ଦୀର୍ଘ ୪ ବର୍ଷ ପରେ ଭୁବନେଶ୍ବର କୁମାରଙ୍କ କମବ୍ୟାକ୍
ନନ୍ଦିଘୋଷ ବ୍ୟୁରୋ: ଦୀର୍ଘ ଚାରି ବର୍ଷ ପରେ ଟି-୨୦ ଟିମ୍ କୁ କମବ୍ୟାକ୍ କରିଛନ୍ତି ୩୬ ବର୍ଷିୀୟ ଭାରତୀୟ ଫାଷ୍ଟ ବୋଲର ଭୁବନେଶ୍ବର କୁମାର । ନ୍ୟୁଜିଲ୍ୟାଣ୍ତ ସହ ଖେଳାଯିବାକୁ ଥିବା ପାଞ୍ଚ ମ୍ୟାଚ୍ ବିଶିଷ୍ଟ ସିରିଜ ପାଇଁ ମଙ୍ଗଳବାର ବିସିସିଆଇ ପକ୍ଷରୁ ତାଙ୍କ ନାଁ ଘୋଷଣା କରାଯାଇଛି ।
ସୂଚନା ଅନୁଯାୟୀ, ଅକ୍ଟୋବର ୨୨ରୁ ଆରମ୍ଭ ହେବାକୁ ଥିବା ନ୍ୟୁଜିଲ୍ୟାଣ୍ତ ବିପକ୍ଷ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି । ତେବେ ଦୀର୍ଘ ଚାରି ବର୍ଷ ପରେ ଟି-୨୦ ଟିମ୍ କୁ ଫେରିଛନ୍ତି ଦ୍ରୁତ ବୋଲର ଭୁବନେଶ୍ବର କୁମାର । ଖେଳାଳୀ ଶେଷ ଥର ପାଇଁ ୨୦୨୨ରେ ନ୍ୟୁଜିଲ୍ୟାଣ୍ତ ବିପକ୍ଷ ମ୍ୟାଚ୍ ଖେଳିଥିଲେ । ସେହିପରି ୨୦୧୮ ଜାନୁୟାରୀରେ ଭୁବନେଶ୍ବର ନିଜ କ୍ୟାରିୟରର ଶେଷ ଟେଷ୍ଟ ଓ ୨୦୨୨ ଜାନୁଆରୀରେ ଶେଷ ଦିନିକିଆ ମ୍ୟାଚ୍ ଖେଳିଥିଲେ। ଗତ ତିନି ମାସ ଧରି ଭୁବନେଶ୍ବରଙ୍କୁ ଟିମ୍ ରେ ପ୍ରତ୍ୟାବର୍ତ୍ତନ ନେଇ ଚର୍ଚ୍ଚା ଜୋର ଧରିଥିଲା। ଗତ ଆଇପିଏଲରେ ଖେଳାଳୀ ୨୮ଟି ୱିକେଟ୍ ହାତେଇବା ସହ ‘ପର୍ପଲ୍ କ୍ୟାପ୍’ ରେସରେ ଦ୍ୱିତୀୟ ସ୍ଥାନରେ ରହିଥିଲେ। ଇଂଲଣ୍ଡ ଗସ୍ତ ବେଳେ ହର୍ଷିତ୍ ରାଣା ଆହତ ହେବା ପରେ ତାଙ୍କୁ ଟିମ୍ ରେ ସାମିଲ ନେଇ ଦାବି କରାଯାଇଥିଲା ।
ଅନ୍ୟପକ୍ଷରେ, ସ୍ପିନର ରବି ବିଷ୍ଣୋଇଙ୍କୁ ବାଦ ଦିଆଯାଇଥିବା ବେଳେ ତାଙ୍କ ସ୍ଥାନରେ ବରୁଣ ଚକ୍ରବର୍ତ୍ତୀଙ୍କୁ ସାମିଲ କରାଯାଇଛି । ବରୁଣ ଗତ ସେପ୍ଟେମ୍ବର ମାସରେ ଆଫଗାନିସ୍ତାନ ବିପକ୍ଷ ପ୍ରଥମ ଟି-୨୦ ମ୍ୟାଚ୍ ବେଳେ ଆହତ ହୋଇଥିବାରୁ ତାଙ୍କୁ ବିଶ୍ରାମ ଦିଆଯାଇଥିଲା । ଅନ୍ୟପଟେ ଦ୍ରୁତ ବୋଲର ଯଶପ୍ରୀତ ବୁମରାଙ୍କୁ ବିଶ୍ରାମ ଦିଆଯାଇଛି ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ NANDIGHOSHA TV - ନନ୍ଦିଘୋଷ ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି NANDIGHOSHA TV - ନନ୍ଦିଘୋଷ ଟିଭି ଦେଖନ୍ତୁ।