ଓଡ଼ିଶା ଡିଜିପି ମାମଲାର ଆଜି ଚୂଡ଼ାନ୍ତ ଶୁଣାଣି ହୋଇପାରେ ସୁପ୍ରିମକୋର୍ଟରେ
ନନ୍ଦିଘୋଷ ବ୍ୟୁରୋ : ଓଡ଼ିଶା ଡିଜିପି ମାମଲାର ଆଜି ଚୂଡ଼ାନ୍ତ ଶୁଣାଣି ହୋଇପାରେ ସୁପ୍ରିମକୋର୍ଟରେ। ଏପରିକି ଏହାର ରାୟ ଆସିବାର ମଧ୍ୟ ସମ୍ଭାବନା ଅଛି। ଗତ ଗୁରୁବାର ହୋଇଥିଲା ତୃତୀୟ ଶୁଣାଣି। ସେହି ସମୟରେ କିଛି ତଥ୍ଯ ଉପରେ ଓଡ଼ିଶା ସରକାରଙ୍କୁ ସ୍ପଷ୍ଟୀକରଣ ମାଗିଥିଲେ ଅଦାଲତ। ମୁଖ୍ୟତଃ କୋର୍ଟ ଜାଣିବାକୁ ଚାହିଁଥିଲେ ଯେ ସୁଶାନ୍ତ ନାଥଙ୍କ ଇଣ୍ଟିଗ୍ରିଟି certificate ପ୍ରତ୍ୟାହାର କରିବା କାରଣ କଣ ଥିଲା ? ସତରେ କଣ ପ୍ରତ୍ୟାହାର କରିବା ସଠିକ ଥିଲା ଏବଂ ସେଇଟା ଦରକାର ଥିଲା କି ? ଆବେଦନକାରୀଙ୍କ ଓକିଲ ପି. ଚିଦାମ୍ବରମ, ସୁଶାନ୍ତ ନାଥଙ୍କ ଓକିଲ କରୁଣା ନାଥ ନିଜ ପକ୍ଷ ରଖି ସରକାରଙ୍କ ଚୟନ ପ୍ରକ୍ରିୟା ଏବଂ ସୁଶାନ୍ତ ନାଥଙ୍କ ଇଣ୍ଟିଗ୍ରିଟି certificateକୁ ପ୍ରତ୍ୟାହାର କରିବା ନେଇ ପ୍ରଶ୍ନ କରିଥିଲେ। ଏହାର ଉତ୍ତର ମାଗିଛନ୍ତି ଅଦାଲତ। ଏସଆଇ ପ୍ରଶ୍ନପତ୍ର ଲିକ୍ ଘଟଣାରେ ସୁଶାନ୍ତ ନାଥଙ୍କ ନାଁ ନ ଥିବା ବେଳେ, କାହିଁକି ତାଙ୍କ ଇଣ୍ଟିଗ୍ରିଟି ସାର୍ଟିଫିକେଟକୁ ପ୍ରତ୍ୟାହାର କରାଯାଇଥିଲା। ଏହା ସହିତ କାହିଁକି ୨ଟି ଅତିରିକ୍ତ ଏକ୍ସ କ୍ୟାଡର ପୋଷ୍ଟ ତିଆରି କରାଯାଇଥିଲା ବୋଲି ପ୍ରଶ୍ନ କରାଯାଇଛି। ଚୟନ ପ୍ରକ୍ରିୟାରେ ପ୍ରକାଶ ସିଂ ଗାଇଡଲାଇନ ପାଳନ ହୋଇଛି କି ନାହିଁ,ତାହା ବି ଜାଣିବାକୁ ଚାହିଁଥିଲେ ସୁପ୍ରିମକୋର୍ଟ। …
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ NANDIGHOSHA TV - ନନ୍ଦିଘୋଷ ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି NANDIGHOSHA TV - ନନ୍ଦିଘୋଷ ଟିଭି ଦେଖନ୍ତୁ।