05 SEPTEMBER 2026

Welcome!

Unlock your personalized experience.
Sign Up

Elephant: ଚିକିତ୍ସା ପାଇଁ ବନତାରା ଆସିଲା ଅସୁସ୍ଥ ହାତୀ

Jun 25, 2026 - 20:26
Elephant: ଚିକିତ୍ସା ପାଇଁ ବନତାରା ଆସିଲା ଅସୁସ୍ଥ ହାତୀ

ଜାମନଗର: ଅସୁସ୍ଥ ତଥା ଶାରିରୀକ ଭାବେ ଅତ୍ୟନ୍ତ ଦୁର୍ବଳ ହୋଇପଡ଼ିଥିବା ହାତୀ ମାଣିକିକୁ ଚିକିତ୍ସା ପାଇଁ ବନତାରା ଅଣାଯାଇଛି। ଆସାମର ଏକ ରାଜପଥରେ ଯନ୍ତ୍ରଣାରେ ପୀଡ଼ିତ ମାଣିକି ଚାଲୁଥିବାର ଏକ ଭିଡିଓ ଭାଇରାଲ ହୋଇଥିଲା। ଏହାର ମାଲିକ ରୁଚି ଚେଟିଆ ସୁପ୍ରିମକୋର୍ଟ ନିଯୁକ୍ତ କମିଟି କମିଟିକୁ ହାତୀକୁ ଉଦ୍ଧାର କରିବା ଓ ଯତ୍ନ ନେବା ପାଇଁ ଅନୁରୋଧ କରିଥିଲେ ଓ ବନତାରା ପଠାଇବାକୁ ପ୍ରସ୍ତାବ ଦେଇଥିଲେ।

ଆସାମ ଓ ଗୁଜରାଟ ସରକାରଙ୍କ ଆବଶ୍ୟକ ଅନୁମୋଦନ ମିଳିବା ପରେ ମାଣିକିକୁ ବନତାରା ଅଣାଯାଇଛି। ବନତାରାର ପ୍ରବକ୍ତା କହିଛନ୍ତି ଯେ ମାଣିକିର ସ୍ବାସ୍ଥ୍ୟ ରିପୋର୍ଟ ଅନୁସାରେ ସଂକ୍ରମିତ ଘା, ଦୁର୍ବଳ ଶରୀର ଭଳି ସମସ୍ୟା ରହିଛି। ସେଥିପାଇଁ ଏକ ଦୀର୍ଘକାଳୀନ ଚିକିତ୍ସା ଯୋଜନା ଜରୁରୀ।

A sick elephant: ଚନ୍ଦକା ଜଙ୍ଗଲରେ ବୁଲୁଛି ଅସୁସ୍ଥ ହାତୀ, ଦୁର୍ବଳ ହେଉଛି ଦନ୍ତା

ଚିକିତ୍ସା, ହାଇଡ୍ରୋଥେରାପି ଓ ଆକ୍ୟୁପଙ୍କଚର ଜରିଆରେ ଯନ୍ତ୍ରଣା ନିବାରଣକୁ ପ୍ରାଥମିକତା ଦିଆଯାଉଛି। ଏଥି ସହିତ ଘାକୁ ଶୁଖାଇବା ଓ ପୋଷଣ ଜନିତ ଥଇଥାନ ପ୍ରତି ମଧ୍ୟ ଦୃଷ୍ଟି ଦିଆଯାଉଛି। ମାଣିକିକୁ ବନତାରା ପଠାଇବା ପାଇଁ ନିଷ୍ପତ୍ତି ନେଇଥିବାରୁ ରୁଚି ଚେଟିଆଙ୍କ ପ୍ରତି ଆମେ କୃତଜ୍ଞ। ଔଷଧ ସହିତ ଅନ୍ୟାନ୍ୟ ବିଭିନ୍ନ ଉପାୟରେ ମାଣିକିର ଚିକିତ୍ସା କରାଯିବ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।