From Glass House to Open Enclosure: କ୍ୱାରେଣ୍ଟାଇନ ପରେ ଖୋଲା ପରିବେଶରେ ରହିବେ ୫ ଓରାଙ୍ଗଉଟାନ!

Sep 15, 2026 - 13:46
From Glass House to Open Enclosure: କ୍ୱାରେଣ୍ଟାଇନ ପରେ ଖୋଲା ପରିବେଶରେ ରହିବେ ୫ ଓରାଙ୍ଗଉଟାନ!

ନନ୍ଦନକାନନରେ ଥିବା ୫ ଓରାଙ୍ଗଉଟାନଙ୍କୁ ଖୁବଶୀଘ୍ର କାଚ ଘରୁ ଖୋଲା ଏନକ୍ଲୋଜରକୁ ସ୍ଥାନାନ୍ତର କରାଯାଇପାରେ। ନୂଆ ପରିବେଶ ସହ ସେମାନେ ଯେପରି ଧୀରେ ଧୀରେ ଖାପ ଖୁଆଇ ପାରିବେ, ସେଥିପାଇଁ ନନ୍ଦନକାନନ କର୍ତ୍ତୃପକ୍ଷ ଯୋଜନା ପ୍ରସ୍ତୁତ କରୁଛନ୍ତି।

ବର୍ତ୍ତମାନ ୫ ଓରାଙ୍ଗଉଟାନଙ୍କୁ କ୍ୱାରେଣ୍ଟାଇନରେ ରଖାଯିବ। ସେମାନଙ୍କ ସ୍ୱାସ୍ଥ୍ୟ, ଆଚରଣ ଓ ପରିବେଶ ସହ ଖାପ ଖୁଆଇବାର କ୍ଷମତାକୁ ନଜରରେ ରଖାଯିବ। ସମସ୍ତ ଆବଶ୍ୟକୀୟ ଯାଞ୍ଚ ପରେ ହିଁ ସେମାନଙ୍କୁ ଖୋଲା ଏନକ୍ଲୋଜରକୁ ନେବା ନେଇ ନିଷ୍ପତ୍ତି ହେବ।

ଖୋଲା ଏନକ୍ଲୋଜରରେ ଓରାଙ୍ଗଉଟାନମାନେ ପ୍ରାକୃତିକ ପରିବେଶର ଅନୁଭୂତି ପାଇପାରିବେ। ତେବେ ପର୍ଯ୍ୟଟକଙ୍କ ସୁରକ୍ଷା ଓ ଓରାଙ୍ଗଉଟାନଙ୍କ ସୁରକ୍ଷିତ ରହିବାକୁ ଦୃଷ୍ଟିରେ ରଖି ଏହି ଅଞ୍ଚଳରେ ପର୍ଯ୍ୟଟକଙ୍କ ପାଇଁ କିଛି କଟକଣା ରହିବ।

ବିଶେଷକରି ଓରାଙ୍ଗଉଟାନଙ୍କ ନିକଟକୁ ପର୍ଯ୍ୟଟକଙ୍କ ପ୍ରବେଶ, ଭିଡ଼ ଓ ଅନ୍ୟାନ୍ୟ କାର୍ଯ୍ୟକଳାପ ଉପରେ ନଜର ରଖାଯିବ। ପ୍ରାଣୀମାନେ ଯେପରି ଚାପମୁକ୍ତ ପରିବେଶରେ ରହିପାରିବେ, ସେଥିପାଇଁ ଆବଶ୍ୟକ ନିୟମ ଲାଗୁ କରାଯିବ।

ବାଲେଶ୍ୱର ଅଞ୍ଚଳରୁ ଉଦ୍ଧାର ହୋଇଥିବା ଏହି ୫ ଓରାଙ୍ଗଉଟାନଙ୍କୁ ନନ୍ଦନକାନନରେ ରଖାଯିବା ପରେ ସେମାନଙ୍କ ଯତ୍ନ ଓ ସୁରକ୍ଷାକୁ ନେଇ ବିଶେଷ ବ୍ୟବସ୍ଥା କରାଯାଇଛି। ଆଗାମୀ ଦିନରେ ସେମାନଙ୍କୁ ଖୋଲା ଏନକ୍ଲୋଜରକୁ ନିଆଯିବ କି ନାହିଁ, ତାହା କ୍ୱାରେଣ୍ଟାଇନ୍‌ ଅବଧିର ରିପୋର୍ଟ ଓ ବିଶେଷଜ୍ଞଙ୍କ ପରାମର୍ଶ ଉପରେ ନିର୍ଭର କରିବ।

ଓପନ ଏନକ୍ଲୋଜରକୁ ଯିବେ ଓରାଙ୍ଗଉଟାନ..
ନନ୍ଦନକାନନରେ ଓପନ ଏନକ୍ଲୋଜରକୁ ଯାଇପାରନ୍ତି ଓରାଙ୍ଗଉଟାନ...
କାଚ ଘରୁ ଓପନ ଏନକ୍ଲୋଜରକୁ ଯାଇପାରନ୍ତି ୫ ଓରାଙ୍ଗଉଟାନ...
ପରିବେଶ ସହ ଖାପ ଖୁଆଇବା ପାଇଁ କର୍ତ୍ତୃପକ୍ଷ ଯୋଜନା କରୁଛନ୍ତି...
ଓରାଙ୍ଗଉଟାନ କ୍ବାରେଣ୍ଟାଇନରେ ରହିବେ...
ପର୍ଯ୍ୟଟକଙ୍କ ପାଇଁ ରହିବ କଟକଣା...

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।