Fake Detergent Factory Busted: ନକଲି ସର୍ଫ କାରଖାନା ଠାବ, ବଡ଼ ବଡ଼ ବ୍ରାଣ୍ଡ ନାଁରେ ଚାଲିଥିଲା ନକଲି ସର୍ଫ ତିଆରି

Oct 30, 2026 - 11:04
Fake Detergent Factory Busted: ନକଲି ସର୍ଫ କାରଖାନା ଠାବ, ବଡ଼ ବଡ଼ ବ୍ରାଣ୍ଡ ନାଁରେ ଚାଲିଥିଲା ନକଲି ସର୍ଫ ତିଆରି

ଭଦ୍ରକରେ ନକଲି ସର୍ଫ ତିଆରି କାରଖାନା ଠାବ।

ବଡ଼ ବଡ଼ ବ୍ରାଣ୍ଡର ନାଁ ଓ ଲୋଗୋ ବ୍ୟବହାର କରି ଚାଲିଥିଲା ନକଲି ସର୍ଫ ପ୍ରସ୍ତୁତି।

ରାଣିତାଲ ବଜାର ନିକଟରେ ଦୀର୍ଘଦିନ ଧରି ଚାଲିଥିବା ଏହି କାରଖାନା ଉପରେ ରାତି ଅଧିଆ ଚଢ଼ାଉ କରିଛି ଭଦ୍ରକ ଗ୍ରାମାଞ୍ଚଳ ପୋଲିସ।

ପୋଲିସ ଚଢ଼ାଉ କରିବା ଖବର ପାଇ କାରଖାନାରେ ତାଲା ପକାଇ କର୍ମଚାରୀମାନେ ଫେରାର ହୋଇଯାଇଥିଲେ।

Advertisment ତେବେ ଭିତରୁ ବିପୁଳ ପରିମାଣର ନକଲି ସର୍ଫ ପ୍ୟାକେଟ୍ ଓ ବିଭିନ୍ନ କମ୍ପାନୀର ଲୋଗୋ ଜବତ କରିଛି ପୋଲିସ।

ଏହି ନକଲି ସାମଗ୍ରୀ ଭଦ୍ରକ ସମେତ ବାଲେଶ୍ୱର ଓ ଯାଜପୁର ବଜାରକୁ ଯୋଗାଣ ହେଉଥିବା ସୂଚନା ମିଳିଛି।

କାରଖାନା ଭିତରେ କଞ୍ଚାମାଲ, ମେସିନ୍ ଓ କେମିକାଲ ଥିବାବେଳେ ଏବେ ଘରେ ତାଲା ପଡ଼ିଛି।

ପୋଲିସ ସେଠାରେ ଜଗି ରହିଛି।

ଆଜି ଘର ଖୋଲାଯାଇ ଅଧିକ ତଦନ୍ତ କରାଯିବ।

ଏହି ନକଲି କାରବାର ପଛରେ ଥିବା ମାଲିକଙ୍କୁ ଧରିବା ପାଇଁ ପୋଲିସର ତଦନ୍ତ ଜାରି ରହିଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।