Financial Benefit: ବରଗଡ଼ ସିମେଣ୍ଟ କାରଖାନାର ଶ୍ରମିକଙ୍କ ୨୬.୮୧ କୋଟି ଟଙ୍କାର ଲାଭ

Aug 07, 2026 - 17:33
Financial Benefit: ବରଗଡ଼ ସିମେଣ୍ଟ କାରଖାନାର ଶ୍ରମିକଙ୍କ ୨୬.୮୧ କୋଟି ଟଙ୍କାର ଲାଭ

"ନୂଆଦିଲ୍ଲୀ: ବରଗଡ଼ସ୍ଥିତ ଏସିସି ସିମେଣ୍ଟ କାରଖାନାର ଶ୍ରମିକଙ୍କୁ ୨୬.୮୧ କୋଟି ଟଙ୍କାର ଫାଇଦା ହୋଇଛି।

କମ୍ପାନି ପକ୍ଷରୁ ଦିଆଯାଇଥିବା ଏକ ବନ୍ଦ ନୋଟିସ ଏବଂ ତଦଜନିତ ସୃଷ୍ଟି ହୋଇଥିବା ବିବାଦର ସମାଧାନ କରି ଭାରତ ସରକାରଙ୍କ ଶ୍ରମ ଏବଂ ନିଯୁକ୍ତି ମନ୍ତ୍ରଣାଳୟର ମୁଖ୍ୟ ଶ୍ରମ କମିସନର (କେନ୍ଦ୍ରୀୟ)ଙ୍କ ମଧ୍ୟସ୍ଥତାରେ ଏହି ବିବାଦର ସମାଧାନ କରାଯାଇଛି।

ମଧ୍ୟସ୍ଥତା ଅଧିକାରୀ ଭାବରେ ଭୁବନେଶ୍ୱରର ଉପ ମୁଖ୍ୟ ଶ୍ରମ କମିସନର (କେନ୍ଦ୍ରୀୟ) ଚିରଞ୍ଜୀବ ସାଇକିଆ କାର୍ଯ୍ୟ କରିଥିଲେ।

Advertisment ଏ ନେଇ ଗତ ଜୁଲାଇ ୨୭ ତାରିଖରେ ଏସିସି ଲିମିଟେଡର ବରଗଡ଼ ସିମେଣ୍ଟ ୱାର୍କସର ପରିଚାଳନା କର୍ତ୍ତୃପକ୍ଷ ଏବଂ ବରଗଡ଼ ଜିଲ୍ଲା ବରଦୋଲର ହୀରା ସିମେଣ୍ଟ ଶ୍ରମିକ ସଂଘ ଦ୍ୱାରା ପ୍ରତିନିଧିତ୍ୱରେ ଏକ ବୁଝାମଣା ପତ୍ର ସ୍ୱାକ୍ଷର ହୋଇଛି।

ବୁଝାମଣା ସର୍ତ୍ତାବଳୀ ଅନୁଯାୟୀ, ବରଗଡ଼ ସିମେଣ୍ଟ ୱାର୍କସରେ କାର୍ଯ୍ୟରତ ୬୧ ଜଣ ସପ୍ ଫ୍ଲୋର ଆସୋସିଏଟ୍ସଙ୍କ ପାଇଁ ଅତିକମରେ ୨୬.୮୧ କୋଟି ଟଙ୍କାର ଆର୍ଥିକ ପ୍ୟାକେଜ୍ ସୁନିଶ୍ଚିତ ହୋଇପାରିଛି।

ଏହି ବୁଝାମଣା ପତ୍ରରେ ଶ୍ରମିକମାନଙ୍କ କଲ୍ୟାଣ ଏବଂ ସେବା ସମ୍ବନ୍ଧୀୟ ପ୍ରାପ୍ୟକୁ ସାମିଲ କରାଯାଇଛି, ଯାହାଦ୍ୱାରା ସେମାନଙ୍କ ଆର୍ଥିକ ସ୍ୱାର୍ଥ ଏବଂ ସାମାଜିକ ସୁରକ୍ଷାକୁ ସମ୍ପୂର୍ଣ୍ଣ ଭାବରେ ସୁରକ୍ଷିତ କରାଯାଇପାରିଛି।

ଏସିସି ପରିଚାଳନା କର୍ତ୍ତୃପକ୍ଷଙ୍କ ଦ୍ୱାରା ଗତ ଜୁନ ୧୯ ତାରିଖରେ ବରଗଡ଼ ସିମେଣ୍ଟ ଓ୍ୱାର୍କସକୁ ବନ୍ଦ କରାଯିବା ନେଇ ଏକ ନୋଟିସ ପ୍ରଦାନ କରାଯାଇଥିଲା।

ଏହି  ବନ୍ଦ ନୋଟିସ  ପରେ ପରିଚାଳନା କର୍ତ୍ତୃପକ୍ଷ ଏବଂ ହୀରା ସିମେଣ୍ଟ ଶ୍ରମିକ ସଂଘ ଭିତରେ ବିବାଦ ସୃଷ୍ଟି ହୋଇଥିଲା।

