Environmental concerns: ପରିବେଶ ଚିନ୍ତା: କ’ଣ କିଣିବା, କ’ଣ ନୁ‌େହଁ

Sep 08, 2026 - 08:46
Environmental concerns: ପରିବେଶ ଚିନ୍ତା: କ’ଣ କିଣିବା, କ’ଣ ନୁ‌େହଁ

"ଆମେ ପ୍ରତିଦିନ ବଜାରରୁ କିଛି ନା କିଛି ସାମଗ୍ରୀ କ୍ରୟ କରିଥାଉ।

କିନ୍ତୁ ଆମର ଗୋଟିଏ ଛୋଟ କ୍ରୟ ନିଷ୍ପତ୍ତି ଆମ ସ୍ୱାସ୍ଥ୍ୟ ଓ ପରିବେଶ ଉପରେ ଗଭୀର ପ୍ରଭାବ ପକାଇଥାଏ।

ଅଜାଣତରେ ଆମେ ଅନେକ ସମୟରେ ଏମିତି ଜିନିଷ କିଣିଆଣୁ, ଯାହା ଘରର ଆବର୍ଜନା ବଢ଼ାଇବା ସହ ପ୍ରକୃତିକୁ ପ୍ରଦୂଷିତ କରିଥାଏ।

ତେଣୁ ଜଣେ ସଚେତନ ଗ୍ରାହକ ଭାବେ ବଜାରକୁ ଯିବା ପୂର୍ବରୁ ଆମର କ"ଣ କିଣିବା ଉଚିତ ଏବଂ କ"ଣ ନୁହେଁ ସେ ବିଷୟରେ ଜାଣିବା ଜରୁରି।

ପରିବେଶ ଅନୁକୂଳ ଜୀବନଶୈଳୀ ଆପଣାଇବା ପାଇଁ ବଜାରରୁ ଉପଯୁକ୍ତ ସାମଗ୍ରୀ ବାଛିବାର କିଛି ଟିପ୍‌ସ...

Advertisment Nabarangpur: ଓସ୍ବାସ ଫାଇଲ୍ ପ୍ରକ୍ରିୟାକରଣରେ ନବରଙ୍ଗପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ରାଜ୍ୟରେ ପ୍ରଥମ l ବାହାରୁ ଆସୁଥିବା ଫଳ ବଦଳରେ ସ୍ଥାନୀୟ ଚାଷୀଙ୍କଠାରୁ ଋତୁଭିତ୍ତିକ ତାଜା ଫଳ ଓ ପନିପରିବା କିଣନ୍ତୁ।

କୀଟନାଶକ ଏବଂ ରାସାୟନିକ ସାରମୁକ୍ତ ଜୈବିକ ଖାଦ୍ୟ ସାମଗ୍ରୀକୁ ପ୍ରାଧାନ୍ୟ ଦିଅନ୍ତୁ।

ଡାଲି, ଚାଉଳ କିମ୍ବା ମସଲା ପ୍ୟାକେଟ୍ ବଦଳରେ ଖୋଲା ମିଳୁଥିବା ସାମଗ୍ରୀ କିଣନ୍ତୁ, ଯାହାଦ୍ୱାରା ପ୍ଲାଷ୍ଟିକ ପ୍ୟାକେଜିଂ କମିବ।l ରାସାୟନିକମୁକ୍ତ ଏବଂ ବାୟୋ-ଡିଗ୍ରେଡେବଲ୍ ଡିସୱାସ୍ ଏବଂ ଲଣ୍ଡ୍ରି ଡିଟରଜେଣ୍ଟ ବାଛନ୍ତୁ। l ପ୍ଲାଷ୍ଟିକ୍‌ ଟୁଥ୍‌ବ୍ରଶ୍, ପାନିଆ ବା ଚାମଚ ବଦଳରେ ବାଉଁଶ କିମ୍ବା କାଠରେ ତିଆରି ଜିନିଷ କିଣନ୍ତୁ।

ପ୍ରତିଥର ନୂଆ ପ୍ଲାଷ୍ଟିକ ବୋତଲ କିଣିବା ବଦଳରେ ହ୍ୟାଣ୍ଡୱାସ୍ କିମ୍ବା ସାମ୍ପୁର "ରିଫିଲ୍" ପ୍ୟାକ୍ କିଣନ୍ତୁ।l ନାଇଲନ୍ କିମ୍ବା ପଲିଷ୍ଟର୍‌ ଭଳି ସିନ୍ଥେଟିକ୍ କପଡ଼ା ବଦଳରେ ସୂତା, ଖଦି କିମ୍ବା ଲିନେନ୍‌ର ପୋଷାକ କିଣନ୍ତୁ।

