flood: ନେପାଳରେ ପୁଣି ଆକସ୍ମିକ ବନ୍ୟା, ୩୫ରୁ ଅଧିକ ଘର ଓ ସେତୁ ଭାସିଗଲା

Oct 11, 2026 - 20:41
flood: ନେପାଳରେ ପୁଣି ଆକସ୍ମିକ ବନ୍ୟା, ୩୫ରୁ ଅଧିକ ଘର ଓ ସେତୁ ଭାସିଗଲା

"କାଠମାଣ୍ଡୁ: ନେପାଳର ଗୋରଖା ଜିଲ୍ଲାରେ ରବିବାର ଭୋରରୁ ବୁଢ଼ୀ ଗଣ୍ଡକୀ ନଦୀରେ ଆକସ୍ମିକ ବନ୍ୟା ଆସି ବ୍ୟାପକ କ୍ଷୟକ୍ଷତି ଘଟାଇଛି।

ବନ୍ୟାରେ ୩୫ରୁ ଅଧିକ ଘର ଓ ଏକାଧିକ ସେତୁ ଭାସିଯାଇଥିବା ବେଳେ ଜଳବିଦ୍ୟୁତ୍ ପ୍ରକଳ୍ପର ନିର୍ମାଣସ୍ଥଳ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି।

ଅନେକ ସ୍ଥାନରେ ବିଦ୍ୟୁତ୍ ଓ ଯୋଗାଯୋଗ ବ୍ୟବସ୍ଥା ପ୍ରଭାବିତ ହୋଇଛି।

ନଦୀକୂଳରେ ରହୁଥିବା ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଚାଲିଯିବାକୁ ନେପାଳ ସରକାର ସତର୍କ କରାଇଛନ୍ତି।Advertisment ଆହୁରି ପଢନ୍ତୁ :Agniveer jobs: ସେନାରୁ ଫେରିଲା ପରେ ଅଗ୍ନିବୀରଙ୍କୁ କେଉଁଠି ମିଳିବ ଚାକିରି; ଜାଣନ୍ତୁ କ"ଣ ରହିଛି ବ୍ୟବସ୍ଥା ଗୋରଖା ଜିଲ୍ଲାର ଚୁମନୁବ୍ରି ଗ୍ରାମାଞ୍ଚଳରେ ଏହି ବନ୍ୟା ଆସିଛି।

ରବିବାର ଭୋର ପ୍ରାୟ ୪ଟାରୁ ନଦୀର ଜଳସ୍ତର ହଠାତ୍ ବଢ଼ିବା ଆରମ୍ଭ କରିଥିଲା।

ସକାଳ ୪ଟା ୩୫ ମିନିଟ୍‌ରେ ବଡ଼ ବନ୍ୟା ଆସିଥିବା ସୂଚନା ମିଳିଥିବା ଗୋରଖାର ମୁଖ୍ୟ ଜିଲ୍ଲା ଅଧିକାରୀ କହିଛନ୍ତି।

ପ୍ରାଥମିକ ସୂଚନା ଅନୁଯାୟୀ, ଭୂସ୍ଖଳନ ଯୋଗୁଁ ନଦୀର ଜଳପ୍ରବାହ ଅବରୋଧ ହୋଇଥିଲା।

ପରେ ଏହି ଅବରୋଧ ଭାଙ୍ଗିଯିବାରୁ ହଠାତ୍ ପ୍ରବଳ ବେଗରେ ଜଳ ତଳମୁଣ୍ଡକୁ ମାଡ଼ି ଆସିଥିବା ଅନୁମାନ କରାଯାଉଛି।

ତେବେ ବନ୍ୟାର ପ୍ରକୃତ କାରଣ ଜାଣିବା ପାଇଁ ବୈଷୟିକ ଯାଞ୍ଚ ଚାଲିଛି।

ନେପାଳର ଜାତୀୟ ବିପର୍ଯ୍ୟୟ ପ୍ରଶମନ ଓ ପରିଚାଳନା ପ୍ରାଧିକରଣ କହିଛି ଯେ ଏହି ବନ୍ୟା ବର୍ଷା ଯୋଗୁଁ ହୋଇନାହିଁ।

ଆହୁରି ପଢନ୍ତୁ :Fighter jets Indi: ଏଫ୍‌-୩୫ ବିକ୍ରି ପାଇଁ ଆମେରିକାର ଔପଚାରିକ ପ୍ରସ୍ତାବ ଆସିନାହିଁ: ବାୟୁସେନା ମୁଖ୍ୟ ସଂସ୍ଥାର ତଥ୍ୟ ଅନୁଯାୟୀ, ରବିବାର ସକାଳ ୬ଟା ୩୦ ମିନିଟ୍‌ରେ ନଦୀର ଜଳସ୍ତର ୩.୬୬ ମିଟର ଥିବାବେଳେ ସକାଳ ୮ଟା ୪୦ ମିନିଟ୍‌ରେ ଏହା ୮.୪୩ ମିଟରରେ ପହଞ୍ଚିଥିଲା।

ନଦୀର ବିପଦ ସଙ୍କେତ ୫ ମିଟର ଥିବାରୁ ପରିସ୍ଥିତିର ଗମ୍ଭୀରତା ଅନୁମାନ କରାଯାଇପାରେ।

ବନ୍ୟାରେ ଜଳସ୍ତର ମାପିବା କେନ୍ଦ୍ର ଓ ଏହା ସହ ସଂଯୁକ୍ତ ସେତୁ ମଧ୍ୟ ଭାସିଯାଇଛି।

ବନ୍ୟାରେ ଅନେକ ଘର ଓ ସେତୁ ନଷ୍ଟ ହୋଇଥିବାବେଳେ କିଛି ଲୋକ ନିଖୋଜ ଥିବା ଖବର ମିଳିଛି।

ସେନା ଓ ଅନ୍ୟ ଉଦ୍ଧାରକାରୀ ଦଳ ହେଲିକପ୍ଟର ଏବଂ ସ୍ଥଳପଥରେ ଉଦ୍ଧାର କାର୍ଯ୍ୟ ଚଳାଇଛନ୍ତି।

ଗୋରଖା ସହ ପଡ଼ୋଶୀ ଧାଦିଂ ଜିଲ୍ଲାକୁ ସଂଯୋଗ କରୁଥିବା ଏକ ରାଜପଥ ସେତୁ ମଧ୍ୟ ଭାସିଯାଇଛି।

ଗୋରଖା, ତନାହୁଁ, ଚିତୱନ ଏବଂ ପୂର୍ବ ଓ ପଶ୍ଚିମ ନୱାଲପରାସି ଜିଲ୍ଲାର ନଦୀକୂଳବାସୀଙ୍କୁ ସତର୍କ କରାଯାଇଛି।

ଅଗଷ୍ଟରେ ନେପାଳ-ତିବ୍ବତ ସୀମାନ୍ତରେ ହୋଇଥିବା ଭୟଙ୍କର ବନ୍ୟାରେ ୧୪୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ପରେ ଏହି ନୂଆ ବିପର୍ଯ୍ୟୟ ନେପାଳର ଉଦ୍ଧାର ଓ ପୁନର୍ବାସ କାର୍ଯ୍ୟକୁ ଆହୁରି ଜଟିଳ କରିଛି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।