ଏହି ମାମଲା ମଧ୍ୟସ୍ଥତା ଅଧିକାରୀଙ୍କ ସମ୍ମୁଖକୁ ଆସିବା ପରେ, ପରିଚାଳନା କର୍ତ୍ତୃପକ୍ଷ ଏବଂ ହୀରା ସିମେଣ୍ଟ ଶ୍ରମିକ ସଂଘ, ବରଦୋଲର ସାଧାରଣ ସମ୍ପାଦକଙ୍କ ଦ୍ୱାରା ପ୍ରତିନିଧିତ୍ୱ କରାଯାଉଥିବା ଶ୍ରମିକମାନଙ୍କ ମଧ୍ୟରେ ନିରନ୍ତର ମଧ୍ୟସ୍ଥତା ପ୍ରକ୍ରିୟା ଗ୍ରହଣ କରାଯାଇଥିଲା।

ଏହି ପ୍ରକ୍ରିୟା ଆଧାରରେ ଏବଂ ଉଭୟ ପକ୍ଷଙ୍କ ଦାବି ଓ ସ୍ୱାର୍ଥକୁ ଯଥାଯଥ ବିଚାରକୁ ନେଇ ଗତମାସ ୨୭ ତାରିଖରେ ଏକ ବୁଝାମଣା ପତ୍ର ସଫଳତାର ସହିତ ସ୍ୱାକ୍ଷରିତ ହୋଇଥିଲା।

ACC Cement plant closure ବନ୍ଦ ହେବ ଏସିସି ସିମେଣ୍ଟ୍‌ କାରଖାନା ମଧ୍ୟସ୍ଥତା ପ୍ରକ୍ରିୟା ସମୟରେ ପରିଚାଳନା କର୍ତ୍ତୃପକ୍ଷଙ୍କୁ ଶ୍ରମିକମାନଙ୍କ କଲ୍ୟାଣ, ସେବାର ଉଚିତ ସର୍ତ୍ତାବଳୀ ବଜାୟ ରଖିବା ଏବଂ ପ୍ରଚଳିତ ଶ୍ରମ ଆଇନର ଅନୁପାଳନ ସମ୍ବନ୍ଧୀୟ ସେମାନଙ୍କର ସାମ୍ବିଧାନିକ ଓ ଆଇନଗତ ଦାୟିତ୍ୱ ବିଷୟରେ ଯଥାଯଥ ସଚେତନ କରାଯାଇଥିଲା।

ଗଠନମୂଳକ ଆଲୋଚନା ମାଧ୍ୟମରେ ସୌହାର୍ଦ୍ଦ୍ୟପୂର୍ଣ୍ଣ ଶିଳ୍ପ ସମ୍ପର୍କ ବଜାୟ ରଖିବା ଏବଂ କଲ୍ୟାଣକାରୀ ପଦକ୍ଷେପଗୁଡ଼ିକର ସମୟସୀମା ମଧ୍ୟରେ କାର୍ଯ୍ୟକାରିତା ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଥିଲା।

ପରିଚାଳନା କର୍ତ୍ତୃପକ୍ଷଙ୍କ ତରଫରୁ ମଧ୍ୟ ଶ୍ରମିକମାନଙ୍କ କଲ୍ୟାଣ ଏବଂ ଆଇନଗତ ପ୍ରାବଧାନଗୁଡ଼ିକର ପାଳନ ପ୍ରତି ସେମାନଙ୍କର ନିରନ୍ତର ପ୍ରତିବଦ୍ଧତାର ଆଶ୍ୱାସନା ଦିଆଯାଇଥିଲା।

ଏସିସି ଲିମିଟେଡ୍, ବରଗଡ଼ ସିମେଣ୍ଟ ୱାର୍କସର ପରିଚାଳନା ପ୍ରତିନିଧି ଏବଂ ବରଗଡ଼ ଜିଲ୍ଲା ବାରଡୋଲର ହୀରା ସିମେଣ୍ଟ ଶ୍ରମିକ ସଂଘର ନେତୃବୃନ୍ଦଙ୍କ ସକ୍ରିୟ ସହଯୋଗରେ ଏହି ବୁଝାମଣା ସମ୍ଭବ ହୋଇପାରିଛି, ଯାହା ମଧ୍ୟସ୍ଥତା ପ୍ରକ୍ରିୟା ମାଧ୍ୟମରେ ହୋଇଥିବା ବିବାଦର ଏକ ଗଠନମୂଳକ ସମାଧାନକୁ ଦର୍ଶାଉଛି।

ମୁଖ୍ୟ ଶ୍ରମ କମିସନର (କେନ୍ଦ୍ରୀୟ) ସଂଗଠନର ସକ୍ରିୟ, ସମ୍ବେଦନଶୀଳ ଏବଂ ନିରନ୍ତର ପ୍ରଚେଷ୍ଟା ଉଭୟ ପକ୍ଷଙ୍କୁ ଆଇନଗତ ଅନୁପାଳନ ବଜାୟ ରଖିବା ସହ ଏକ ସନ୍ତୁଳିତ ଓ ସୌହାର୍ଦ୍ଦ୍ୟପୂର୍ଣ୍ଣ ଚୁକ୍ତି ଆଡ଼କୁ ନେବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା, ଯାହା ଏକ ସମ୍ଭାବ୍ୟ ସଙ୍କଟକୁ ଏକ ଗଠନମୂଳକ ସମାଧାନରେ ପରିଣତ କରିପାରିଛି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।