ଶସ୍ତା ଓ କମ୍ ଦିନ ଯାଉଥିବା ଫାଷ୍ଟ-ଫ୍ୟାସନ୍‌ ବଦଳରେ ଭଲ ଗୁଣବତ୍ତାର ପୋଷାକ କିଣନ୍ତୁ, ଯାହା ବହୁଦିନ ଧରି ବ୍ୟବହାର କରିହେବ।l ଟିଭି, ଫ୍ରିଜ୍ କିମ୍ବା ଏସି କିଣିବା ସମୟରେ ଅଧିକ ଷ୍ଟାର୍ ରେଟିଂ ଥିବା ଉପକରଣ ହିଁ କିଣନ୍ତୁ।

ଥରେ ବ୍ୟବହାର ହେଉଥିବା ବ୍ୟାଟେରି ବଦଳରେ ଚାର୍ଜ ହୋଇପାରୁଥିବା ବ୍ୟାଟେରି କିଣନ୍ତୁ।l ବଜାରକୁ ଗଲାବେଳେ ସେଠାରୁ ପ୍ଲାଷ୍ଟିକ କ୍ୟାରିବ୍ୟାଗ୍‌ ବଦଳରେ ଘରୁ ଝୋଟ କିମ୍ବା କପଡ଼ା ବ୍ୟାଗ୍‌ ନେଇକି ଯାଆନ୍ତୁ।

କୌଣସି ଜିନିଷ କିଣିବା ପୂର୍ବରୁ ନିଜକୁ ପଚାରନ୍ତୁ ତାହାର ଆବଶ୍ୟକତା ଅଛି କି ନା।l ସେହିଭଳି ସାମଗ୍ରୀ ବାଛନ୍ତୁ ଯେଉଁଥିରେ ଅଧିକ ପ୍ଲାଷ୍ଟିକ ବା କାର୍ଟୁନର ବ୍ୟବହାର ହୋଇ ନଥାଏ।

ଉଦାହରଣ ସ୍ୱରୂପ, ଗୋଟିଏ ବଡ଼ ପ୍ୟାକେଟ୍ କିଣିବା ଦଶଟି ଛୋଟ ପ୍ଲାଷ୍ଟିକ ପ୍ୟାକେଟ୍ କିଣିବା ଅପେକ୍ଷା ଭଲ।

Traffic: ଟ୍ରାଫିକ ନିୟମ ଉଲ୍ଲଂଘନ କଲେ ବିଯୁକ୍ତ ପଏଣ୍ଟ ମିଳିବ, ଭଲ ଆଚରଣ ପାଇଁ ରିୱାର୍ଡ l କେବଳ ଗୋଟିଏ କାମରେ ଆସୁଥିବା ଜିନିଷ ବଦଳରେ ବହୁମୁଖୀ ବ୍ୟବହାର ହୋଇପାରୁଥିବା ସାମଗ୍ରୀ କିଣନ୍ତୁ। l କାଚ ବା ଷ୍ଟିଲ୍ ପାତ୍ରରେ ମିଳୁଥିବା ସାମଗ୍ରୀ କିଣନ୍ତୁ, ଯାହା ଶେଷ ହେବା ପରେ ସେହି ବୋତଲ ବା ଡବାକୁ ଘରର ଅନ୍ୟ କାମରେ ବ୍ୟବହାର କରିହେବ।l ବଜାରକୁ ଯିବା ପୂର୍ବରୁ ଆବଶ୍ୟକ ଜିନିଷର ଏକ ତାଲିକା ତିଆରି କରନ୍ତୁ।

ଏହାଦ୍ୱାରା ଆପଣ ଅଦରକାରୀ ଜିନିଷ କିଣିବା ପ୍ରଲୋଭନରୁ ବଞ୍ଚିପାରିବେ ଏବଂ ଟଙ୍କା ମଧ୍ୟ ସଞ୍ଚୟ ହେବ।l ଖାଲି ପେଟରେ ସପିଂ କରନ୍ତୁ ନାହିଁ।

ଅନୁସନ୍ଧାନରୁ ଜଣାପଡ଼ିଛି ଯେ ଭୋକିଲା ଥିବା ସମୟରେ ବଜାର ଗଲେ ଲୋକେ ଆବଶ୍ୟକତାଠାରୁ ଅଧିକ ଏବଂ ଅସ୍ୱାସ୍ଥ୍ୟକର ପ୍ୟାକେଟ୍ ଖାଦ୍ୟ କିଣିଥାନ୍ତି। l ଘର ସଜାଇବା ପାଇଁ ପ୍ଲାଷ୍ଟିକ କିମ୍ବା ଚୀନା ସାମଗ୍ରୀ ବଦଳରେ ସ୍ଥାନୀୟ କାରିଗରଙ୍କ ଦ୍ୱାରା ପ୍ରସ୍ତୁତ ମାଟି, କାଠ, ଝୋଟ ବା ବାଉଁଶର ହସ୍ତଶିଳ୍ପ କିଣନ୍ତୁ।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।