ବିଜେଡିର ଜନସଂପର୍କ ପଦଯାତ୍ରାରେ

Oct 09, 2026 - 13:05
ବିଜେଡିର ଜନସଂପର୍କ ପଦଯାତ୍ରାରେ

ଭୁବନେଶ୍ବର : ବିଜେଡିର ଜନସଂପର୍କ ପଦଯାତ୍ରାରେ ଗର୍ଜିଲେ ନବୀନ ପଟ୍ଟନାୟକ। ସେ  କହିଛନ୍ତି, ବିକାଶ ଓ ସେବାରେ ବିଜେଡି ବିଶ୍ୱାସ କରେ। ବିଜେଡି ସମୟରେ ବିକାଶ ପାଇଁ ଓଡ଼ିଶା ସାରା ବିଶ୍ୱରେ ମଡେଲ ରାଜ୍ୟ ହୋଇଥିଲା। ହେଲେ ଡବଲ ଇଂଜିନ ସରକାର ଓଡ଼ିଶାର ଛବି ମଳିନ କରି ଦେଇଛି। ବିଜେପି ସରକାରର ବିଫଳତା ସବୁ ଘରେ ଜଣାଇବାକୁ ବିଜେଡି କର୍ମୀଙ୍କୁ ଆହ୍ଵାନ ଦେଇଛନ୍ତି ନବୀନ ପଟ୍ଟନାୟକ। । ଆଜି ବିଜେଡି ଜନ ସଂପର୍କ ପଦଯାତ୍ରାରେ ଯୋଗ ଦେଇଛନ୍ତି ଦଳର ମୁଖ୍ୟ ନବୀନ ପଟ୍ଟନାୟକ। ଆଜିର ସମାବେଶ ହୋଇଛି ଭୁବନେଶ୍ଵର ଡମଣା କ୍ଲବ ଟାଉନ ପଡି଼ଆରେ। ଏଥିରେ ହଜାର ହଜାର ବିଜେଡି କର୍ମୀ ଯୋଗ ଦେଇଛନ୍ତି। ବିଜେଡିର ଜନ ସଂପର୍କ ପଦଯାତ୍ରା ଆରମ୍ଭ ହୋଇଥିଲା ଗାନ୍ଧି ଜୟନ୍ତୀ ଅକ୍ଟୋବର ୨ ତାରିଖରୁ। ଏହା ନଭେମ୍ଵର ୨ ତାରିଖ ଯାଏ ଚାଲିବ। ଏହି ପଦଯାତ୍ରା ଜରିଆରେ ପୂର୍ବ ବିଜେଡି ସରକାରର ସଫଳତା ଓ ବର୍ତ୍ତମାନର ବିଜେପି ସରକାରର ବିଫଳତା ସଂପର୍କରେ ରାଜ୍ୟବାସୀଙ୍କୁ ସଚେତନ କରାଯାଉଛି। ଏହା ସହିତ MMDR ପରି ରାଜ୍ୟସ୍ଵାର୍ଥ ବିରୋଧୀ ଆଇନ ସଂପର୍କରେ ଲୋକଙ୍କୁ ସଜାଗ କରାଯାଉଛି। …

 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ NANDIGHOSHA TV - ନନ୍ଦିଘୋଷ ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି NANDIGHOSHA TV - ନନ୍ଦିଘୋଷ ଟିଭି ଦେଖନ୍ତୁ।