Elephant Attack: ସୁନ୍ଦରଗଡ଼ ଜିଲ୍ଲାରେ ହାତୀ ଆତଙ୍କ, ଦନ୍ତା ଆକ୍ରମଣରେ ୨ ମୃତ
"କୋଇଡା/ବୀରମିତ୍ରପୁର: ସୁନ୍ଦରଗଡ଼ ଜିଲ୍ଲାରେ ହାତୀ ଆତଙ୍କ।
ଦନ୍ତା ଆକ୍ରମଣରେ ୨ ମୃତ।
ଆଜି ସକାଳୁ ଏଭଳି ଦୁଇଟି ଘଟଣା ସାମ୍ନାକୁ ଆସିଛି।
ଗୋଟିଏ କୋଇଡା ବନାଞ୍ଚଳରେ ଓ ଅନ୍ୟଟି ବୀରମିତ୍ରପୁର ଅଞ୍ଚଳରେ ଘଟିଛି।
କୋଇଡା ବନାଞ୍ଚଳର ତେନ୍ତୁଳଡିହି ଛକ ନିକଟରେ ଗତକାଲି ବିଳମ୍ବିତ ରାତିରେ ସମ୍ବାରୀ ମୁଣ୍ଡା (୬୦) ଓ ତାଙ୍କ ଝିଅ, ନାତୁଣୀ ନିଜ ଘରୁ ପରିସ୍ରା କରିବାକୁ ବାହାରୁଥିବା ବେଳେ ଏକ ଦନ୍ତା ହାତୀ ହଠାତ୍ ସାମ୍ନାକୁ ଆସିଥିଲା।
ଜୀବନ ବିକଳରେ ଯିଏ ଯୁଆଡେ ପାରିଲେ ଦୌଡ଼ିବାକୁ ଚେଷ୍ଟା କରିଥିଲେ, ହେଲେ ସମ୍ବାରୀ ଖସି ପାରିନଥିଲେ ଯାହା ଫଳରେ ଶୁଣ୍ଢରେ ଟାଣି ଆଣି ଦଳି ଦେଇଥିଲା ଓ ତାଙ୍କ ଝିଅ ବାଲମା ଝୁଣ୍ଟି ଯାଇ ଆହତ ହୋଇଥିଲେ ।Advertisment Bhitarkanika: ଖୋଲିଲା ବିଶ୍ୱପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନ, ପର୍ଯ୍ୟଟକମାନେ କରିପାରିବେ ରାତ୍ରିଯାପନ ଲୋକେ ଦେଖିବା ପରେ ଦନ୍ତାକୁ ଘଉଡ଼ାଇ ସହ ସମ୍ବାରୀଙ୍କୁ କୋଇଡା ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର ଆଣିଥିଲେ, ଯେଉଁଠି ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।
ଅନ୍ୟପଟେ କ୍ଷତିପୂରଣ ଦାବିରେ ପରିବାର ଓ ଗ୍ରାମବାସୀ ।
ପ୍ରାତଃଭ୍ରମଣ ବେଳେ ଜୀବନ ନେଲା ହାତୀ ଏଣେ ବୀରମିତ୍ରପୁରର କୁସୁମଟୋଲିରେ ପ୍ରାତଃଭ୍ରମଣ କରୁଥିବା ବେଳେ ଜଣଙ୍କର ଜୀବନ ନେଇଛି ହାତୀ।
ମୃତକ ହେଲେ ରାମଚନ୍ଦ୍ର ଗୌଡ଼।) ବୀରମିତ୍ରପୁର ବନରେଞ୍ଜ ଅନ୍ତର୍ଗତ ହତିବାରି ଫରେଷ୍ଟ ସେକ୍ସନର ଓଲ୍ଲାଣି ଗ୍ରାମରେ ଜଙ୍ଗଲୀ ହାତୀପଲଙ୍କ ଆକ୍ରମଣରେ କୁସୁମଟୋଲି ବସ୍ତି ବାସିନ୍ଦା ରାମଚନ୍ଦ୍ର ଗୌଡ଼(୬୦) ନାମକ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି!
