Five Killed in Shooting: ଗୁଳିମାଡ଼ରେ ଗୋଟିଏ ପରିବାରର ୪ ମୃତ, ଘଣ୍ଟାଏ ଭିତରେ ଅଭିଯୁକ୍ତ ଗିରଫ

Oct 27, 2026 - 09:38
Five Killed in Shooting: ଗୁଳିମାଡ଼ରେ ଗୋଟିଏ ପରିବାରର ୪ ମୃତ, ଘଣ୍ଟାଏ ଭିତରେ ଅଭିଯୁକ୍ତ ଗିରଫ

ଆସାମ ଗୌହାଟୀ ଗୁଳିକାଣ୍ଡ।

ବୋରା ସର୍ଭିସ ଅଞ୍ଚଳରେ ଗୁଳି ମାଡ଼ରେ ଗୋଟିଏ ପରିବାର ୪ ଜଣଙ୍କ ସମେତ ୫ ମୃତ୍ୟୁ।

ଅନ୍ୟ ଜଣେ ଆହତ ହୋଇଥିବା ସୂଚନା।

ଗତକାଲି ରାତିରେ ଏକ ହୋଟେଲ ଲେନରେ ଥିବା ଜୁଏଲର୍ସ ସପ ନିକଟରେ ଏହି ଗୁଳିକାଣ୍ଡ ଘଟିଛି।

Advertisment ହୋଟେଲ ଲିଜକୁ କେନ୍ଦ୍ର କରି ଗୁଳିକାଣ୍ଡ ଘଟିଥିବା ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡିଛି।

ମୃତକମାନେ ଉକ୍ତ ପ୍ରପର୍ଟିର ମାଲିକଙ୍କ ପରିବାର ବର୍ଗ ହୋଇଥିବା ବେଳେ ସେମାନଙ୍କୁ ଲିଜଧାରୀ ଗୁଳି କରିଥିଲେ।

ଗୁଳିକାଣ୍ଡର ଘଣ୍ଟାଏ ଭିତରେ ଅଭିଯୁକ୍ତ ଲିଜଧାରୀଙ୍କୁ ଗିରଫ କରାଯାଇଥିବା ପୋଲିସ କହିଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।