Elephant attack: ଦନ୍ତା ହାତୀ ଆକ୍ରମଣରେ ବରିଷ୍ଠ ବ୍ୟକ୍ତିଙ୍କ ମୃତ୍ୟୁ!

Sep 26, 2026 - 17:15
Elephant attack: ଦନ୍ତା ହାତୀ ଆକ୍ରମଣରେ ବରିଷ୍ଠ ବ୍ୟକ୍ତିଙ୍କ ମୃତ୍ୟୁ!

"ବୀରମିତ୍ରପୁର: ଦନ୍ତା ହାତୀ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁକୁ ନେଇ ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁରର ଝୁରମୁର ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି।

ଏଭଳି ଏକ ଦୁଃଖଦ ଘଟଣା ଘଟିଛି ରାଏବଗା ଥାନା ଅନ୍ତର୍ଗତ ଝୁରମୁର ଗ୍ରାମରେ ଘଟିଛି।

ମୃତ ବ୍ୟକ୍ତି ଝୁରମୁର ଗ୍ରାମର କୁକୁଡୁଟୋଲି ନିବାସୀ ଶିରିଲ କୁଜୁର (୬୮)।Advertisment ଆଜି ସକାଳୁ ଶିରିଲ କୁଜୁର ଖେତକୁ ଶୌଚ ପାଇଁ ଯାଇଥିବା ସମୟରେ ଏକ ଦନ୍ତାହାତୀ ହାବୁଡ଼ରେ ପଡ଼ିଥିଲେ।

ହାତୀ ଶୁଣ୍ଢରେ ଶିରିଲ କୁଜୁରଙ୍କୁ ଟାଣି କଚାଡ଼ିବା ଫଳରେ ଶିରିଲ କୁଜୁଙ୍କ ଘଟଣା ସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା।

ଘଟଣା ସମ୍ପର୍କରେ ବସ୍ତି ବାସିନ୍ଦା ରାଏବଗା ଥାନା ଓ ବୀରମିତ୍ରପୁର ଫୋରେଷ୍ଟ ରେଞ୍ଜ ଅଧିକାରୀଙ୍କୁ ଖବର ଦେଇଥିଲେ!

ଖବର ପାଇ ବୀରମିତ୍ରପୁର ରେଞ୍ଜର ସୁଦେସ୍ନା ପ୍ରଧାନ, ଫୋରେଷ୍ଟର କ୍ଷିତିଭୂଷଣ ରାଏବଗା ଥାନା ଅଧିକାରୀ ଆଦିତ୍ୟ ଓରାମ ପ୍ରମୁଖ ଘଟଣାସ୍ଥଳରେ ପହଁଞ୍ଚି ମୃତଦେହକୁ ଜବତ କରି ବ୍ୟବଛେଦ ପାଇ ପଠାଇବା ସହ ଏକ ମାମଲା ୠଜୁକରି ଘଟଣାର ତଦନ୍ତ ଚଳାଇଛନ୍ତି।

ତେବେ ଶିରିଲ କୁଜୁଙ୍କ ପରିବାରକୁ ମୋଟ ୧୦ ଲକ୍ଷ ଟଙ୍କାର କ୍ଷତି ପୂରଣ ମିଳିବାକୁ ଥିବା ବେଳେ ରେଞ୍ଜର ସୁଦେସ୍ନା ପ୍ରଧାନ ମୃତକଙ୍କ ପରିବାର ବର୍ଗଙ୍କୁ ନଗଦ ୨୦ ହଜାର ଟଙ୍କା ପ୍ରଦାନ କରିଥିବା ଜଣାପଡ଼ିଛି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।