ମିଳିଥିବା ସୂଚନା ଅନୁଯାୟୀ, ଗତ କେତେଦିନ ହେଲା ଜଙ୍ଗଲୀ ହାତୀପଲ ବିଶ୍ରା, କୁଆଁରମୁଣ୍ଡା ଓ ବୀରମିତ୍ରପୁର ରେଞ୍ଜରେ ଆତଙ୍କରାଜ ଚଳାଇ ଆସିଥିବା ବେଳେ ୨୮ଟିକିଆ ହାତୀପଲ ହାତିବାରି ପଞ୍ଚାୟତର ଧୂମାଗାଢା ଜଙ୍ଗଲରେ ରହିଥିବା ଖବରପାଇ ବୀରମିତ୍ରପୁର ରେଞ୍ଜର ସୁଦେଷ୍ଣା ପ୍ରଧାନଙ୍କ ନିର୍ଦେଶକ୍ରମେ ହତିବାରି ଫରେଷ୍ଟର ସୁଶୀଲ କେରକେଟ୍ଟାଙ୍କ ତତ୍ତ୍ୱବଧାନରେ ବନ ବିଭାଗର ଟିମ ଗତକାରୀ ରାତିରେ ହାତୀପଲଙ୍କୁ ଘୋଉଡାଇ କର୍କଟନାସା ପଞ୍ଚାୟତର ବରପାନି ଜଙ୍ଗଲ ନେଉଥିବା ବେଳେ ଦୁଇଟି ଦନ୍ତାହାତୀ ଫେରିଆସି ଓଲ୍ଲାଣି ବସ୍ତି ନିକଟରେ ବୁଲାବୁଲି କରୁଥିଲେ!
ଭୋର ପ୍ରାୟ ପାଞ୍ଚଟା ସମୟରେ ଓଲ୍ଲାଣି କୁସୁମଟୋଲି ବସ୍ତିର ରାମଚନ୍ଦ୍ର ଗୌଡ଼ ବାହାରକୁ ଯାଇଥିବା ବେଳେ ସେ ଜଙ୍ଗଲୀ ହାତୀଙ୍କ ହାବୁଡ଼ରେ ପଡ଼ିଯାଇଥିଲେ!
ହାତୀକୁ ଦେଖି ରାମଚନ୍ଦ୍ର ସେଠାରୁ ଦୌଡ଼ି ପଳାଇବା ପାଇଁ ଚେଷ୍ଟା କରିଥିଲେ ବି ହାତୀ ତାଙ୍କୁ ଶୁଣ୍ଢରେ ଟେକି କଚାଡ଼ିଦେଇ ପାଦରେ ଦଳି ଦେଇଥିଲା!
ଘଟଣା ସ୍ଥଳରେ ହିଁ ରାମଚନ୍ଦ୍ରଙ୍କ ମୃତ୍ୟୁ ଘଟିଥିଲା!
ଗ୍ରାମବାସୀ ଓ ହତିବାରି ଫରେଷ୍ଟର ସୁଶୀଲ କେରକେଟ୍ଟା ରାମଚନ୍ଦ୍ରଙ୍କୁ ଉଦ୍ଧାରକରି ହତିବାରି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଇଥିଲେ!
ସେଠାରେ ଡାକ୍ତର ତାଙ୍କୁ ମୃତବୋଲି ଘୋଷଣା କରିଥିଲେ!
ଏ ସମ୍ପର୍କରେ ମୃତକଙ୍କ ପରିବାର ପକ୍ଷରୁ ହାତିବାରି ଥାନାରେ ଲିଖିତ ଅଭିଯୋଗ ହେବାପରେ ଥାନା ଅଧିକାରୀ ଗୀତାଞ୍ଜଳି ମିର୍ଦ୍ଧା ଏକ ମାମଲା ୠଜୁକରି ଶବକୁ ଜବତକରି ବ୍ୟବଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ ଚଳାଇଥିବା ଜଣାପଡିଛି!
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।