Education: ସିଜିୟୁରେ ଇଞ୍ଜିନିୟର ଦିବସ ପାଳିତ

Sep 30, 2026 - 00:23
Education: ସିଜିୟୁରେ ଇଞ୍ଜିନିୟର ଦିବସ ପାଳିତ

"ଭୁବନେଶ୍ବର: ସିଭି ରମଣ ଗ୍ଲୋବାଲ୍‌ ୟୁନିଭର୍ସିଟି (ସିଜିୟୁ)ରେ ଅଲ୍‌ଟ୍ରାଟେକ୍‌ ସିମେଣ୍ଟ ସହଯୋଗରେ ଇଞ୍ଜିନିୟର ଦିବସ ପାଳିତ ହୋଇଯାଇଛି।

ଏହି ଅବସରରେ ଅଲ୍‌ଟ୍ରାଟେକ୍‌ ଆୟାମ୍‌ ଓ ବକ୍ତୃତା ପ୍ରତିଯୋଗିତା ହୋଇଥିଲା ଯେଉଁଥିରେ ବିଟେକ୍‌ ସିଭିଲ୍‌ ଓ ସିଭି ରମଣ ପଲିଟେକ୍‌ନିକ୍‌ର ଛାତ୍ରଛାତ୍ରୀମାନେ ଭାଗ ନେଇଥିଲେ।Advertisment ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ଡ.

ବଂଶୀଧର ମାଝୀ ଓ ଅଲ୍‌ଟ୍ରାଟେକ୍‌ ସିମେଣ୍ଟର ପ୍ରତିନିଧି ପାୟଲ ଶାହ ଯୋଗଦେଇ ଇଞ୍ଜିନିୟର ଶିକ୍ଷା ଓ ଇଞ୍ଜିନିୟରଙ୍କ ଦାୟିତ୍ବ ଉପରେ ବକ୍ତବ୍ୟ ରଖିଥିଲେ।

ବିଶ୍ବବିଦ୍ୟାଳୟର ପ୍ରୋ ଭାଇସ୍‌ ଚାନ୍‌ସେଲର୍‌ ପ୍ରଫେସର ଜି ଶ୍ରୀବେଦୀ ଛାତ୍ରଛାତ୍ରୀମାନଙ୍କୁ ନିରନ୍ତର ଶିକ୍ଷା ଓ ଜିଜ୍ଞାସା ମନୋଭାବ ବଜାୟ ରଖିବାକୁ କହିତିଲେ।

43rd Odisha State Road Cycling Championship ରାଜ୍ୟ ରୋଡ୍‌ ସାଇକ୍ଲିଂ ପ୍ରତିଯୋଗିତା ଶେଷ: ମହିଳା ଏଲିଟ୍‌ରେ ମନୀଷା ଓ ପୁରୁଷରେ ପ୍ରୀୟଭାସଙ୍କୁ ସ୍ବର୍ଣ୍ଣ ସିଭିଲ୍‌ ଓ ପରିବେଶ ଇଞ୍ଜିନିୟରିଂ ବିଭାଗର ମୁଖ୍ୟ ପ୍ରଫେସର ପ୍ରକାଶ ଚନ୍ଦ୍ର ସ୍ବାଇଁ ବ୍ୟବହାରିକ ଓ ଅନୁଭୂତିମୂଳକ ଶିକ୍ଷାର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ।

ସିଭି ରମଣ ପଲିଟେକ୍‌ନିକ୍‌ର ପ୍ରିନ୍‌ସିପାଲ୍‌ ରାଜେନ୍ଦ୍ର କୁମାର ପୃଷ୍ଟି ମଧ୍ୟ ବକ୍ତବ୍ୟ ରଖିଥିଲେ।

ଏହି ଅବସରରେ ଡ.

ରାଜେଶ କୁମାର ପାତ୍ର, ଡ.

ବିରଜା ପ୍ରସାଦ ମିଶ୍ର, ଡ.

କୃଷ୍ଣପଦ ବାଉରୀ ଓ ଡ.

ସ୍ମୃତି ସମିତା ସାହୁ ଉପସ୍ଥିତ ଥିଲେ।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।