Former Choudwar Jail Officer Alleges Sexual Harassment: ସୁଶାନ୍ତ ନାଥଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ, ଚୌଦ୍ୱାର ଥାନାରେ ମାମଲା
ଚୌଦ୍ୱାର ସର୍କଲ ଜେଲର ପୂର୍ବତନ ମହିଳା ଜେଲରଙ୍କ ସାଂଘାତିକ ଅଭିଯୋଗ ପରେ ରୁଜୁ ହୋଇଛି ମାମଲା।
କେସ୍ ରୁଜୁ ନେଇ ଗୃହ ବିଭାଗରକୁ ଅବଗତ କରାଇଛି କମିଶନରେଟ ପୋଲିସ୍।
ପୂର୍ବତନ ମହିଳା ଜେଲର୍ ଜଣକ ଗତକାଲି ଚୌଦ୍ୱାର ଥାନାରେ ଲିଖିତ ଅଭିଯୋଗ କରିଥିଲେ।
ଅଭିଯୋଗ ଅନୁଯାୟୀ, ଗତବର୍ଷ ଜେଲ୍ ଡିଜିଙ୍କ ବନ୍ଧୁ ବୋଲି ପରିଚୟ ଦେଇ କୁଲଦୀପ ରଥ ନାମକ ଜଣେ ବ୍ୟକ୍ତି, ଜେଲ୍ ପରିଦର୍ଶନ ସମୟରେ ତାଙ୍କ ମୋବାଇଲ୍ ନମ୍ବର ନେଇଥିଲେ।
ପରେ ମେସେଜ୍ ପଠାଇବା ସହ ହୋଟେଲ୍ ରେ ଏକାକୀ ଭୋଜନ ପାଇଁ ନିମନ୍ତ୍ରଣ ଦେଇଥିଲେ।
ଜେଲ୍ ଡିଜି ତାଙ୍କୁ ଏକାକୀ ଭେଟିବାକୁ ଚାହୁଁଥିବା କୁହାଯାଇଥିଲେ ମଧ୍ୟ ସେ ଏହାକୁ ପ୍ରତ୍ୟାଖ୍ୟାନ କରିବା ସହ ଥାନାର ଦ୍ୱାରସ୍ଥ ହୋଇଛନ୍ତି।
ଏହି ଅଭିଯୋଗ ଆଧାରରେ ଚୌଦ୍ୱାର ଥାନାରେ କେସ୍ ନମ୍ବର ୭୧୩/୨୦୨୬ ରୁଜୁ ହୋଇଛି।
BNSର ଧାରା ୭୫(୨), ୩୫୧(୨) ଓ ୩(୫) ଅନୁଯାୟୀ ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।
Advertisment ଜଣେ ଡିଜି ପାହ୍ୟାର ବରିଷ୍ଠ ଆଇପିଏସ ଅଫିସରଙ୍କ ବିରୋଧରେ ଏଭଳି ଅଭିଯୋଗ ରାଜ୍ୟରେ ପ୍ରଥମ ବୋଲି କୁହାଯାଉଛି।
ପୂର୍ବତନ ପୋଲିସ ଡିଜିଙ୍କ କହିବା ଅନୁସାରେ ପୋଲିସ ମାମଲା ରୁଜୁ କରିବା ପୂର୍ବରୁ ନିହାତି ଭାବେ ତଦନ୍ତ କରିଥିବ।
ପ୍ରାଥମିକ ପ୍ରମାଣ ପାଇବା ପରେ ହିଁ ତାଙ୍କ ବିରୋଧରେ ଏଭଳି ସଂଗୀନ ଦଫାରେ ମାମଲା ରୁଜୁ ହୋଇଛି।
ଅପରପକ୍ଷରେ ସୁଶାନ୍ତ ନାଥଙ୍କ ବିରୋଧରେ କର୍ମକ୍ଷେତ୍ରରେ ଯୌନ ନିର୍ଯାତନା, ପଦବୀର ଅପବ୍ୟବହାର, ଅପରାଧିକ ଧମକ ଓ ଜୀବନ ପ୍ରତି ବିପଦ ସୃଷ୍ଟି କରିବା ଭଳି ଅଭିଯୋଗ ଆସିବା ପରେ ଆକ୍ସନ ମୋଡରେ ରାଜ୍ୟ ସରକାର।
ତୁରନ୍ତ ସୁଶାନ୍ତ ନାଥଙ୍କୁ ଜେଲ୍ ଡିଜି ପଦରୁ ହଟାଇ ଗୃହ ବିଭାଗର ଓଏସଡି ଭାବେ ବଦଳି କରାଯାଇଛି।
ଏଥିସହ ଏଡିଜି ସନ୍ତୋଷ ବାଲାଙ୍କୁ ଜେଲ୍ ବିଭାଗ ଦାୟିତ୍ବ ଦେଇଛନ୍ତି ରାଜ୍ୟ ସରକାର।
ଗୋଟିଏ ପଟେ ଯୌନ ନିର୍ଯାତନା ଭଳି ସଂଗୀନ ଦଫାରେ ଛନ୍ଦି ହୋଇପଡିଥିବା ସୁଶାନ୍ତ ନାଥଙ୍କୁ ଲାଗିଛି ଆଉ ଏକ ଝଟକା।
ସଂସଦୀୟ କମିଟି ପକ୍ଷରୁ ଓଡ଼ିଶାର ଜେଲ୍ ସୁରକ୍ଷା ନେଇ ଉଦବେଗ ପ୍ରକାଶ କରାଯିବା ସହ ଏ ସମ୍ବନ୍ଧରେ ଆସନ୍ତା ୩ ତାରିଖରେ ଗୃହ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ ଶର୍ମା ଓ ସୁଶାନ୍ତ ନାଥଙ୍କୁ ହାଜର ପାଇଁ କମିଟି ନୋଟିସ୍ ହୋଇଛି।
୨୦୨୫ ଅକ୍ଟୋବର ୨ ତାରିଖରେ ଚୌଦ୍ବାର ସର୍କଲ ଜେଲରୁ ଦୁଇ ବିହାରୀ କଏଦୀ ଚମ୍ପଟ ମାରିବା ପରେ ଜେଲ ସୁରକ୍ଷା ନେଇ ଉଠିଥିଲା ପ୍ରଶ୍ନ।
ପରେ ପରେ ସନ୍ଦେହ ଘେରରେ ଥିବା ପୂର୍ବତନ ଚୌଦ୍ବାର ଜେଲ ଅଧୀକ୍ଷକ ସୁଜିତ ରାଉଳ ଗିରଫ ଘଟଣା ସନ୍ଦେହକୁ ଆହୁରି ଦୃଢୀଭୂତ କରିଥିଲା।
ଏହାରି ଭିତରେ ଖୋଲାଖୋଲି ଭାବେ ସୁଜିତଙ୍କୁ ଜେଲ ଡିଜି ସୁଶାନ୍ତ ନାଥ ସୁରକ୍ଷା ଦେଉଥିବା ସାଂସଦ ସୁଜିତ କୁମାର ଅଭିଯୋଗ କରିଥିଲେ।
Advertisment
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।