Satisfying hunger: ଭୋକ ମେଣ୍ଟାଉଛି ଭାଗଚାଷ: ବାଲେଶ୍ୱରରେ ସର୍ବାଧିକ, ରାଜ୍ୟରେ ୯ ଲକ୍ଷରୁ ଅଧିକ

Oct 04, 2026 - 04:41
Satisfying hunger: ଭୋକ ମେଣ୍ଟାଉଛି ଭାଗଚାଷ: ବାଲେଶ୍ୱରରେ ସର୍ବାଧିକ, ରାଜ୍ୟରେ ୯ ଲକ୍ଷରୁ ଅଧିକ

"କେନ୍ଦୁଝର (ସୁବ୍ରତ ସ୍ବାଇଁ): ଦିନକୁ ଦିନ ବଢ଼ୁଛି ଭାଗଚାଷର ଗୁରୁତ୍ବ।

ମାଲିକଙ୍କ ଜମିକୁ ଶସ୍ୟଶ୍ୟାମଳା କରୁଛନ୍ତି ଭାଗଚାଷୀ।

ଖଣି ଓ ଶିଳ୍ପ ସମୃଦ୍ଧ କେନ୍ଦୁଝର ଜିଲ୍ଲାର ଗ୍ରାମୀଣ ଅର୍ଥନୀତିରେ କୃଷିର ଗୁରୁତ୍ୱକୁ ଏହା ଦର୍ଶାଉଛି।

ସରକାରୀ ତଥ୍ୟ ଅନୁଯାୟୀ, କେନ୍ଦୁଝର ଜିଲ୍ଲାରେ ଭାଗଚାଷୀଙ୍କ ସଂଖ୍ୟା ରାଜ୍ୟରେ ଦ୍ବିତୀୟ ସର୍ବାଧିକ।

ଜିଲ୍ଲାରେ ୮୪ ହଜାର ୯୬୭ ଜଣ ଭାଗଚାଷୀ ଥିବାବେଳେ ବାଲେଶ୍ୱରରେ ସର୍ବାଧିକ ୧ ଲକ୍ଷ ୮ ହଜାର ୮୨୧ ଜଣ ଭାଗଚାଷୀ ରହିଛନ୍ତି।

କୃଷି ବିଭାଗର ରାଜ୍ୟସ୍ତରୀୟ ରିପୋର୍ଟ ଅନୁଯାୟୀ, ଓଡ଼ିଶାରେ ମୋଟ ୪୮ ଲକ୍ଷ ୬୫ ହଜାର ଚାଷୀଙ୍କ ମଧ୍ୟରୁ ୯ ଲକ୍ଷ ୫ ହଜାର ୧୮୪ ଜଣ ଭାଗଚାଷୀ।

ଅର୍ଥାତ ରାଜ୍ୟର ମୋଟ ଚାଷୀଙ୍କ ଏକ ବଡ଼ ଅଂଶ ଅନ୍ୟର ଜମି ନେଇ ଚାଷ କରୁଛନ୍ତି।Advertisment Weekly Horoscope 2026 October 04 to 10: ଜାଣନ୍ତୁ ଏ ସପ୍ତାହର ରାଶିଫଳ ଏହି ତାଲିକାରେ ଭଦ୍ରକ ୬୫ ହଜାର ୯୪୬ ଜଣ ଭାଗଚାଷୀଙ୍କ ସହ ତୃତୀୟ ସ୍ଥାନରେ ରହିଛି।

ମୟୂରଭଞ୍ଜରେ ୬୦ ହଜାର ୬୭୧, କଟକରେ ୫୫ ହଜାର ୯୬୯, ଯାଜପୁରରେ ୪୯ ହଜାର ୩୬୮, ଜଗତସିଂହପୁରରେ ୪୮ ହଜାର ୫୯୩ ଏବଂ ପୁରୀରେ ୪୦ ହଜାର ୭୯୬ ଜଣ ଭାଗଚାଷୀ ଅଛନ୍ତି।

