ଦୁର୍ଘଟଣା ଦୋହଲାଇ ଦେଲା ଜୀବନର ଗତିପଥ
ନନ୍ଦିଘୋଷ ବ୍ୟୁରୋ : ଦୁର୍ଘଟଣା ଦୋହଲାଇ ଦେଲା ଜୀବନର ଗତିପଥ । ଗଳାରେ ଟ୍ରାକିଓଷ୍ଟମୀ ଟ୍ୟୁବ ଲଗାଇ ଦିନ କାଟୁଛନ୍ତି ଭାସ୍କର । ସର୍ଜରୀ ପାଇଁ ଅର୍ଥ ସାଜିଛି ବାଧକ ।… ଏ ହେଉଛନ୍ତି ଘଟଗାଁ ବ୍ଲକ ଦେହୁରୀପଶି ଗାଁର ଭାସ୍କର ବେହେରା । ସ୍ତ୍ରୀ, ଦୁଇ ପୁଅ ଓ ଗୋଟିଏ ଝିଅକୁ ନେଇ ଭାସ୍କରଙ୍କ ପରିବାର । ଭାସ୍କର ଅଟୋ ଚଲାଇ ପରିବାର ପ୍ରତିପୋଷଣ କରନ୍ତି । ହେଲେ ଏକ ଦୁର୍ଘଟଣା ତାଙ୍କ ଜୀବନର ଗତିପଥକୁ ବଦଳାଇ ଦେଇଛି । ଗଳାରେ ଟ୍ରାକିଓଷ୍ଟମୀ ଟ୍ୟୁବ ଲଗାଯାଇଛି । ଫଳରେ ସେ ସ୍ୱାଭାବିକ ଭାବେ କଥା କହିପାରୁ ନାହାନ୍ତି, ନିଶ୍ଵାସ ପ୍ରଶ୍ଵାସ ବି ନେଇ ପାରୁନାହାନ୍ତି । …
ଅଟୋ ଚଲାଇ ଦି ଓଳି ଦି ମୁଠା ଖାଦ୍ୟ ସଂଗ୍ରହ କରିବା ଏବେ ଭାସ୍କରଙ୍କ ପାଇଁ କଷ୍ଟକର ହୋଇପଡିଛି । ପ୍ରଭାବିତ ହେଉଛି ପିଲାଙ୍କ ପାଠପଢା । ଡାକ୍ତରଙ୍କ କହିବା ମୁତାବକ, ଭାସ୍କରଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ପାଇଁ ଦରକାର ମେଜର ଅପରେସନ । ସର୍ଜରୀ ପାଇଁ ଆବଶ୍ୟକ ଅର୍ଥ ଯୋଗାଡ଼ କରିବା ପରିବାର ପକ୍ଷେ ସମ୍ଭବ ହେଉନାହିଁ । ତେଣୁ ସରକାରଙ୍କ ନିକଟରେ ସହାୟତା ଲୋଡିଛନ୍ତି ଭାସ୍କରଙ୍କ ପରିବାର । …
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ NANDIGHOSHA TV - ନନ୍ଦିଘୋଷ ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି NANDIGHOSHA TV - ନନ୍ଦିଘୋଷ ଟିଭି ଦେଖନ୍ତୁ।