ମୋବାଇଲ ଗେମ୍କୁ ନେଇ ରେଭେନ୍ସାରେ ରାଗିଙ୍ଗ ଅଭିଯୋଗ
ନନ୍ଦିଘୋଷ ବ୍ୟୁରୋ : କଟକ ରେଭେନ୍ସା ବିଶ୍ୱବିଦ୍ୟାଳୟରେ ରାଗିଙ୍ଗ ଅଭିଯୋଗ । ମୋବାଇଲ ଗେମକୁ ନେଇ ରେଭେନ୍ଶା ବିଶ୍ୱବିଦ୍ୟାଳୟରେ ରାଗିଙ୍ଗ ଅଭିଯୋଗ ହୋଇଛି । ଜଗନ୍ନାଥ ଛାତ୍ରବାସ ର ଯୁକ୍ତ ୩ ଦ୍ଵିତୀୟ ବର୍ଷର ଛାତ୍ର ମନୋରଞ୍ଜନ ମାଝୀକୁ ସେହି ଛାତ୍ରାବାସର ତୃତୀୟ ବର୍ଷର କିଛି ଛାତ୍ର ରାଗିଙ୍ଗ କରିଥିବା ମନୋରଞ୍ଜନ ଅଭିଯୋଗ କରିଛନ୍ତି । ଅନଲାଇନ ମୋବଇଲ ଗେମରେ ସିନିୟର ଛାତ୍ରମାନେ ଚିଟିଙ୍ଗ କରିଥିବାରୁ ମନୋରଞ୍ଜନ ସେମାନଙ୍କୁ ବିରୋଧ କରିଥିଲେ । ଏଥିରେ ସିନିୟର ଛାତ୍ରମାନେ ରାଗିଯାଇ ମନୋରଞ୍ଜନକୁ ସେମାନଙ୍କ ହଷ୍ଟେଲ ରୁମ ପାଖକୁ ଡକାଇ ମାନସିକ ଓ ଶାରୀରିକ ନିର୍ଯାତନା ଦେଇଥିବା ସେ ଅଭିଯୋଗ ଆଣିଛନ୍ତି । ଏନେଇ ସେ ଆଣ୍ଟି ରାଗିଙ୍ଗ ସେଲ ଏବଂ ପରେ ରେଭେନ୍ଶା ବିଶ୍ୱବିଦ୍ୟାଳୟର କୁଳସଚିବ ଓ ଚିଫ ୱାର୍ଡେନକୁ ମେଲ କରି ଅଭିଯୋଗ କରିଛନ୍ତି । ଏ ନେଇ ରେଭେନ୍ଶା ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳି ପାରି ନଥିବା ବେଳେ ଅଭିଯୋଗ ନେଇ କର୍ତ୍ତୃପକ୍ଷ ବୈଠକ କରିବେ ବୋଲି ସୂଚନା ମିଳିଛି ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ NANDIGHOSHA TV - ନନ୍ଦିଘୋଷ ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି NANDIGHOSHA TV - ନନ୍ଦିଘୋଷ ଟିଭି ଦେଖନ୍ତୁ।