Election: ଆଜି ଆସିବ ଉପନିର୍ବାଚନ ଫଳ
"ନୂଆଦିଲ୍ଲୀ: ୪ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ୫ ବିଧାନସଭା ଆସନ ଓ ଗୋଟିଏ ଲୋକସଭା ଆସନ ପାଇଁ ହୋଇଥିବା ଉପନିର୍ବାଚନ ଫଳ ଆସନ୍ତାକାଲି ପ୍ରକାଶ ପାଇବ।
ପଶ୍ଚିମବଙ୍ଗର ନନ୍ଦୀଗ୍ରାମ ଓ ରେଜିନଗର, ତାମିଲନାଡ଼ୁର ମଦୁରନ୍ତକମ୍ ଓ ଧାରାପୁରମ୍, ଆସାମର ନଗାଓଁ ଏବଂ ପୁଡ଼ୁଚେରୀର ଥାଟ୍ଟନଚାବଡ଼ିରେ ଅକ୍ଟୋବର ୬ ତାରିଖରେ ଉପନିର୍ବାଚନ ହୋଇଥିଲା।Advertisment ସମସ୍ତ ୬ ଆସନରେ ଆଜି ସକାଳ ୮ଟାରୁ ଭୋଟ୍ ଗଣତି ଆରମ୍ଭ ହେବ।
ପଶ୍ଚିମବଙ୍ଗର ନନ୍ଦୀଗ୍ରାମ ଆସନ ଉପରେ ସମସ୍ତଙ୍କ ନଜର ରହିଛି।
କାରଣ ବିଜେପି ଏଠାରେ ଟିଏମ୍ସିକୁ ୧୫ ବର୍ଷ ପରେ କ୍ଷମତାରୁ ହଟାଇ ଦେଇଛି।
ନନ୍ଦୀଗ୍ରାମ ଓ ରେଜିନଗର ନିର୍ବାଚନ ଫଳ ମଧ୍ୟ ଏବେ ରାଜ୍ୟରେ ବିଜେପି କିଭଳି କାର୍ଯ୍ୟ କରୁଛି ତା"ର ସଙ୍କେତ ଦେବ।
ଉଭୟ ଆସନରେ ମତଦାନ ପାଖାପାଖି ୮୦ ପ୍ରତିଶତ ରହିଛି।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।