Festive Season Alert: ପୁଣି ବଜାରକୁ ଫେରିଲା ଅପମିଶ୍ରିତ ଛେନା! ମିଠା ଦୋକାନରେ ଚଢ଼ାଉ

Oct 15, 2026 - 16:06
Festive Season Alert: ପୁଣି ବଜାରକୁ ଫେରିଲା ଅପମିଶ୍ରିତ ଛେନା! ମିଠା ଦୋକାନରେ ଚଢ଼ାଉ

ପୁଣି ବଜାରକୁ ଫେରିଲା ଅପମିଶ୍ରିତ ଛେନା। ପାର୍ବଣ ଆରମ୍ଭରୁ ଆକ୍ସନ ମୋଡ୍ ରେ ଫୁଡ୍ ସେଫ୍ଟି ଟିମ୍। ଭୁବନେଶ୍ୱରର ଖଣ୍ଡଗିରି ଓ ସିଆରପି ଅଞ୍ଚଳରେ ଚାଲିଛି ଯାଞ୍ଚ। ଖଣ୍ଡଗିରିର ଏକ ମିଠା ଦୋକାନରେ ଚଢ଼ାଉ କରିଛି ବିଏମ୍ ସି ଫୁଡ୍ ସେଫ୍ଟି ଟିମ୍। ଦୋକାନ ବିରୋଧରେ ଅଭିଯୋଗ ପରେ ବିଭିନ୍ନ ପ୍ରକାର ମିଠାର ନମୁନା ସଂଗ୍ରହ କରିଛି ଟିମ୍। ରିପୋର୍ଟ ଆସିବା ପରେ ନିଆଯିବ କାର୍ଯ୍ୟାନୁଷ୍ଠାନ ହେବ ।

ଅନ୍ୟପଟେ, ଗତକାଲି ୟୁନିଟ୍-୪ ଅଞ୍ଚଳରେ ଚଢ଼ାଉ କରି ଏକ ଦୋକାନରୁ ଜବତ ହୋଇଥିଲା ଦୁଇ କୁଇଣ୍ଟାଲ ଅପମିଶ୍ରିତ ଛେନା। ଖାଦ୍ୟ ପ୍ରସ୍ତୁତିରେ କେଉଁ ପାଣି ବ୍ୟବହାର ହେଉଛି, କେଉଁ ପରିବେଶରେ ଖାଦ୍ୟ ତିଆରି ହେଉଛି ଏବଂ କେଉଁ ପ୍ରକାର ରଙ୍ଗ ବ୍ୟବହାର କରାଯାଉଛି, ଏସବୁ ଦିଗ ଉପରେ ଯାଞ୍ଚ କରିବାକୁ ଖାଦ୍ୟ ନିରାପତ୍ତା କମିଶନରଙ୍କ ନିର୍ଦ୍ଦେଶ ରହିଛି। ପାର୍ବଣରେ ମିଠାର ଚାହିଦା ବଢ଼ୁଥିବା ବେଳେ ଖାଦ୍ୟର ମାନ ଓ ନିରାପତ୍ତାକୁ ନେଇ ଏବେ ତତ୍ପର ଫୁଡ୍ ସେଫ୍ଟି ଟିମ୍।

ପୁଣି ବଜାରରେ ଅପମିଶ୍ରିତ ଛେନା
ପୁଣି ବଜାରରେ ଅପମିଶ୍ରିତ ଛେନା ବିକ୍ରି ଅଭିଯୋଗ
ରାଜଧାନୀରେ ଫୁଡ୍ ସେଫ୍ଟି ଟିମ୍ ର ଚଢ଼ାଉ
ପାର୍ବଣ ପୂର୍ବରୁ ଆକ୍ସନ ମୋଡ୍ ରେ ଫୁଡ୍ ସେଫ୍ଟି ଟିମ୍
ଖଣ୍ଡଗିରି, ସିଆରପିରେ ମିଠା ଦୋକାନ ଯାଞ୍ଚ
ୟୁନିଟ୍-୪ରୁ ୨ କୁଇଣ୍ଟାଲ ଅପମିଶ୍ରିତ ଛେନା ଜବତ
ସଂଗ୍ରହ ହୋଇଛି ମିଠାର ନମୁନା, ରିପୋର୍ଟ ପରେ ହେବ କାର୍ଯ୍ୟାନୁଷ୍ଠାନ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।