Flood Hits Sorada: ଋଷିକୁଲ୍ୟା ନଦୀରେ ବଢ଼ିଲା ପାଣି; ବୁଡ଼ିଲା ସହର, ଯୋଗାଯୋଗ ବିଛିନ୍ନ

Oct 29, 2026 - 08:44
Flood Hits Sorada: ଋଷିକୁଲ୍ୟା ନଦୀରେ ବଢ଼ିଲା ପାଣି; ବୁଡ଼ିଲା ସହର, ଯୋଗାଯୋଗ ବିଛିନ୍ନ

ଗଞ୍ଜାମ ସୋରଡାରେ ବନ୍ୟା।

ବାତ୍ୟା ଅର୍ଣ୍ଣବ ପ୍ରଭାବରେ ଗଞ୍ଜାମ ଜିଲ୍ଲାରେ ପ୍ରବଳ ବର୍ଷା ହେଉଛି।

ସୋରଡାରେ ୩ ଦିନ ହେଲା ଲାଗିରହିଛି ପ୍ରବଳରୁ ଅତି ପ୍ରବଳ ବର୍ଷା।

ଏହା ଫଳରେ ଋଷିକୁଲ୍ୟା ନଦୀର ଜଳସ୍ତର ବଢ଼ି ବନ୍ୟା ପରିସ୍ଥିତି ଉପୁଜିଛି।

Advertisment ସୋରଡା ସହରର ଆଦର୍ଶ କଲୋନୀ ,ମଠ ସାହି, କାଳୀ ମନ୍ଦିର ସାହି ଭଳି ବିଭିନ୍ନ ଅଞ୍ଚଳରେ ବନ୍ୟା ପାଣି ଆସି ଜଳମଗ୍ନ ହୋଇରହିଛି।

ଅନେକ ଲୋକ ଏବେବି ଜଳବନ୍ଦୀ ଘେରରେ ରହିଛନ୍ତି।

ସେହିଭଳି ସୋରଡା ବ୍ଲକର ପାଲକାଟୁ, ନୂଆଗାଁ, ତତାବାଲି, ସୁରମଣୀ, ଭଳି ବହୁତ ଗାଁରେ ବନ୍ୟାଜଳ ପଶିଯାଇଛି।

ସୋରଡାକୁ ଯୋଗାଯୋଗ ବିଛିନ୍ନ ହୋଇ ରହିଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।