Eisenkot Gets Mandate To Form Israel Government: ଇସ୍ରାଏଲ୍ରେ କ୍ଷମତା ପରିବର୍ତ୍ତନର ସଙ୍କେତ, ନେତାନ୍ୟାହୁଙ୍କୁ ବଡ଼ ଝଟକା
ଇସ୍ରାଏଲ୍ ରାଜନୀତିରେ ବଡ଼ ହଲଚଲ୍।
ବଦଳିବ କି କ୍ଷମତାର ସମୀକରଣ?
ଘୋର ସଙ୍କଟରେ ବେଞ୍ଜାମିନ୍ ନେତାନ୍ୟାହୁ।
ସରକାର ଗଠନ ପାଇଁ ପୂର୍ବତନ ସେନାମୁଖ୍ୟ ଗାଡି ଆଇଜେନକୋଟଙ୍କୁ ମିଳିଛି ସୁଯୋଗ।
Advertisment ଇସ୍ରାଏଲ୍ ରାଷ୍ଟ୍ରପତି ଆଇଜାକ୍ ହର୍ଜୋଗ୍ ଆଇଜେନକୋଟଙ୍କୁ ନୂଆ ସରକାର ଗଠନ ପାଇଁ ଆମନ୍ତ୍ରଣ କରିଛନ୍ତି।
ନିର୍ବାଚନ ପରେ କୌଣସି ଦଳ କିମ୍ବା ମେଣ୍ଟକୁ ସ୍ପଷ୍ଟ ବହୁମତ ମିଳିନଥିବାରୁ ଦେଶରେ ରାଜନୈତିକ ଅନିଶ୍ଚିତତା ଦେଖାଦେଇଛି।
ଆଇଜେନକୋଟଙ୍କ ସପକ୍ଷରେ ୬୭ ଜଣ ସାଂସଦ ସମର୍ଥନ ଜଣାଇଥିବା ବେଳେ ନେତାନ୍ୟାହୁଙ୍କୁ ମିଳିଛି ୪୬ ଜଣଙ୍କ ସମର୍ଥନ।
୭ ଜଣ ସାଂସଦ କୌଣସି ପକ୍ଷକୁ ସମର୍ଥନ କରିନାହାନ୍ତି।
ଏହା ସହ ନେତାନ୍ୟାହୁଙ୍କ କ୍ଷମତା ବଜାୟ ରଖିବା ଲଢ଼େଇକୁ ବଡ଼ ଝଟକା ଲାଗିଛି।
Advertisment ପୂର୍ବତନ ଇସ୍ରାଏଲ୍ ସେନାମୁଖ୍ୟ ଆଇଜେନକୋଟଙ୍କ ହାତରେ ରହିଛି ସରକାର ଗଠନର ପ୍ରଥମ ସୁଯୋଗ।
ଏଥିପାଇଁ ତାଙ୍କୁ ୨୮ ଦିନ ସମୟ ମିଳିବ।
ଆବଶ୍ୟକ ପଡ଼ିଲେ ରାଷ୍ଟ୍ରପତି ଆଉ ୧୪ ଦିନ ସମୟ ବଢ଼ାଇପାରିବେ।
ତେବେ ସରକାର ଗଠନର ରାସ୍ତା ଏତେ ସହଜ ନୁହେଁ।
ଆରବ ଦଳଗୁଡ଼ିକ ବାହାରୁ ସମର୍ଥନ ଦେବାକୁ ରାଜି ଥିଲେ ମଧ୍ୟ ସେମାନଙ୍କ ଉପରେ ନିର୍ଭର କରିବାକୁ ଆଇଜେନକୋଟଙ୍କ ମେଣ୍ଟର କିଛି ଦଳ ରାଜି ନାହାନ୍ତି।
ଅନ୍ୟପଟେ ନେତାନ୍ୟାହୁ ମଧ୍ୟ ହାର ମାନିବାକୁ ପ୍ରସ୍ତୁତ ନୁହନ୍ତି।
ସେ ଏବେ ବି ଜାତୀୟ ଏକତା ସରକାର ଗଠନ ପାଇଁ ଉଦ୍ୟମ ଜାରି ରଖିଛନ୍ତି।
ଯଦି ଆଇଜେନକୋଟ ସରକାର ଗଠନରେ ବିଫଳ ହୁଅନ୍ତି, ତେବେ ନେତାନ୍ୟାହୁଙ୍କୁ ପୁଣିଥରେ ସୁଯୋଗ ମିଳିପାରେ।
ନଚେତ୍ ଇସ୍ରାଏଲ୍ରେ ୨୦୨୭ ଆରମ୍ଭରେ ପୁଣି ନିର୍ବାଚନ ହେବାର ସମ୍ଭାବନା ରହିଛି।
ଏବେ ସମସ୍ତଙ୍କ ନଜର ଆଇଜେନକୋଟଙ୍କ ଉପରେ।
ସେ ନେତାନ୍ୟାହୁଙ୍କ ଦୀର୍ଘ ବର୍ଷର ଶାସନରେ ପୂର୍ଣ୍ଣଚ୍ଛେଦ ପକାଇପାରିବେ ନା ଇସ୍ରାଏଲ୍ ପୁଣି ରାଜନୈତିକ ସଙ୍କଟକୁ ଫେରିବ, ତାହା ଆଗାମୀ ଦିନରେ ସ୍ପଷ୍ଟ ହେବ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।