ବାସୁଦେବପୁରରେ ବଡ଼ ଅଗ୍ନିକାଣ୍ଡ, ଜଳିଗଲା ୩ ଦୋକାନ
ନନ୍ଦିଘୋଷ ବ୍ୟୁରୋ : ଭଦ୍ରକ ଜିଲ୍ଲା ବାସୁଦେବପୁରରେ ବଡ଼ ଧରଣର ଅଗ୍ନିକାଣ୍ଡ। ଅଟଳ ବିହାରୀ କଲେଜ ରୋଡ୍ର ହାଟସାଗର ଛକରେ ଥିବା ୩ଟି ଦୋକାନରେ ନିଆଁ ଲାଗି ସମ୍ପୂର୍ଣ୍ଣ ଜଳିଯାଇଛି। ଘର ଡିଜାଇନ ସାମଗ୍ରୀ ଦୋକାନ, ଇଲେକ୍ଟ୍ରିକ ସାମଗ୍ରୀ ଦୋକାନ ଓ ପାର୍ଟସ୍ ଦୋକାନ ନିଆଁରେ ପୋଡ଼ି ପାଉଁଶ ହୋଇଛି। ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି।
ସୂଚନା ପାଇ ଦୋକାନ ଖୋଲିବା ବେଳକୁ ହୁହୁ ହୋଇ ଜଳୁଥିଲା ନିଆଁ। ଖବର ପାଇ ବାସୁଦେବପୁର ଦମକଳ ବାହିନୀ ପହଞ୍ଚି ଦୀର୍ଘ ସମୟର ଚେଷ୍ଟା ପରେ ନିଆଁକୁ ଆୟତ୍ତ କରିଥିଲା। ଅଗ୍ନିକାଣ୍ଡରେ କୋଟି କୋଟି ଟଙ୍କାର ସାମଗ୍ରୀ ନଷ୍ଟ ହୋଇଥିବା ଅନୁମାନ କରାଯାଉଛି।
ଅନ୍ୟପଟେ, ବାସୁଦେବପୁର କାଳୀମନ୍ଦିର ଛକରେ ଥିବା ସାଇସେବା ପାଥୋଲୋଜିରେ ମଧ୍ୟ ସକାଳୁ ଅଗ୍ନିକାଣ୍ଡ ଘଟିଛି। ଦୋକାନ ଖୋଲି ବାହାରକୁ ଯାଇଥିବା ବେଳେ ନିଆଁ ଲାଗିଥିବା ଜଣାପଡ଼ିଛି। ଅଗ୍ନିକାଣ୍ଡରେ ପାଥୋଲୋଜିର ଆସବାବପତ୍ର ଜଳିଯାଇଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ NANDIGHOSHA TV - ନନ୍ଦିଘୋଷ ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି NANDIGHOSHA TV - ନନ୍ଦିଘୋଷ ଟିଭି ଦେଖନ୍ତୁ।