Factional Fight Within Student BCJD Emerges: ଫକୀରମୋହନ କଲେଜରେ ଛାତ୍ର ବିଜେଡ଼ିରେ ଗୋଷ୍ଠୀ କନ୍ଦଳ, ପାଟିତୁଣ୍ଡ ପରେ...

Oct 07, 2026 - 16:09
Factional Fight Within Student BCJD Emerges: ଫକୀରମୋହନ କଲେଜରେ ଛାତ୍ର ବିଜେଡ଼ିରେ ଗୋଷ୍ଠୀ କନ୍ଦଳ, ପାଟିତୁଣ୍ଡ ପରେ...

ଛାତ୍ର ବିଜେଡ଼ିର ଗୋଷ୍ଠୀ କନ୍ଦଳ। ଦୁଇ ଗୋଷ୍ଠୀ ମଧ୍ୟରେ ପାଟିତୁଣ୍ଡ ହୋଇଛି।  ଫକୀରମୋହନ କଲେଜ ସମ୍ମୁଖରେ ଛାତ୍ର ନେତାଙ୍କ ମଧ୍ୟରେ ବଚସା ହୋଇଛି। ଅଫିସିଆଲ ବିସିଜେଡିର କିଏ ହେବ ପ୍ରାର୍ଥୀ ତାକୁ ନେଇ ଛକାପଞ୍ଜା ଲାଗି ରହିଛି।  ଆଜି କଲେଜ କ୍ୟାମ୍ପସ ମଧ୍ୟରେ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହାପରେ ଫକୀରମୋହନ କଲେଜ ସମ୍ମୁଖରେ ବିସିଜେଡିର ଛାତ୍ରନେତା ବିଭୁଦତ୍ତ ପରିଡ଼ା ଓ ବିସିଜେଡି ଜିଲ୍ଲା ସଭାପତି ହରେକୃଷ୍ଣ ଦାସଙ୍କ ଗୋଷ୍ଠୀ ମଧ୍ୟରେ ପାଟିତୁଣ୍ଡ ଦେଖିବାକୁ ମିଳିଥିଲା। ତେବେ କିଛି ସମୟ ପରେ ପରିସ୍ଥିତି ଶାନ୍ତ ପଡିଥିବା ଜଣାପଡ଼ିଛି।..  

ବାଲେଶ୍ବର ନୀଳଗିରି କଲେଜରେ ଛାତ୍ର ସଂସଦ ନିର୍ବାଚନକୁ ନେଇ ଦେଖିବାକୁ ମିଳିଛି ଉତ୍ତେଜନା। ଦିନରେ ଲାଗିଲା, ରାତିରେ ଚିରିଦେଲେ କଲେଜ ନିର୍ବାଚନ ବ୍ୟାନର।ଏମିତି ଅଭିଯୋଗ ଆସିଛି ନୀଳଗିରି କଲେଜ ନିର୍ବାଚନକୁ ନେଇ। ଦୁଇ ଦିନ ତଳେ NSUI ପକ୍ଷରୁ ସଫଳତା ଓ ଗ୍ରହଣୀୟତା ଉପରେ ଏକ ବ୍ୟାନର କଲେଜ ରାସ୍ତାରେ ମରାଯାଇଥିଲା। ହେଲେ କାଲି ରାତିରେ କେହି ଦୁର୍ବୃତ୍ତ ଏହାକୁ ଚିରି ନେଇଯାଇଥିବା ବେଳେ NSUI ପକ୍ଷରୁ ଏହାକୁ ହୀନ ମାନସିକତା କହିବା ସହ ନିନ୍ଦା କରାଯାଇଛି। କଲେଜ ଫାଟକ ସମ୍ମୁଖରେ ସଂଗଠନ ପକ୍ଷରୁ ଏହାର ପ୍ରଦିବାଦ କରାଯାଇଛି। ଏହାକୁ ତୀବ୍ର ନିନ୍ଦା କରିଛନ୍ତି NSUI ବାଲେଶ୍ବର ଶାଖା ସଭାପତି ଓ ସମ୍ପାଦକ । 

ଛାତ୍ର ବିଜେଡିରେ ଗୋଷ୍ଠୀ କନ୍ଦଳ
ଦୁଇ ଗୋଷ୍ଠୀ ମଧ୍ୟରେ ପାଟିତୁଣ୍ଡ 
ଏଫଏମ୍ କଲେଜ ସମ୍ମୁଖରେ ବଚସା 
ବିସିଜେଡିର କିଏ ହେବ ପ୍ରାର୍ଥୀ ତାକୁ ନେଇ ଛକାପଞ୍ଝା 
ଛାତ୍ର ସଂସଦ ବିଜ୍ଞପ୍ତି ପ୍ରକାଶ ପରେ ଛକାପଞ୍ଝା 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।