Fraud: ନକଲି ଆଇଏଏସ୍‌ ଅଫିସର୍‌ ସାଜି ଭାଇ-ଭଉଣୀଙ୍କ ଠକେଇ

Aug 27, 2026 - 22:43
Fraud: ନକଲି ଆଇଏଏସ୍‌ ଅଫିସର୍‌ ସାଜି ଭାଇ-ଭଉଣୀଙ୍କ ଠକେଇ

"ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ଅଶୋକନଗର ଜିଲ୍ଲାରେ ନକଲି ଆଇଏଏସ୍‌ ଅଧିକାରୀ ସାଜି ଲୋକଙ୍କୁ ସରକାରୀ ଚାକିରିର ପ୍ରଲୋଭନ ଦେଖାଇ ୯.୮ ଲକ୍ଷ ଠକିଥିବା ଅଭିଯୋଗରେ ଜଣେ ମହିଳା ଓ ତାଙ୍କ ଭାଇଙ୍କୁ ଗିରଫ କରାଯାଇଛି।

ଅଭିଯୁକ୍ତ ତୃପ୍ତି ସିଂହ ରାଜପୁତ ଓ ତାଙ୍କ ଭାଇ ସୁଧାଂଶୁ ରାଜପୁତଙ୍କୁ ଚନ୍ଦେରୀ ପୁଲିସ ଗିରଫ କରିଛି।Advertisment ପୁଲିସ ଅନୁଯାୟୀ, ଅଭିଯୁକ୍ତମାନେ ଠକମିର ଶିକାର ହୋଇଥିବା ଲୋକଙ୍କ ମନରେ ବିଶ୍ବାସ ସୃଷ୍ଟି କରିଥିଲେ ଯେ ତୃପ୍ତି ମଧ୍ୟପ୍ରଦେଶ ପର୍ଯ୍ୟଟନ ବିଭାଗର ଅତିରିକ୍ତ ନିର୍ଦ୍ଦେଶକ ଓ ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟର ମୁଖ୍ୟ।

ସେମାନେ ଭଲ ଦରମାର ସରକାରୀ ଚାକିରି ଦେବାର ପ୍ରତିଶ୍ରୁତି ଦେଇ ପ୍ରତ୍ୟେକ ବ୍ୟକ୍ତିଙ୍କଠାରୁ ୩ ଲକ୍ଷ ଟଙ୍କା ଦାବି କରୁଥିଲେ।

ଠକାମିର ଶିକାର ହୋଇଥିବା ଲୋକମାନେ ୭ ଏପ୍ରିଲ ୨୦୨୫ରେ ଚନ୍ଦେରୀରେ ଅଭିଯୁକ୍ତଙ୍କୁ ନଗଦ ୯.୮ ଲକ୍ଷ ଟଙ୍କା ଓ ନିଜର ବିଭିନ୍ନ ଦଲିଲପତ୍ର ଦେଇଥିଲେ।

ପରେ ଆଉ୨ ଲକ୍ଷ ଦେବାକୁ ମଧ୍ୟ ସେମାନେ ପ୍ରତିଶ୍ରୁତି ଦେଇଥିଲେ।

Fake Excise Office ମଦ ଦୋକାନରୁ ୫ହଜାର ଟଙ୍କା ବଟି ମାଗି ନକଲି ଅବକାରୀ ଅଧିକାରୀ ଗିରଫ ତେବେ ପ୍ରାୟ ତିନି ମାସ ପୂର୍ବେ ଠକାମିର ଶିକାର ଲୋକମାନେ ଚାକିରି ନ ମିଳିବାରୁ ପୁଲିସରେ ଅଭିଯୋଗ କରିଥିଲେ।

ଅଶୋକନଗର ଏସ୍‌ପି ରାଜୀବ ମିଶ୍ରଙ୍କ ନିର୍ଦ୍ଦେଶରେ ପୁଲିସ ଏକ ଯୋଜନା କରିଥିଲା।

ଠକାମିର ଶିକାର ଲୋକମାନଙ୍କୁ ଅଭିଯୁକ୍ତଙ୍କ ସହ କଥାବାର୍ତ୍ତା କରିବାକୁ ଏବଂ ନୂଆ ଚାକିରି ଆଶାୟୀ ପ୍ରାର୍ଥୀ ଥିବା କହି ସେମାନଙ୍କୁ ପୁଣି ଚନ୍ଦେରୀକୁ ଡାକିବାକୁ କୁହାଯାଇଥିଲା।

ଏହାପରେ ତୃପ୍ତି ଚନ୍ଦେରୀରେ ପହଞ୍ଚିଥିଲେ।

ସେଠାରେ ପୁଲିସ ତାଙ୍କୁ ଓ ତାଙ୍କ ଭାଇଙ୍କୁ ଗିରଫ କରିଥିଲା।

ଏହି ମାମଲାରେ ସେମାନଙ୍କର ଦୁଇଜଣ ସହଯୋଗୀ ତନୁଜ ବୈଶ୍ୟ ଓ ଅଞ୍ଜଳି ସିଂହଙ୍କ ନାମ ମଧ୍ୟ ରହିଛି।

ତଦନ୍ତର ଅଂଶ ଭାବେ ପୁଲିସ ତୃପ୍ତିଙ୍କଠାରୁ ଦାମୀ ମୋବାଇଲ୍ ଫୋନ୍ ଓ ଏକ କାର୍ ଜବତ କରିଛି।

ଏଥିସହ ଅଭିଯୁକ୍ତମାନେ ଭୋପାଳରେ ଯେଉଁ ସ୍ଥାନରେ ଲୁଚିଥିଲେ ସେଠାକୁ ସେମାନଙ୍କୁ ନେଇ ତଦନ୍ତ କରାଯାଉଛି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।