Explosion at NTPC Kaniha Power Plant: ଏନଟିପିସିରେ ଭୟଙ୍କର ବିସ୍ଫୋରଣ, ଗୁରୁତରଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର

Aug 22, 2026 - 09:33
Explosion at NTPC Kaniha Power Plant: ଏନଟିପିସିରେ ଭୟଙ୍କର ବିସ୍ଫୋରଣ, ଗୁରୁତରଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର

ଏନଟିପିସିରେ ବିସ୍ଫୋରଣ; ୫ ଗୁରୁତର। ଅନୁଗୁଳ ଜିଲ୍ଲା କଣିହାଁ ଏନଟିପିସି ପାୱାର୍ ପ୍ଲାଣ୍ଟରେ ବିସ୍ଫୋରଣ ହୋଇଛି। ବଙ୍କର (ବି)ରେ ଭୟଙ୍କର ବିସ୍ଫୋରଣ ହୋଇଥିବା ବେଳେ ୫ ଶ୍ରମିକ ଗୁରୁତର ହୋଇଛନ୍ତି। 

ଗୁରୁତର ୩ ଶ୍ରମିକ ତାଳଚେର ଓ ୨ ଜଣ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି। ବିସ୍ଫୋରଣର କାରଣ ଜଣାପଡିନଥିବା ବେଳେ ଉଚ୍ଚ ପଦାଧିକାରୀ ଦ୍ବାରା ଘଟଣାର ଯାଞ୍ଚ କରାଯାଉଥିବା ଏନଟିପିସି ପକ୍ଷରୁ କୁହାଯାଇଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।