Gadakana Dumping Yard ଦଶହରାରେ ଗାଡ଼କଣ ଡମ୍ପିଂ ୟାର୍ଡକୁ ଅଳିଆ ଗାଡ଼ି ବନ୍ଦ ଦାବି, ନହେଲେ ଅନଶନ ଚେତାବନୀ
"ଭୁବନେଶ୍ୱର: ସୈନିକ ସ୍କୁଲ୍ ନିକଟରେ ଥିବା ଟିଟିଏସ୍ର ଗାଡ଼କଣ ଅଳିଆଗଦାରେ ପୂଜା ସମୟରେ ଅଳିଆ ଜମା ନକରିବାକୁ ସ୍ଥାନୀୟ ବାସିନ୍ଦା ଦାବି କରିଛନ୍ତି।
ଏହି ମର୍ମରେ ସେମାନେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ସଦସ୍ୟ ସଚିବଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି।
Advertisment ଭୁବନେଶ୍ବର: "ମୋ ବସ୍"ରେ ଯାତ୍ରା କଲେ ନଗର ଉନ୍ନୟନ ମନ୍ତ୍ରୀ ଡାକ୍ତର କୃଷ୍ଣଚନ୍ଦ୍ର ମହାପାତ୍ର।
ମାଷ୍ଟର କ୍ୟାଣ୍ଟିନରୁ ଗାଡ଼କଣା ଯାଏ କରୁଛନ୍ତି ଯାତ୍ରା।ଦାବିପତ୍ରରେ, ସୈନିକ ସ୍କୁଲ ନିକଟରୁ ଅଳିଆ ଗଦା ହଟାଇବା ଯାଏଁ କୌଣସି ଅଳିଆ ଡମ୍ପିଂ ନକରିବା ପାଇଁ ଦାବି କରାଯlଇଛି।
ଯଦି ଅଳିଆ ଗାଡ଼ି ପ୍ରବେଶ ବନ୍ଦ ନହୁଏ ତେବେ ଦଶହରା ସମୟରେ ବାଧ୍ୟ ହୋଇ ଅଭିଯାନ ପଲ୍ୟୁସନ ବୋର୍ଡ ଆଗରେ ଅନଶନ ରେ ବସିବା ସହ ଅଳିଆ ଗଦା ନିକଟରେ ଆନ୍ଦୋଳନ କରିବ l Hockey: ବିଶ୍ବର ସର୍ବବୃହତ ଷ୍ଟାଡିୟମର ପାର୍କିଂ ଏବେ ଡମ୍ପିଂୟାର୍ଡ୍ : ପାହାଡ଼ ସଦୃଶ ଅଳିଆଗଦା, କୁତ୍ରିମ ପୋଖରୀର ଭ୍ରମ ସୈନିକସ୍କୁଲ ବଞ୍ଚାଅ ଓ ଅଳିଆଗଦା ହଟାଅ ଅଭିଯାନର କର୍ମକର୍ତ୍ତାମାନେ କହିଛନ୍ତି, କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ବେଆଇନ ବିଷାକ୍ତ ଅଳିଆ ଗଦା ହଟାଇବାକୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଜଣାଇଛନ୍ତି l ଏହାପୂର୍ବରୁ "ଅଭିଯାନ" ପକ୍ଷରୁ ଅନେକ ଧାରଣା, ବିକ୍ଷୋଭ ଓ ଅନଶନ କରାଯାଇଛି।
ବହୁ ବିଳମ୍ବରେ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଏକ ତାଗିଦ ଭରା ଚିଠି ଲେଖି ବିଏମ୍ସିକୁ ଅଳିଆ ଗଦା ହଟାଇବାକୁ ସମୟ ଦେଇଛି।
ଅଳିଆ ଗଦାର ବିଷାକ୍ତ ଗ୍ୟାସ ଓ ପ୍ରଦୂଷଣ ଯୋଗୁଁ ସେହି ଅଂଚଳର ଅନେକ ଲୋକଙ୍କ ମୃତ୍ୟୁ ସହି ବିଭିନ୍ନ ମାରାତ୍ମକ ରୋଗରେ ପୀଡିତ ହୋଇଛନ୍ତି l Mountain : ସୈନିକ ସ୍କୁଲ ଟିଟିଏସ୍ରେ ଆବର୍ଜନାର ପାହାଡ଼ଦାବିପତ୍ର ପ୍ରଦାନ ସମୟରେ ବାସୁଦେବ ଭଟ୍ଟ, ଅଶୋକ ପାଇକରାୟ, ପ୍ରସନ୍ନ ବିଷୋୟୀ, ଦିଲୀପ ଦlଶଶର୍ମା, ସନ୍ଦୀପ୍ତ ଦାସ, ସଙ୍କର୍ଷଣ ବାରିକ ,ସଞ୍ଜୟ ମଲ୍ଲିକ, ଲଲାଟ ଜେନା ପ୍ରମୁଖଉପସ୍ଥିତ ଥିଲେ।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।