From IT Professional To Mayoral Candidate: ଆମେରିକା ରାଜନୀତିରେ ଓଡ଼ିଆ ପୁଅଙ୍କ ବଡ଼ ପଦକ୍ଷେପ, ମେୟର ପଦ ପାଇଁ ଲଢ଼ୁଛନ୍ତି ସନ୍ତୋଷ

Nov 02, 2026 - 15:01
From IT Professional To Mayoral Candidate: ଆମେରିକା ରାଜନୀତିରେ ଓଡ଼ିଆ ପୁଅଙ୍କ ବଡ଼ ପଦକ୍ଷେପ, ମେୟର ପଦ ପାଇଁ ଲଢ଼ୁଛନ୍ତି ସନ୍ତୋଷ

ଆମେରିକା ରାଜନୀତିରେ ଏବେ ଚର୍ଚ୍ଚାରେ ଓଡ଼ିଆ ପୁଅ।

ବିଦେଶ ମାଟିରେ ନିଜ ପରିଚୟ ତିଆରି କରିବା ପରେ ଏବେ ରାଜନୀତି ମୈଦାନରେ ପାଦ ଥାପିଛନ୍ତି ସନ୍ତୋଷ ସାହୁ।

କାଲିଫର୍ଣ୍ଣିଆର ପ୍ରମୁଖ ସିଲିକନ୍ ଭ୍ୟାଲି ସହର ମିଲପିଟାସର ମେୟର ପଦ ପାଇଁ ସେ ନିର୍ବାଚନ ଲଢ଼ୁଛନ୍ତି।

ଆସନ୍ତାକାଲି ଏହି ନିର୍ବାଚନ ପାଇଁ ଭୋଟ୍‌ ଗ୍ରହଣ ହେବ।

Advertisment ସନ୍ତୋଷଙ୍କ ଏହି ନିର୍ବାଚନୀ ଲଢ଼େଇ କେବଳ ଏକ ରାଜନୈତିକ ପ୍ରତିଦ୍ୱନ୍ଦ୍ୱିତା ନୁହେଁ, ବରଂ ବିଦେଶ ମାଟିରେ ଜଣେ ଓଡ଼ିଆଙ୍କ ନେତୃତ୍ୱ ନେବାର ଆକାଂକ୍ଷାକୁ ମଧ୍ୟ ପ୍ରତିଫଳିତ କରୁଛି।

ତାଙ୍କର ନିର୍ବାଚନୀ ଏଜେଣ୍ଡାରେ ରହିଛି ସହରର ଆଇନଶୃଙ୍ଖଳା ବ୍ୟବସ୍ଥାକୁ ମଜବୁତ କରିବା, ନଗର ନିଗମ ବଜେଟର ସଠିକ୍ ପରିଚାଳନା ଏବଂ ପ୍ରଶାସନରେ ସ୍ୱଚ୍ଛତା ଆଣିବା।

ଏହାସହ ଜନସାଧାରଣଙ୍କୁ ଉନ୍ନତ ସେବା ଯୋଗାଇବା ଓ ସହରକୁ ଏକ ସ୍ଥାୟୀ ନେତୃତ୍ୱ ଦେବା ଉପରେ ସେ ଗୁରୁତ୍ୱ ଦେଇଛନ୍ତି।

ଜଣେ ଆଇଟି ବିଶେଷଜ୍ଞ ଭାବେ ପରିଚିତ ସନ୍ତୋଷ ବିଗତ ୨୦ ବର୍ଷ ଧରି ଆମେରିକାରେ ରହି ଆସୁଛନ୍ତି।

Advertisment ଆଇଟି କ୍ଷେତ୍ରରୁ ରାଜନୀତି ମୈଦାନକୁ ତାଙ୍କର ଏହି ଯାତ୍ରା ଏବେ ଓଡ଼ିଆ ସମାଜରେ ଉତ୍ସୁକତା ସୃଷ୍ଟି କରିଛି।

ଏବେ ସମସ୍ତଙ୍କ ନଜର ଆସନ୍ତାକାଲିର ଭୋଟ୍‌ ଉପରେ।

ମିଲପିଟାସବାସୀ ସନ୍ତୋଷଙ୍କ ଉପରେ ଭରସା କରୁଛନ୍ତି କି ନାହିଁ, ତାହା ନିର୍ବାଚନ ଫଳାଫଳ ପରେ ସ୍ପଷ୍ଟ ହେବ।

ବିଦେଶ ମାଟିରେ ଓଡ଼ିଆ ପୁଅଙ୍କ ଏହି ରାଜନୈତିକ ପଦକ୍ଷେପ ନିଶ୍ଚିତ ଭାବେ ଓଡ଼ିଶା ପାଇଁ ଗର୍ବର ବିଷୟ।

ଆମେରିକା ରାଜନୀତି ମୈଦାନରେ ଓଡିଆ ପୁଅ।

ମେୟର ନିର୍ବାଚନ ପାଇଁ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି ସନ୍ତୋଷ ସାହୁ।

କାଲିଫର୍ଣ୍ଣିଆର ପ୍ରମୁଖ ସିଲିକନ୍ ଭ୍ୟାଲି ସହର ମିଲପିଟାସର ମେୟର ପଦବୀ ପାଇଁ ନିର୍ବାଚନ ଲଢ଼ୁଛନ୍ତି।

ଆସନ୍ତାକାଲି ହେବ ଭୋଟ ଗ୍ରହଣ।

ତାଙ୍କର ନିର୍ବାଚନୀ ମୁଦ୍ଦା ରହିଛି ସହରର ଆଇନ ଶୃଙ୍ଖଳା ରକ୍ଷା, ନଗର ନିଗମ ବଜେଟର ସଠିକ୍ ପରିଚାଳନା, ସ୍ୱଚ୍ଛତା, ଜନସାଧାରଣଙ୍କ ସେବା ।

ଏକ ସ୍ଥାୟୀ ନେତୃତ୍ୱ ପ୍ରଦାନ କରିବାକୁ ସେ ଲକ୍ଷ୍ୟ ରଖିଛନ୍ତି।

ସନ୍ତୋଷ ଜଣେ ଆଇଟି ଏକ୍ସପର୍ଟ ବିଗତ ୨୦ ବର୍ଷ ହେବ ଆମେରିକାରେ ରହି ଆସୁଛନ୍ତି।

ବିଦେଶ ମାଟିରେ ଜଣେ ଓଡ଼ିଆ ଯୁବକଙ୍କ ଏପରି ରାଜନୈତିକ ପଦକ୍ଷେପ ଓଡ଼ିଶା ପାଇଁ ଗର୍ବର ବିଷୟ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।