Emergency fund: ୪୬% ଲୋକଙ୍କ ପାଖରେ ନାହିଁ ୩ ମାସର ଜରୁରୀ ପାଣ୍ଠି
ନୂଆଦିଲ୍ଲୀ: ରୋଜଗାର ସତ୍ତ୍ବେ ଅନେକ ଭାରତୀୟ ପରିବାରର ଆର୍ଥିକ ସ୍ଥିତି ଭଲ ନାହିଁ। ଏକ ଫିନଟେକ୍ ବା ଆର୍ଥିକ ପ୍ରଯୁକ୍ତି କମ୍ପାନିର ସର୍ଭେରୁ ଜଣାଯାଇଛି ଯେ ୪୬ ପ୍ରତିଶତ ଲୋକଙ୍କ ନିକଟରେ ୩ ମାସର ଖର୍ଚ୍ଚ ତୁଲାଇବା ପାଇଁ ଜରୁରୀ ପାଣ୍ଠି ନାହିଁ। ଏଥିସହିତ ୬୦ ପ୍ରତିଶତ ଲୋକଙ୍କ ନିକଟରେ ସେମାନଙ୍କ ପୂରା ପରିବାର ପାଇଁ ସ୍ବାସ୍ଥ୍ୟ ବୀମା କଭର ୨୫ ଲକ୍ଷ ଟଙ୍କାରୁ କମ୍ ରହିଛି। ଫିନୋଭେଟ୍ ଫାଇନାନ୍ସିଆଲ ସର୍ଭିସେସ୍ର ରିପୋର୍ଟରେ ସଞ୍ଚୟ, ଋଣ ପରିଚାଳନା, ଟିକସ ଯୋଜନା, ନିବେଶ ନିଷ୍ପତ୍ତି ଓ ପରିବାରର ସୁରକ୍ଷା ଭଳି କିଛି ଦିଗକୁ ଦେଖାଯାଇଛି। ଜଣେ ନିବେଶ କରୁଛି କିମ୍ବା ଆର୍ଥିକ ଯୋଜନା ଚଳାଇଛି ଅର୍ଥ ଏହା ନୁହେଁ ଯେ ହଠାତ୍ ଦେଖାଦେବାକୁ ଥିବା ଆର୍ଥିକ ଅସୁବିଧାରୁ ସେ ସଂପୂର୍ଣ୍ଣ ସୁରକ୍ଷିତ।
Narendra Moid: ପ୍ରଧାନମନ୍ତ୍ରୀଙ୍କ ‘ଭଜନ କ୍ଲବିଂ’କୁ ନେଇ କଂଗ୍ରେସ ନେତାଙ୍କ କଟାକ୍ଷ
ଜରୁରୀ ପାଣ୍ଠି ହେଉଛି ସେହି ରାଶି ଯାହା ଚାକିରି ଚାଲିଯିବା, ହଠାତ୍ ଡାକ୍ତରଖାନାରେ ଭର୍ତ୍ତି ହେଲେ ଚିକିତ୍ସା ଖର୍ଚ୍ଚ ବହନ କରିବା ଏବଂ ପରିବାରର କୌଣସି ଜରୁରୀ ଆବଶ୍ୟକତା ପୂରଣ ପାଇଁ ବ୍ୟବହାର କରାଯାଇଥାଏ। ଯଦି ହଠାତ୍ ରୋଜଗାର ବନ୍ଦ ହୋଇଯାଏ ବା ବଡ଼ ଖର୍ଚ୍ଚ ଆସିଯାଏ ତାହେଲେ ଘରୋଇ ବଜେଟ୍ ଉପରେ ଚାପ ବଢ଼ିଯାଉଛି। ଜରୁରୀ ପାଣ୍ଠିର ଉପଯୁକ୍ତ ରାଶି ପ୍ରତି ପରିବାର ପାଇଁ ଭିନ୍ନ ହୋଇପାରେ। ଲୋକଙ୍କ ରୋଜଗାର, ଇଏମ୍ଆଇ, ପରିବାରର ଦାୟିତ୍ବ ଏବଂ ଚାକିରି ଉପରେ ଏହି ପରିମାଣ ନିର୍ଭର କରେ।