ଢେଙ୍କାନାଳରେ ୩୯ ହଜାର ୭୯୫, ଗଞ୍ଜାମରେ ୩୭ ହଜାର ୮୯୪, ଖୋର୍ଦ୍ଧାରେ ୩୩ ହଜାର ୫୧୬, କେନ୍ଦ୍ରାପଡ଼ାରେ ୩୦ ହଜାର ୯୮୬ ଓ କୋରାପୁଟରେ ୩୦ ହଜାର ୩୪୪ ଜଣ ରହିଛନ୍ତି।

ସୁବର୍ଣ୍ଣପୁରରେ ମାତ୍ର ୧ ହଜାର ୯୩୪ ଜଣ ଭାଗଚାଷୀ ଥିବାବେଳେ ବଲାଙ୍ଗୀରରେ ୨ ହଜାର ୨୦୩, ନୂଆପଡ଼ାରେ ୨ ହଜାର ୯୪୭ ଜଣ ରହିଛନ୍ତି।

ଏହି ତଥ୍ୟରୁ ଜିଲ୍ଲାୱାରୀ ଭାଗଚାଷ ବ୍ୟବସ୍ଥାରେ ବଡ଼ ପାର୍ଥକ୍ୟ ଥିବା ସ୍ପଷ୍ଟ ହେଉଛି।

କେନ୍ଦୁଝରରେ ପ୍ରାୟ ୧ ଲକ୍ଷ ୯୨ ହଜାର ହେକ୍ଟର ଜମିରେ ଚାଷ ହେଉଥିବାବେଳେ ସେଥିରୁ ପ୍ରାୟ ୧ ଲକ୍ଷ ୮୨ ହଜାର ହେକ୍ଟରରେ ଉଚ୍ଚମାନର ଧାନଚାଷ କରାଯାଉଛି।

Dairy: ନେସ୍‌ଲେର ଲୋ-ଫ୍ୟାଟ୍ ଡାଏରି ହ୍ୱାଇଟନରକୁ ଅସୁରକ୍ଷିତ ଘୋଷଣା କଲା ଏଫ୍‌ଏସ୍‌ଏସ୍‌ଏଆଇ ଜିଲ୍ଲାରେ ଏତେ ସଂଖ୍ୟାରେ ଭାଗଚାଷୀ ରହିବା କୃଷି ଅର୍ଥନୀତିରେ ଭାଗଚାଷ ବ୍ୟବସ୍ଥାର ଗୁରୁତ୍ୱକୁ ସୂଚାଉଛି।

ଭୂମିହୀନ ଓ ଭାଗଚାଷୀଙ୍କୁ ଆର୍ଥିକ ସହାୟତା ଦେବା ପାଇଁ ବଳରାମ ଯୋଜନାରେ ଋଣ ଦିଆଯାଉଛି।

ଏଥିସହ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା ଓ ପିଏମ୍‌-କିଷାନ ଭଳି ଯୋଜନାରେ ଯୋଗ୍ୟ ଚାଷୀଙ୍କୁ ସହାୟତା ମିଳୁଛି।

ତେବେ ଭାଗଚାଷୀଙ୍କ ଜମି ଅଧିକାର, ଋଣ, ଫସଲ ବୀମା ଓ ବଜାର ସୁବିଧା ଭଳି ପ୍ରସଙ୍ଗ ଏବେ ବି ଅସମାହିତ ହୋଇ ରହିଛି।

ଜମି ମାଲିକଙ୍କଠାରୁ ନିର୍ଦ୍ଦିଷ୍ଟ ସମୟ ପାଇଁ ଜମି ଠିକା, ଲିଜ୍‌ରେ ନେଇ ଉତ୍ପାଦନର ଏକ ଅଂଶ ଅବା ଅର୍ଥ ପ୍ରଦାନ କରି ଚାଷ କରୁଥିବା ଚାଷୀଙ୍କୁ ସାଧାରଣତଃ ଭାଗଚାଷୀ ଭାବେ ଗଣାଯାଇଥାଏ।

କୃଷି ବ୍ୟବସ୍ଥାରେ ବହୁ ବର୍ଷ ତ‌ଳୁ ଏହି ପ୍ରଥା ଚାଲିଆସିଥିବାବେଳେ ସଂପ୍ରତି ଏହା ବ୍ୟାପକ ହେବାରେ ଲାଗିଛି।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।