Fourth Day of Ruckus in Odisha Assembly: ଚତୁର୍ଥ ଦିନରେ ବି ଅଚଳ ବିଧାନସଭା, ମାତ୍ର ୪ ମିନିଟ୍ ଚାଲିଲା ଗୃହ
ବିଧାନସଭା ମୌସୁମୀ ଅଧିବେଶନର ଚତୁର୍ଥ ଦିନରେ ବି ଗୃହ ଅଚଳ। ଗତ ତିନି ଦିନ ହେଲାଣି ବିରୋଧୀ ଦଳ ସଦସ୍ୟମାନଙ୍କ ହଟ୍ଟଗୋଳ ଯୋଗୁଁ ସୁରୁଖୁରୁରେ ଚାଲି ପାରୁନି ଗୃହକାର୍ଯ୍ୟ।
ଆଜି ଚତୁର୍ଥ ଦିନରେ ମଧ୍ୟ ଏମଏମଡିଆର ପ୍ରସଙ୍ଗରେ ବିରୋଧୀ ବିଜେଡି ଓ କଂଗ୍ରେସ ସଦସ୍ୟଙ୍କ ହୋହଲ୍ଲା ଯୋଗୁଁ ଗୃହରେ ଅଚଳାବସ୍ଥା ଦେଖାଦେବା ପରେ ଗୃହକୁ ମୁଲତବୀ ଘୋଷଣା କରିଛନ୍ତି ଉପବାଚସ୍ପତି ଭବାନୀ ଶଙ୍କର ଭୋଇ। ଆଜି ମାତ୍ର ୪ ମିନିଟ୍ ଚାଲି ପାରିଛି ଗୃହ। ମାତ୍ର ୪ ମିନିଟ୍ ର ପ୍ରଶ୍ନୋତ୍ତର ପରେ ମୁଲତବି କରିଛନ୍ତି ଉପବାଚସ୍ପତି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।