Fire: ଜୟପୁରରେ ଟ୍ୱିଲ୍ସ ଡ୍ରେସ୍‌ ସୋ’ରୁମ୍‌ରେ ଅଗ୍ନିକାଣ୍ଡ: ସର୍ଟସର୍କିଟ୍‌ରୁ ନିଆଁ ଲାଗିଥିବା ସନ୍ଦେହ

Oct 15, 2026 - 13:55
Fire: ଜୟପୁରରେ ଟ୍ୱିଲ୍ସ ଡ୍ରେସ୍‌ ସୋ’ରୁମ୍‌ରେ ଅଗ୍ନିକାଣ୍ଡ: ସର୍ଟସର୍କିଟ୍‌ରୁ ନିଆଁ ଲାଗିଥିବା ସନ୍ଦେହ

"ଜୟପୁର: କୋରାପୁଟ ଜିଲ୍ଲା ଜୟପୁର ସହରର ମୁଖ୍ୟ ରାସ୍ତା ସୌରା ସାହି ଛକ ସମ୍ମୁଖରେ ଥିବା ଟ୍ୱିଲ୍ସ ଡ୍ରେସ୍‌ ସୋ"ରୁମ୍‌ର ଉପର ମହଲାରେ ଥିବା ଗୋଦାମରେ ଆଜି ଅପରାହ୍‌ଣ ପ୍ରାୟ ୧ଟା ସମୟରେ ଅଗ୍ନିକାଣ୍ଡ ଘଟିଛି।

ଖବର ପାଇ ୨ଟି ଦମକଳ ଗାଡ଼ି ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇବା ସହ ଏହାକୁ ଆୟତ୍ତ କରିବାକୁ ଉଦ୍ୟମ ଚଳାଇଛନ୍ତି।

ସୋ"ରୁମ୍‌ର କର୍ମଚାରୀଙ୍କ କହିବା ଅନୁଯାୟୀ, ବିଦ୍ୟୁତ୍‌ ସର୍ଟସର୍କିଟ୍‌ ଯୋଗୁଁ ଏହି ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି।Advertisment ଆହୁରି ପଢନ୍ତୁ: Student Election: ଛାତ୍ର ସଂସଦ ନିର୍ବାଚନ: ଧରଣୀଧର ବିଶ୍ୱବିଦ୍ୟାଳୟରେ ୧୧ଟା ସୁଦ୍ଧା ୬୧ ପ୍ରତିଶତ ମତଦାନ ରେକର୍ଡ ହଠାତ୍‌ ନିଆଁ ଲାଗିବାରୁ ସୋ"ରୁମ୍‌ରେ ଆତଙ୍କ ଖେଳିଯାଇଥିବା ବେଳେ ଦଶହରାରେ ବିକ୍ରି କରିବା ପାଇଁ ଆଣି ଗୋଦାମରେ ରଖିଥିବା ବିଭିନ୍ନ ନୂଆ ଡ୍ରେସ ମଧ୍ୟ ଜଳି ପୋଡି ନଷ୍ଟ ହୋଇଛି।

ସଙ୍ଗେ ସଙ୍ଗେ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ  ବ୍ୟାପିବାରୁ ରୋକିବା ସହ ଏହାକୁ ଆୟତ୍ତ କରିବାକୁ ଚେଷ୍ଟା ଜାରି ରଖିଛି।

ଅଗ୍ନିକାଣ୍ଡରେ କେତେ ପରିମାଣର କ୍ଷୟକ୍ଷତି ହୋଇଛି, ତାହା ସ୍ପଷ୍ଟ ହୋଇନାହିଁ।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।