ରାଜ୍ୟକୁ ନାହିଁ ବଡ଼ ବର୍ଷା!

Oct 13, 2026 - 11:26
ରାଜ୍ୟକୁ ନାହିଁ ବଡ଼ ବର୍ଷା!

ରାଜ୍ୟକୁ ନାହିଁ ବଡ଼ ବର୍ଷା!

ନନ୍ଦିଘୋଷ ବ୍ୟୁରୋ: ଦକ୍ଷିଣ ଆଣ୍ତାମାନ ସାଗର ନିକଟବର୍ତ୍ତୀ ଅଞ୍ଚଳରେ ଥିବା ଘୂର୍ଣ୍ଣବଳୟ ମଙ୍ଗଳବାର ଲଘୁଚାପର ରୂପ ନେଇଛି । ତେବେ ଏହି ଘୂର୍ଣ୍ଣବଳୟ ଅଧିକ ଘନୀଭୂତ ହେବ କି ନାହିଁ ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ । ସାମୁଦ୍ରିକ ଓ ବାୟୁମଣ୍ତଳୀୟ ପରିସ୍ଥିତି ଅଧିକ ଅନୁକୂଳ ନ ଥିବାରୁ ଏହା ଲଘୁଚାପ କ୍ଷେତ୍ର ମଧ୍ୟରେ ସୀମିତ ରହିପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି ।

ଅନ୍ୟପଟେ ସୋମବାର ରାଜ୍ୟର କିଛି ସ୍ଥାନରୁ ଅପସରି ଯାଇଛି ଦକ୍ଷିଁଣ-ପଶ୍ଚିମ ମୌସୁମୀ ବାୟୁ । ଆସନ୍ତା ୨ରୁ ୩ ଦିନ ମଧ୍ୟରେ ଦେଶର ଅବଶିଷ୍ଟ ଅଞ୍ଚଳରୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଫେରିଯିବା ସହ ଦକ୍ଷିଣ ଉପଦ୍ବୀପୀୟ ଭାରତରେ ଉତ୍ତର-ପୂର୍ବ ମୌସୁମୀ ବର୍ଷା ଆରମ୍ଭ ହେବା ପାଇଁ ପାଗ ଅନୁକୂଳ ହେବ ବୋଲି ପାଣିପାଗ ବିଭାର ପକ୍ଷରୁ ଆକଳନ କରାଯାଇଛି ।

ସୂଚନା ଅନୁଯାୟୀ, ଗତ ୨୪ ଘଣ୍ଟାରେ ରାଜ୍ୟର ବିଭିନ୍ନ ସ୍ଥାନରେ ତାପମାତ୍ରା ସାମାନ୍ୟ ହ୍ରାସ ପାଇଛି । ୫ଟି ସହରର ତାପମାତ୍ରା ୩୪ ଡ଼ିଗ୍ରୀ ଉପରେ ରହିଛି । ମାଲକାନଗିରି ଓ ଝାରସୁଗୁଡ଼ାରେ ସର୍ବାଧିକ ୩୪.୪ ଡ଼ିଗ୍ରୀ ରେକର୍ଡ଼ ହୋଇଛି । ତେବେ ଆସନ୍ତା ସପ୍ତାହଁ ଯାଏଁ ତାପମାତ୍ରରେ ବିଶେଷ ପରିବର୍ତ୍ତନ ହେବ ନାହିଁ । ରାଜ୍ୟର କେତେକ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ଆଗାମୀ ୨୨ ତାରିଖ ଯାଏଁ ବର୍ଷା ନେଇ କୌଁଣସି ସର୍ତକ ସୂଚନା ନାହିଁ ବୋଲି ପାଣିପାଗ ବିଭାର ପକ୍ଷରୁ ପୂର୍ବାନୁମାନ କରାଯାଇଛି ।

 

 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ NANDIGHOSHA TV - ନନ୍ଦିଘୋଷ ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି NANDIGHOSHA TV - ନନ୍ଦିଘୋଷ ଟିଭି ଦେଖନ୍ତୁ।