Fit Susan: ୧୦୮ ବର୍ଷରେ ବି ଫିଟ୍‌ ସୁସାନ୍‌

Oct 06, 2026 - 11:12
Fit Susan: ୧୦୮ ବର୍ଷରେ ବି ଫିଟ୍‌ ସୁସାନ୍‌

"କୁହାଯାଏ, ବୟସ କେବଳ ଏକ ସଂଖ୍ୟା।

ଏହି କ୍ରମରେ ୧୦୮ ବର୍ଷ ବୟସରେ ଜଣେ ମହିଳା ସମ୍ପୂର୍ଣ୍ଣ ଫିଟ୍‌ ରହିବା ଯିଏ ଶୁଣିବେ ଅବାକ୍‌ ହେବା ନିଶ୍ଚିତ।

ତେବେ ସୁସାନ୍‌ ୟଙ୍ଗ୍‌ ବ୍ରାଉନ୍‌ ଏହା କରି ଦେଖାଇଛନ୍ତି।

ତାଙ୍କ ଜୀବନଶୈଳୀ ବି ଖୁବ୍‌ ଆକର୍ଷକ।

ବଂଶ ଓ ଜୀବବିଜ୍ଞାନ ବାର୍ଦ୍ଧକ୍ୟ ଉପରେ ଗୁରୁତ୍ୱପୂର୍ଣ୍ଣ ପ୍ରଭାବ ପକାଇଥାଏ।

ତଥାପି, ସୁସାନ୍‌ଙ୍କର ଦୈନନ୍ଦିନ ଜୀବନଚର୍ଯ୍ୟା ଆମକୁ ଗୁରୁତ୍ୱପୂର୍ଣ୍ଣ ଶିକ୍ଷା ଦିଏ।

ତାହା ହେଲା, ଦୀର୍ଘାୟୁ କେବଳ ବର୍ଷ ବର୍ଷ ଧରି ବଞ୍ଚିବା ନୁହେଁ, ବରଂ ଦିନଗୁଡ଼ିକୁ ଶକ୍ତି ଓ ଆତ୍ମନିର୍ଭର ଭାବେ ଅତିବାହିତ କରିବାର କ୍ଷମତା ରଖିବା।Advertisment Education: ବେଦାନ୍ତ ପକ୍ଷରୁ ରାୟଗଡ଼ା ଏବଂ କଳାହାଣ୍ଡିର ଗ୍ରାମାଞ୍ଚଳ ବିଦ୍ୟାଳୟରେ ଡିଜିଟାଲ ଶିକ୍ଷା ବ୍ରାଉନ୍‌ ପ୍ରତିଦିନ ସକାଳେ ପ୍ରାୟ ୧୦ ମିନିଟ୍‌ ଷ୍ଟ୍ରେଚିଂ, ମାଂସପେଶୀ ମଜଭୁତ୍‌ କରିବା ଓ ଭାରସାମ୍ୟ ରକ୍ଷା ପାଇଁ ବ୍ୟାୟାମ କରନ୍ତି।

ସେ କୌଣସି ବାଡ଼ି କିମ୍ବା ୱାକର୍‌ର ସାହାଯ୍ୟ ବିନା ଚାଲିଥା"ନ୍ତି।

ବୟସ ବଢ଼ିବା ସହ ମାଂସପେଶୀର ଶକ୍ତି, ଭାରସାମ୍ୟ ଓ ଚଳପ୍ରଚଳ କ୍ଷମତାରେ ପରିବର୍ତ୍ତନ ଆସିବା ସ୍ୱାଭାବିକ।

ତେବେ ଶାରୀରିକ ପରିଶ୍ରମ ଜାରି ରଖିବା ଦ୍ୱାରା ବୃଦ୍ଧବୃଦ୍ଧାମାନେ ସେମାନଙ୍କର କାର୍ଯ୍ୟକ୍ଷମତା ଓ ଆତ୍ମନିର୍ଭରଶୀଳତା ବଜାୟ ରଖିପାରିବେ।

ବ୍ରାଉନ୍‌ ମୁଖ୍ୟତଃ ସେଓ ଓ ବ୍ଲୁବେରି ଭଳି ଫଳ ଖାଆନ୍ତି ଏବଂ ଭଜା ଜିନିଷ, ଅତିରିକ୍ତ ମିଠା ଓ ମଦ୍ୟପାନରୁ ଦୂରେଇ ରୁହନ୍ତି।

Pollution Certificate: ପିୟୁସି ନ ଥିଲେ ଦିଲ୍ଲୀରେ ଇନ୍ଧନ ମନା ଫଳ ଆମକୁ ଫାଇବର୍‌, ଭିଟାମିନ୍‌ ଓ ଅନ୍ୟ ପୋଷକ ତତ୍ତ୍ୱ ଯୋଗାଇଥାଏ।

ତେବେ କେବଳ ଖାଦ୍ୟ ସୁସାନ୍‌ଙ୍କ ଦୀର୍ଘାୟୁର ଏକମାତ୍ର ରହସ୍ୟ ବୋଲି କହିହେବ ନାହିଁ।

ତାଙ୍କ ଜୀବନର ସବୁଠାରୁ ବଡ଼ ଆଶ୍ଚର୍ଯ୍ୟ ହେଉଛି, ତାଙ୍କର ଆତ୍ମନିର୍ଭରଶୀଳତା।

ସେ ଗତ ୭୦ ବର୍ଷରୁ ଅଧିକ ସମୟ ଧରି ଘରେ ରହୁଛନ୍ତି ଓ ନିଜେ ଗାଡ଼ି ଚଳାଇ ଜରୁରି କାମ କରୁଛନ୍ତି।

୨୦୩୩ ପର୍ଯ୍ୟନ୍ତ ତାଙ୍କର ଡ୍ରାଇଭିଂ ଲାଇସେନ୍‌ସ ନବୀକରଣ ହୋଇଥିବା କଥା ଅନ୍‌ଲାଇନ୍‌ରେ ବେଶ୍ ଆଲୋଡ଼ନ ସୃଷ୍ଟି କରିଛି।

ସେ ମଧ୍ୟ ରୋମାଞ୍ଚକର ଉପନ୍ୟାସ ପଢ଼ନ୍ତି, ପଜଲ୍‌ ଓ ଶବ୍ଦଛକ ଖେଳନ୍ତି, ଗୀର୍ଜାକୁ ଯା"ନ୍ତି ଏବଂ ବନ୍ଧୁ, ପରିବାର ସହ ସମୟ ବିତାନ୍ତି।

ଏହି କାର୍ଯ୍ୟଗୁଡ଼ିକ କେବଳ ମନୋରଞ୍ଜନ ନୁହେଁ, ବରଂ ସାମାଜିକ ସମ୍ପର୍କ, ମାନସିକ ସ୍ୱାସ୍ଥ୍ୟ ଓ ଜୀବନକୁ ଅର୍ଥପୂର୍ଣ୍ଣ କରିଥାଏ।

ଦୀର୍ଘାୟୁ କେବଳ ଶରୀରକୁ ଚାଲୁ ରଖିବା ନୁହେଁ, ବରଂ ପ୍ରତିଦିନ ସକାଳେ ଉଠିବାର କିଛି ଅର୍ଥପୂର୍ଣ୍ଣ କାରଣ ରହିବା ଦରକାର ବୋଲି ସେ ବିଶ୍ବାସ କରନ୍ତି।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।