04 SEPTEMBER 2026

Welcome!

Unlock your personalized experience.
Sign Up

Foreign Currency : ବିଦେଶୀ ମୁଦ୍ରା ଭଣ୍ଡାର ୧୦.୫ ବିଲିଅନ ଡଲାର ବଢ଼ିଲା

Aug 07, 2026 - 22:46
Foreign Currency : ବିଦେଶୀ ମୁଦ୍ରା ଭଣ୍ଡାର ୧୦.୫ ବିଲିଅନ ଡଲାର ବଢ଼ିଲା

ମୁମ୍ବାଇ : ଜୁଲାଇ ୩୧ରେ ଶେଷ ହୋଇଥିବା ସପ୍ତାହରେ ଭାରତର ବିଦେଶୀ ମୁଦ୍ରା ଭଣ୍ଡାରରେ ୧୦.୫ ବିଲିଅନ ଡଲାରର ବଡ଼ ବୃଦ୍ଧି ଦେଖିବାକୁ ମିଳିଛି । ଏଥିଯୋଗୁ ଦେଶର ବିଦେଶୀ ମୁଦ୍ରା ଭଣ୍ଡାର ୬୯୨.୮୭ ବିଲିଅନ ଡଲାର ସ୍ତରରେ ପହଞ୍ଚିଛି । ଗତ ଦୁଇ ମାସରୁ ଅଧିକ ସମୟ ମଧ୍ୟରେ ବିଦେଶୀ ମୁଦ୍ରା ଭଣ୍ଡାର ସର୍ବୋଚ୍ଚ ସ୍ତରକୁ ଯାଇଛି ।

CRPF: ଜୀବନ ହାରୁଛନ୍ତି ସିଆର୍‌ପିଏଫ୍‌ ଯବାନ: ୨୦୨୫ରେ ୫୯ ଯବାନଙ୍କ ଜୀବନହାନି

ଆଲୋଚ୍ୟ ସପ୍ତାହରେ ବିଦେଶୀ ମୁଦ୍ରା ପରିସମ୍ପତ୍ତି (ଏଫ୍‌ସିଏ) ୮.୭୫ ବିଲିଅନ ଡଲାର ବୃଦ୍ଧି ଘଟି ୫୬୪.୬୮ ବିଲିଅନ ଡଲାରରେ ପହଞ୍ଚିଥିବାବେଳେ ଗଚ୍ଛିତ ସୁନା ମୂଲ୍ୟ ୧.୬୯ ବିଲିଅନ ଡଲାର ବୃଦ୍ଧି ଘଟି ୧୦୪.୭୪ ବିଲିଅନ ଡଲାରରେ, ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠିରେ ସ୍ପେସାଲ ଡ୍ରଇଂ ରାଇଟ୍‌ସ (ଏସ୍‌ଡିଆର୍‌) ୪୮ ନିୟୁତ ଡଲାର ବୃଦ୍ଧି ଘଟି ୧୮.୬୭ ବିଲିଅନ ଡଲାର ସ୍ତରରେ ରହିଛି । ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ପ୍ରକାଶିତ ତଥ୍ୟ ଅନୁଯାୟୀ, ଜୁଲାଇ ୩୧ର ପୂର୍ବ ସପ୍ତାହରେ ବିଦେଶୀ ମୁଦ୍ରା ଭଣ୍ଡାରରେ ୬.୧ ବିଲିଅନ ଡଲାର ବୃଦ୍ଧି ଘଟି ୬୮୨.୩୫ ବିଲିଅନ ଡଲାରରେ ରହିଥିଲା ।

ଉଲ୍ଲେଖଯୋଗ୍ୟ ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଆରମ୍ଭ ପୂର୍ବରୁ ଭାରତର ବିଦେଶୀ ମୁଦ୍ରା ଭଣ୍ଡାର ରେକର୍ଡ ୭୨୮.୪୯୪ ବିଲିଅନ ଡଲାର ଛୁଇଁଥିଲା । କିନ୍ତୁ ପରବର୍ତ୍ତୀ ପର୍ଯ୍ୟାୟରେ ଏଥିରେ ହ୍ରାସ ଓ ଅସ୍ଥିରତା ଦେଖାଯାଇଥିଲା । ବିଦେଶୀ ମୁଦ୍ରା ଭଣ୍ଡାରରେ ସ୍ଥିରତା ବଜାୟ ରଖିବା ପାଇଁ ରିଜର୍ଭ ବ୍ୟାଙ୍କ ଡଲାର ବିକ୍ରି କରିବାରୁ ସ୍ଥିତି ବିଗିଡ଼ିଥିଲା। କିନ୍ତୁ ଏବେ ଏଥିରେ ସୁଧାର ଆସିଛି ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।