Nobel Chemistry Prize 2026: ହେନ୍ରି କାଗାନ୍ ଓ କେନ୍ସୋ ସୋଆଇଙ୍କୁ ୨୦୨୬ ରସାୟନ ନୋବେଲ୍
ରସାୟନ ବିଜ୍ଞାନ ପାଇଁ ୨୦୨୬ ନୋବେଲ୍ ପୁରସ୍କାର ଘୋଷଣା ହୋଇଛି। ବୈଜ୍ଞାନିକ ହେନ୍ରି ବି. କାଗାନ୍ ଓ କେନ୍ସୋ ସୋଆଇଙ୍କୁ ଏହି ସମ୍ମାନ ମିଳିଛି। ଅସମମିତ ଜୈବ ସଂଶ୍ଳେଷଣରେ ନନ୍-ଲିନିୟର୍ ପ୍ରଭାବ ଓ ଅଟୋକାଟାଲିସିସ୍ ଆବିଷ୍କାର ପାଇଁ ଉଭୟ ବୈଜ୍ଞାନିକଙ୍କୁ ନୋବେଲ୍ ଦିଆଯାଇଛି।
ନୋବେଲ୍ କମିଟି କହିଛି, ଏହି ଗବେଷଣା ଏଭଳି ଅଣୁକୁ ବୁଝିବାରେ ଗୁରୁତ୍ୱପୂର୍ଣ୍ଣ, ଯାହା ଦେଖିବାକୁ ସମାନ ହେଲେ ମଧ୍ୟ ପରସ୍ପରର ଦର୍ପଣ ପ୍ରତିଛବି ଭଳି ଭିନ୍ନ। ଡିସେମ୍ବର ୧୦ରେ ଷ୍ଟକହୋମ୍ରେ ସ୍ୱିଡେନ୍ର ରାଜା କାର୍ଲ ଷୋଡ଼ଶ ଗୁସ୍ତାଫ୍ ବିଜେତାଙ୍କୁ ପଦକ ପ୍ରଦାନ କରିବେ। ଉଭୟଙ୍କୁ ମିଶି ୧୨ ମିଲିୟନ୍ ସ୍ୱିଡିଶ୍ କ୍ରୋନା ପୁରସ୍କାର ରାଶି ମିଳିବ।
BREAKING NEWS
— The Nobel Prize (@NobelPrize) October 7, 2026
The Royal Swedish Academy of Sciences has decided to award the 2026 #NobelPrize in Chemistry to Henri B. Kagan and Kenso Soai “for the discovery of non-linear effects and autocatalysis in asymmetric organic synthesis.” pic.twitter.com/nH090ql1Xc
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।