ଗରିବଙ୍କ ଚାଉଳ ଜଙ୍ଗଲରେ, ତଦନ୍ତ ଦାବି
କେନ୍ଦୁଝର : ଜଙ୍ଗଲରେ ପଡ଼ିଛି ବସ୍ତାବସ୍ତା ଚାଉଳ ଓ ରାସନକାର୍ଡ । କେନ୍ଦୁଝର ଜିଲ୍ଲା ବଡ଼ବିଲ ପୌରାଞ୍ଚଳ ଆଦର୍ଶ ବିଦ୍ୟାଳୟ ଓ ଗ୍ରିଡ ଷ୍ଟେସନ ପଛପଟ ଜଙ୍ଗଲରେ ପଡ଼ିଛି ଚାଉଳ । କେହି ଜଣେ ଫିଙ୍ଗି ଦେଇଥିବା ଜଣାପଡୁଛି । ତେବେ ଗରିବ ଖଟିଖିଆ ମାନଙ୍କ ପେଟକୁ ଦାନା ଦେବା ସରକାର ଚାଉଳ ଯୋଗାଇ ଦେଉଛନ୍ତି । ହେଲେ ଏତେ ମାତ୍ରାରେ ଚାଉଳ କିଏ ଓ କାହିଁକି ଜଙ୍ଗଲରେ ଫୋପାଡ଼ିଲା ? ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ । ଘଟଣାର ଉଚ୍ଚ ସ୍ତରୀୟ ତଦନ୍ତ ହେଲେ ପ୍ରକୃତ ସତ୍ୟ ପଦାକୁ ଆସିବ ବୋଲି ଅଞ୍ଚଳବାସୀ କହିଛନ୍ତି । ଅନ୍ୟପଟେ ଏହାର ତଦନ୍ତ କରାଯିବ ବୋଲି କହିଛନ୍ତି ଚମ୍ପୁଆ ACSO ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ NANDIGHOSHA TV - ନନ୍ଦିଘୋଷ ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି NANDIGHOSHA TV - ନନ୍ଦିଘୋଷ ଟିଭି ଦେଖନ୍ତୁ।