ବଦଳିଲା ସରକାର… ଅଟକିଗଲା ଅର୍କକ୍ଷେତ୍ର କୋଣାର୍କର ବିକାଶ

Sep 26, 2026 - 17:36
ବଦଳିଲା ସରକାର… ଅଟକିଗଲା ଅର୍କକ୍ଷେତ୍ର କୋଣାର୍କର ବିକାଶ

ନନ୍ଦିଘୋଷ ବ୍ୟୁରୋ :ବଦଳିଲା ସରକାର । ଅଟକିଗଲା ଅର୍କକ୍ଷେତ୍ର କୋଣାର୍କର ବିକାଶ । ୪୭ଟି ମେଗା ପ୍ରକଳ୍ପରୁ ୧୭ ବନ୍ଦ । ଫାଇଲ ତଳେ ୩୦ ପ୍ରକଳ୍ପ । ନିରାଶ ହୋଇ ଫେରୁଛନ୍ତି ପର୍ଯ୍ୟଟକ ।… କୋଣାର୍କର ସୌନ୍ଦର୍ଯ୍ୟକରଣ ପାଇଁ ମାଷ୍ଟରପ୍ଲାନ ପ୍ରସ୍ତୁତ କରିଥିଲେ ପୂର୍ବ ସରକାର । ୨୦୨୨ ସେପ୍ଟେମ୍ବରରେ ୧୭୨ କୋଟି ଟଙ୍କାର କାମ ଆରମ୍ଭ ହୋଇଥିଲା । ହେଲେ ୨୦୨୪ରେ ସରକାର ବଦଳିବା ପରେ କାମ ସବୁ ବନ୍ଦ ହୋଇଯାଇଛି । କେବଳ ପାଦଚଲା ରାସ୍ତା, ଓଭରବ୍ରିଜ ପାଇଁ ୭ କୋଟି ୫୦ ଲକ୍ଷ ଦେଇ ଖାଲ ଖୋଳା ହୋଇଛି । ହସ୍ତଶିଳ୍ପ ବ୍ୟବସାୟୀଙ୍କ ପାଇଁ ୬୦ କୋଟିର ଭେଣ୍ଡିଙ୍ଗ ଜୋନ ବୋର୍ଡରେ ସୀମିତ ରହିଛି । …

ଚାଲି ଲେନ ବିଶିଷ୍ଟ ରିଙ୍ଗ ରୋଡ଼ ଜମି ଅଧିଗ୍ରହଣ ପାଇଁ ଏବକାର ସରକାର ଟଙ୍କାଟିଏ କ୍ଷତିପୂରଣ ଦେଲେନି । ଲୋକେ ରାସ୍ତାରୋକ କରୁଛନ୍ତି, ହେଲେ ଶୁଣୁନାହାଁନ୍ତି ସରକାର । କୋଣାର୍କ NACର ୪୭ଟି ମେଗା ପ୍ରକଳ୍ପରୁ ୧୭ଟି ଅଧାରୁ ଅଟକିଛି । ସ୍ଵାୟତ୍ତ ଶାସନ ଦିବସରେ ଅନ୍ୟ NACକୁ ସରକାର କୋଟିକୋଟି ଟଙ୍କା ହେଲେ । ହେଲେ କୋଣାର୍କକୁ କିଛି ଦେଲେନି । ପୂର୍ବ ସରକାରର ପ୍ରକଳ୍ପ ବୋଲି ରାଜନୀତି କରୁଛନ୍ତି କି ସରକାର ? ଯାହାକୁ ନେଇ ଉଠିଛି ବଡ଼ ପ୍ରଶ୍ନ ।…

କେବେ ସରକାରଙ୍କ ନିଦ ଭାଙ୍ଗୁଛି ? କେବେ ଅଟକିଥିବା ପ୍ରକଳ୍ପ ଦିଗ ପାଉଛି ? ତାହା ଉପରେ ରହିଛି ସମସ୍ତଙ୍କ ନଜର

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ NANDIGHOSHA TV - ନନ୍ଦିଘୋଷ ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି NANDIGHOSHA TV - ନନ୍ଦିଘୋଷ ଟିଭି ଦେଖନ୍ତୁ।