ବାତ୍ୟା ପରେ ବନ୍ୟାର କରାଳ ରୂପ, ଉଜୁଡ଼ିଗଲା ଗଞ୍ଜାମର ଅନେକ ପରିବାରଙ୍କ ସଂସାର!
ନନ୍ଦିଘୋଷ ବିୁରୋ: ବାତ୍ୟା ଅର୍ଣ୍ଣବ ପରବର୍ତ୍ତୀ ବନ୍ୟା ଉଜାଡ଼ି ଦେଇଛି ସଂସାର। ଗଂଜାମ ଜିଲ୍ଲା ପୁରୁଷୋତ୍ତପୁର ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି। କେଉଁଠି ଘରେ ଚୁଲି ଜଳୁନି, ତ କେଉଁଠି ଭାତହାଣ୍ଡିର ଚାଉଳ ଦାଣ୍ଡ ଦୁଆରେ ପଡ଼ିଛି। ମାଟି କାଦୁଅରେ ଘାଣ୍ଟି ହେଉଛନ୍ତି। ଘରର ଆସବାବପତ୍ର କାଦୁଅରେ ପୋତି ହୋଇଯାଇଛି। ଭିଜି ଯାଇଛି ପିଲାଙ୍କ ବହି ଖାତା। କେମିତି ସ୍କୁଲ ଯିବେ, ପାଠ କେମିତି ପଢ଼ିବେ, ପିଲାଙ୍କୁ ସେହି ଚିନ୍ତା ଘାରିଛି। କେବଳ ସେତିକି ନୁହେଁ, ବହୁ ଘରଦ୍ଵାର ବି ଭାଙ୍ଗିଛି। ଭାସିଯାଇଛି ଆସବାବପତ୍ର। କାହାର ଘର ନାହିଁ, କାହାର ଖାଇବାକୁ ନାହିଁ। ଯେଉଁମାନେ ସର୍ବସ୍ୱ ହରାଇଛନ୍ତି, ସେମାନଙ୍କ ଆଖିରୁ ଲୁହ ଶୁଖୁନି। ମଣିଷ ତ ଏତେ ଦୁର୍ଦ୍ଦଶାରେ ଅଛି, ଗୃହପାଳିତ ପଶୁପକ୍ଷୀଙ୍କ କଥା ପଚାରେ କିଏ। ଏବେ ଏହି ମାଟି କାଦୁଅ ଭିତରୁ ନିଜର ସାମଗ୍ରୀ ସାଉଁଟୁଛନ୍ତି ମହିଳା। ସଂସାର ରଥକୁ ପୁଣି ଗଡ଼ାଇବାକୁ ଆଗକୁ ଗଡ଼ାଇବାକୁ ସେମାନେ ଉଦ୍ୟମ କରୁଛନ୍ତି। ତେବେ ସରକାରୀ ସହାୟତା ପହଞ୍ଚି ନ ଥିବାରୁ ବିପନ୍ନଙ୍କ ମଧ୍ୟରେ କ୍ଷୋଭ ପ୍ରକାଶ ପାଇଛି। ଏହା ସହିତ ବନ୍ୟା ଆସିବା ପୂର୍ବରୁ ସତର୍କ ରହି ପଦକ୍ଷେପ ନେଇଥିଲେ, ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିଥିଲେ, ଠିକ୍ ସମୟରେ ସୂଚନା ଦେଇଥିଲେ ହୁଏତ ଏତେ କ୍ଷୟକ୍ଷତି ହୋଇନଥାନ୍ତା ବୋଲି କହିଛନ୍ତି ସେମାନେ। ଅସହାୟତ ଲୋକଙ୍କ ପାଇଁ ଏବେ ଖୋଲା ଆକାଶ ହିଁ ଏକମାତ୍ର ସାହାରା।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ NANDIGHOSHA TV - ନନ୍ଦିଘୋଷ ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି NANDIGHOSHA TV - ନନ୍ଦିଘୋଷ ଟିଭି ଦେଖନ୍ତୁ।