18 OCTOBER 2026

Welcome!

Unlock your personalized experience.
Sign Up

Flight: ‘ବିମାନରେ ବୋମା ଅଛି’: ୧୨ ବର୍ଷର ଝିଅର କଥା ଶୁଣି ଅହମଦାବାଦରୁ ହାଇଦ୍ରାବାଦ ଆସୁଥିବା ବିମାନରେ ଆତଙ୍କ

Oct 18, 2026 - 19:45
Flight: ‘ବିମାନରେ ବୋମା ଅଛି’: ୧୨ ବର୍ଷର ଝିଅର କଥା ଶୁଣି ଅହମଦାବାଦରୁ ହାଇଦ୍ରାବାଦ ଆସୁଥିବା ବିମାନରେ ଆତଙ୍କ

ହାଇଦ୍ରାବାଦ: ଅହମଦାବାଦରୁ ହାଇଦ୍ରାବାଦ ଯାଉଥିବା ବିମାନରେ ସେତେବେଳେ ଆତଙ୍କ ଖେଳି ଯାଇଥିଲା ଯେତେବେଳେ ଜଣେ ୧୨ ବର୍ଷର ଝିଅ ବିମାନରେ ବୋମା ଥିବା କହିଥିଲେ। ଝିଅଟି ନିଜ ସାଙ୍ଗମାନଙ୍କୁ ମଜାରେ ଏହି କଥା କହୁଥିଲେ। ପରେ ସୁରକ୍ଷା ଦୃଷ୍ଟିରୁ ହାଇଦ୍ରବାଦର ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ସୁରକ୍ଷା ଆଲର୍ଟ ଜାରି କରାଯାଇଥିଲା। ବିମାନ ଅବତରଣ କରିବା ପରେ ବିମାନରେ ତଲାସିି ନିଆଯାଇଥିଲା ଓ କୌଣସି ସନ୍ଦିଗ୍ଧ ଜିନିଷ ମିଳି ନଥିଲା।ସୂଚନାଯୋଗ୍ୟ,ସପ୍ତମ ଶ୍ରେଣୀରେ ପଢ଼ୁଥିବା ଝିଅଟି ଏକ ସ୍କୁଲ ଟ୍ରିପ୍‌ରେ ଅନ୍ୟ ସହପାଠୀ ଓ ଶିକ୍ଷକମାନଙ୍କ ସହିତ ଅହମଦାବାଦରୁ ବିମାନରେ ହାଇଦ୍ରାବାଦ ଫେରୁଥିବା ସମୟରେ ମଜାରେ କହିଦେଇଥିଲା ଯେ, ବିମାନରେ ବୋମା ଅଛି।

ଆହୁରି ପଢନ୍ତୁ: NLSIU Bengaluru: ସିଜେଆଇଙ୍କୁ ନିମନ୍ତ୍ରଣକୁ ବିରୋଧ, ସମାବର୍ତ୍ତନରେ ୧୦୫ ଛାତ୍ର ଅନୁପସ୍ଥିତ

କ୍ୟାବିନ୍‌ କ୍ରୁ ମେମ୍ବର ଏହା ଶୁଣିବା ପରେ ତୁରନ୍ତ ପାଇଲଟଙ୍କୁ ଆଲର୍ଟ କରିଥିଲେ। ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ସୁରକ୍ଷା ଆଲର୍ଟ ଜାରି କରାଯାଇଥିଲା। ଅବତରଣ କରିବା ପରେ ବିମାନରେ କଡ଼ା ଯାଞ୍ଚ କରାଯାଇଥିଲା। କିନ୍ତୁ କୌଣସି ସନ୍ଦିଗ୍ଧ ଜିନିଷ ମିଳିନଥିବା ଜଣେ ଅଧିକାରୀ କହିଛନ୍ତି। ଝିଅଟି ନାବାଳିକା ହୋଇଥିବାରୁ ତାଙ୍କ ନାଁରେ କୌଣସି ମାମଲା ରୁଜୁ ହୋଇ ନଥିଲା। ଛାତ୍ରୀ ଜଣଙ୍କୁ ତାଙ୍କ ଶିକ୍ଷକମାନେ ବୁଝାସୁଝା କରିଥିଲେ। ଝିଅଟି ଅଜାଣତରେ ଏମିତି କହିଥିଲା ଓ ତା’ର ଧମକ ଦେବା ଉଦ୍ଦେଶ୍ୟ ନଥିବା ବିମାନବନ୍ଦର ଅଧିକାରୀ କହିଛନ୍ତି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।