ସ୍ବାସ୍ଥ୍ୟ ବୀମା ଆଉ ଏକ ଚିନ୍ତାର ବିଷୟ। ଫିନୋଭେଟ୍ ସର୍ଭେରୁ ଏ କ୍ଷେତ୍ରରେ ବଡ଼ ପାର୍ଥକ୍ୟ ଥିବା ଜଣାଯାଇଛି। ସର୍ଭେରେ ଭାଗ ନେଇଥିବା ୬୦ ପ୍ରତିଶତଙ୍କ ମତରେ ସେମାନଙ୍କ ସଂପୂର୍ଣ୍ଣ ପରିବାରର ସ୍ବାସ୍ଥ୍ୟ ବୀମା କଭର ୨୫ ଲକ୍ଷ ଟଙ୍କାରୁ କମ୍। ୪୩ ପ୍ରତିଶତଙ୍କ ନିକଟରେ ଉଭୟ ନିଯୁକ୍ତିଦାତାଙ୍କ ପକ୍ଷରୁ ପ୍ରଦାନ କରାଯାଇଥିବା ସ୍ବାସ୍ଥ୍ୟବୀମା ଏବଂ ନିଜସ୍ବ ସ୍ବାସ୍ଥ୍ୟ ବୀମା ରହିଛି। ୧୪ ପ୍ରତିଶତ କେବଳ ନିଯୁକ୍ତିଦାତାଙ୍କ ଦ୍ବାରା ପ୍ରଦତ୍ତ ସ୍ବାସ୍ଥ୍ୟ ବୀମା ଉପରେ ନିର୍ଭର କରନ୍ତି ଏବଂ ଅନ୍ୟ ୧୪ ପ୍ରତିଶତଙ୍କ ନିକଟରେ କୌଣସି ସ୍ବାସ୍ଥ୍ୟ ବୀମା ନାହିଁ। ନିଯୁକ୍ତିଦାତାଙ୍କ ପକ୍ଷରୁ ପ୍ରଦାନ କରାଯାଇଥିବା ସ୍ବାସ୍ଥ୍ୟ ବୀମା ଚାକିରି ବଦଳାଇଲେ କିମ୍ବା ଅବସର ପରେ ମିଳି ନଥାଏ। ସର୍ଭେରେ ଏହା କୁହାଯାଇଛି ଯେ ସାଧାରଣ ମୁଦ୍ରାସ୍ଫୀତି ୬ରୁ ୭ ପ୍ରତିଶତ ଥିବାବେଳେ ଭାରତରେ ଚିକିତ୍ସା ବାବଦ ମୁଦ୍ରାସ୍ଫୀତି ୧୧ରୁ ୧୪ ପ୍ରତିଶତ। ତେଣୁ ସ୍ବାସ୍ଥ୍ୟବୀମା ବାବଦରେ ପର୍ଯ୍ୟାପ୍ତ ବୀମା ନିଆଯାଇଥିଲେ ମଧ୍ୟ ସମୟକ୍ରମେ ତାହା ଆବଶ୍ୟକତା ପୂରଣ କରିବାରେ ସମର୍ଥ ହୋଇ ନପାରେ।
Flood in Odisha: ବନ୍ୟା କ୍ଷତିଗ୍ରସ୍ତ ଅଂଚଳ ପରିଦର୍ଶନ କଲେ ବିଧାୟକ
ସର୍ଭେରୁ ଏହା ମଧ୍ୟ କରାଯାଇଛି ଯେ ୧୬ ପ୍ରତିଶତ ସେମାନଙ୍କ ଆୟର ୧୦ ପ୍ରତିଶତରୁ କମ୍ ସଞ୍ଚୟ କରିଥାନ୍ତି। ୩୬ ପ୍ରତିଶତ ଲୋକ ୧୦ରୁ ୩୦ ପ୍ରତିଶତ ମଧ୍ୟରେ ସଞ୍ଚୟ କରିଥାନ୍ତି। ୩୩ ପ୍ରତିଶତ ଲୋକ ୩୦ ପ୍ରତିଶତରୁ ଅଧିକ ସଞ୍ଚୟ କରିଥାନ୍ତି। କେବଳ ୯ ପ୍ରତିଶତ ୪୦ ପ୍ରତିଶତରୁ ଅଧିକ ସଞ୍ଚୟ କରିଥାନ୍ତି। ମୋଟାମୋଟି ପ୍ରାୟ ୫୨ ପ୍ରତିଶତ ଲୋକ ସେମାନଙ୍କ ଆୟର ୩୦ ପ୍ରତିଶତ କିମ୍ବା ତାଠାରୁ କମ୍ ସଞ୍ଚୟ କରିଥାନ୍ତି। ସର୍ଭେରୁ ଏହା ଜଣାଯାଇଛି ଯେ ୫୭ ପ୍ରତିଶତ ଉତ୍ତରଦାତାଙ୍କ ନିକଟରେ କିଛି ନା କିଛି ଇଏମ୍ଆଇ ବୋଝ ରହିଛି। ସେମାନଙ୍କ ମଧ୍ୟରୁ ୨୧ ପ୍ରତିଶତ ଲୋକ ଇଏମ୍ଆଇରେ ମାସିକ ଆୟର ୨୦ରୁ ୪୦ ପ୍ରତିଶତ ଖର୍ଚ୍ଚ କରୁଥିବାବେଳେ ୯ ପ୍ରତିଶତ ୪୦ ପ୍ରତିଶତରୁ ଅଧିକ ଖର୍ଚ୍ଚ କରିଥାନ୍ତି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।