From Gen Z to Manufacturing: ଜେନ୍ ଜି ପାଇଁ ମୋଦିଙ୍କ ବଡ଼ ପଦକ୍ଷେପ, ଆସିଲା ସପ୍ତଧାରା ରୋଡମ୍ୟାପ୍

Aug 15, 2026 - 10:43
From Gen Z to Manufacturing: ଜେନ୍ ଜି ପାଇଁ ମୋଦିଙ୍କ ବଡ଼ ପଦକ୍ଷେପ, ଆସିଲା ସପ୍ତଧାରା ରୋଡମ୍ୟାପ୍

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସ୍ୱାଧୀନତା ଦିବସ ଅଭିଭାଷଣର ମୁଖ୍ୟ କେନ୍ଦ୍ରବିନ୍ଦୁରେ ଥିଲା ଜେନ୍ ଜି ଙ୍କର ଆକାଂକ୍ଷା ଏବଂ ଯୁବ ଶକ୍ତିର ସାମର୍ଥ୍ୟ। ଗତ ମାସରେ ପରୀକ୍ଷା ପ୍ରଶ୍ନପତ୍ର ଲିକ୍‌କୁ ନେଇ ବ୍ୟାପକ ଛାତ୍ର ଆନ୍ଦୋଳନ ପରେ ମୋଦିଙ୍କ ଏହି ଅଭିଭାଷଣ ଆସିଛି। ସାତଟି ବିନ୍ଦୁକୁ ନେଇ ଗଠିତ ‘ସପ୍ତଧାରା’ ସଂସ୍କାର ଢାଞ୍ଚା କଥା କହିଛନ୍ତି ମୋଦି । ୨୦୪୭ ସୁଦ୍ଧା ‘ବିକଶିତ ଭାରତ’ ଲକ୍ଷ୍ୟ ଦିଗରେ ଦ୍ରୁତ ଗତିରେ ଆଗକୁ ବଢୁଥିବା ଓ ଦେଶ ସମ୍ମୁଖୀନ ହେଉଥିବା ସୁଯୋଗ ଓ ଆହ୍ୱାନ ଉଭୟକୁ ସ୍ପଷ୍ଟ ଭାବେ ସେ କରିଛନ୍ତି।

ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣର ଅନ୍ୟତମ ପ୍ରମୁଖ ରାଜନୈତିକ ବାର୍ତ୍ତା ଥିଲା ନୀତି ନିର୍ଦ୍ଧାରଣରେ ମହିଳାଙ୍କ ପ୍ରତିନିଧିତ୍ୱ। ମହିଳା ସଂରକ୍ଷଣ ବିଲ୍‌କୁ ନେଇ ଜାରି ରହିଥିବା ଅଚଳାବସ୍ଥା ମଧ୍ୟରେ ମୋଦି ବିରୋଧୀ ଦଳଗୁଡ଼ିକୁ ମତଭେଦ ପଛରେ ରଖି ସଂସଦ ଏବଂ ବିଧାନସଭାରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ସଂରକ୍ଷଣ ସୁନିଶ୍ଚିତ କରିବାକୁ ଆହ୍ୱାନ ଦେଇଛନ୍ତି।

ପ୍ରଧାନମନ୍ତ୍ରୀ ମୋଦିଙ୍କ ସ୍ୱାଧୀନତା ଦିବସ ଅଭିଭାଷଣର ମୁଖ୍ୟାଂଶ

୧) ଯୁବପିଢ଼ି ପାଇଁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଆଉଟ୍‌ରିଚ୍
ପ୍ରାୟ ୭୫ ମିନିଟ୍ ଧରି ଚାଲିଥିବା ମୋଦିଙ୍କ ଅଭିଭାଷଣର ଏକ ପ୍ରମୁଖ ବିଷୟ ଥିଲା ଦେଶର ଯୁବପିଢ଼ି। ଜେନ୍ ଜି ଙ୍କୁ ଆକୃଷ୍ଟ କରିବା ପାଇଁ ସେ ଅନେକ ପଦକ୍ଷେପ ଘୋଷଣା କରିଛନ୍ତି। ଏକ କୋଟି ଯୁବକ-ଯୁବତୀଙ୍କୁ ଏଆଇ କୌଶଳରେ ପ୍ରଶିକ୍ଷଣ ଏବଂ ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ମାଗଣା ଅନଲାଇନ୍ କୋଚିଂ ମୋଦିଙ୍କ ପ୍ରମୁଖ ଘୋଷଣା ମଧ୍ୟରେ ରହିଛି। ମୋଦି କହିଛନ୍ତି ଯେ ମାଗଣା କୋଚିଂ ପଦକ୍ଷେପ ବିଶେଷ କରି ଗରିବ ଓ ମଧ୍ୟବିତ୍ତ ପରିବାରଙ୍କ ଆର୍ଥିକ ବୋଝ ହ୍ରାସ କରିବା ଉଦ୍ଦେଶ୍ୟରେ ନିଆଯାଇଛି।

୨) ସପ୍ତଧାରା ଭିଜନ୍
‘ବିକଶିତ ଭାରତ’ ଗଠନ ପାଇଁ ଏକ ନୂଆ ଢାଞ୍ଚା ଭାବେ ମୋଦି ସାତଟି ବିନ୍ଦୁକୁ ନେଇ ‘ସପ୍ତଧାରା’ ରୋଡମ୍ୟାପ୍ ଉପସ୍ଥାପନ କରିଛନ୍ତି। ଏହାକୁ ପ୍ରାଚୀନ ‘ସପ୍ତ ସିନ୍ଧୁ’ ବା ସାତଟି ନଦୀର ଉଲ୍ଲେଖ ସହ ତୁଳନା କରାଯାଇଛି।

କ) ଉତ୍ପାଦନ ଶକ୍ତି – ଉପାଦାନଠାରୁ ଆରମ୍ଭ କରି ପ୍ରସ୍ତୁତ ଉତ୍ପାଦ ପର୍ଯ୍ୟନ୍ତ ଭାରତକୁ ଏକ ବିଶ୍ୱସ୍ତରୀୟ ଉତ୍ପାଦନ କେନ୍ଦ୍ର ଭାବେ ଗଢ଼ି ତୋଳିବାକୁ ପ୍ରଧାନମନ୍ତ୍ରୀ ଆହ୍ୱାନ ଦେଇଛନ୍ତି।
ଖ) କୃଷି ଓ ଖାଦ୍ୟ – ମିଲେଟ୍, ମସଲା ଏବଂ ଫଳ ଭଳି ଦେଶୀ ଉତ୍ପାଦକୁ ବିଶ୍ୱ ବଜାରରେ ପହଞ୍ଚାଇବା ସହିତ ଭାରତକୁ ଏକ ବିଶ୍ୱସ୍ତରୀୟ ଖାଦ୍ୟ ଶକ୍ତିକେନ୍ଦ୍ରରେ ପରିଣତ କରିବାକୁ ଚାଷୀମାନଙ୍କୁ ମୋଦି ଆହ୍ୱାନ ଦେଇଛନ୍ତି। 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।