: ବିଜେଡି ଶୁଣାଣି ବେଳେ ସୁପ୍ରିମ୍‌କୋର୍ଟ କହିଥିଲେ, ଦୀର୍ଘ ବର୍ଷ ପରେ ଏହି ମାମଲାକୁ ପୁଣି ଥରେ ଖୋଲିବାର କୌଣସି ଆଧାର ନାହିଁ।

ଦିଲ୍ଲୀ ହାଇକୋର୍ଟଙ୍କ ୨୦୦୫ ରାୟ ବିରୋଧରେ ସିବିଆଇ ସେତେବେଳେ ଯଥା ସମୟରେ ଅପିଲ କରିବାରେ ବିଫଳ ହୋଇଥିଲା।

ତେଣୁ ଏହି ପର୍ଯ୍ୟାୟରେ ମାମଲାକୁ ପୁନର୍ଜୀବିତ କରିବା ଉଚିତ ନୁହେଁ।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।