Gangrape: ନିଶ୍ଚିନ୍ତକୋଇଲି ସୁକରପଡାରେ ଯୁବତୀଙ୍କୁ ଗଣଦୁଷ୍କର୍ମ ଘଟଣା: ୫ ଗିରଫ, ଜଣେ ଏବେ ବି ଫେରାର

Aug 13, 2026 - 11:37
Gangrape: ନିଶ୍ଚିନ୍ତକୋଇଲି ସୁକରପଡାରେ ଯୁବତୀଙ୍କୁ ଗଣଦୁଷ୍କର୍ମ ଘଟଣା: ୫ ଗିରଫ, ଜଣେ ଏବେ ବି ଫେରାର

"ନିିଶ୍ଚିନ୍ତକୋଇଲି: କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଥାନା ଅଞ୍ଚଳରେ ମଙ୍ଗଳବାର ବିଳମ୍ବିତ ରାତିରେ ଜଣେ ଯୁବତୀଙ୍କୁ ଗଣଦୁଷ୍କର୍ମ ହେଵା ଘଟଣାରେ ୫ ଅଭିଯୁକ୍ତ ଗିରଫ ହେଇଛନ୍ତି।

ଅନ୍ୟ ଜଣେ ଅଭିଯୁକ୍ତ ଏବେ ବି ଫେରାର ରହିଛି।

ତାକୁ ଧରିବା ପାଇଁ ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି।

ତେବେ ମାମଲାର ସମ୍ବେଦନଶୀଳତାକୁ ଦୃଷ୍ଟିରେ ରଖି ପୁଲିସ ଗିରଫ ଅଭିଯୁକ୍ତମାନଙ୍କ ନାମ ଏବେ ପ୍ରକାଶ କରିବାକୁ ମନା କରିଛି।

ସୂଚନାରୁ ପ୍ରକାଶ, ମଙ୍ଗଳବାର ବିଳମ୍ବିତ ରାତିରେ ଜଣେ ଯୁବକ ଓ ତାଙ୍କ ବାନ୍ଧବୀ ଏକ କାର୍‌ରେ କେନ୍ଦ୍ରାପଡ଼ା ଯାଉଥିବା ବେଳେ କାର ଚଳାଉଥିବା ଯୁବକ କ୍ଲାନ୍ତ ଅନୁଭବ କରିବାରୁ କଟକ-ଚାନ୍ଦବାଲି ରାସ୍ତା ପାର୍ଶ୍ବ ସୁକରପଡା ପୁର୍ତ୍ତ ବିଭାଗ ଡାକବଙ୍ଗଳା ନିକଟରେ ଗାଡ଼ି ରଖିଥିଲେ।

ଗାଡ଼ି ଭିତରେ ଯୁବକ ଜଣକ କିଛି ସମୟ ଶୋଇ ଯାଇଥିଲେ।Advertisment ରାତି ପ୍ରାୟ ୩ଟାରୁ ସାଢେ ୩ଟା ମଧ୍ୟରେ ୪ରୁ ୬ଜଣ ଆସାମାଜିକ ଯୁବକ ସେଠାରେ ପହଞ୍ଚି କାରର କାଚ ଭାଙ୍ଗି ଯୁବକଙ୍କୁ ମାଡମାରି ଯୁବତୀଙ୍କୁ ନିକଟସ୍ଥ ଏକ ପରିତ୍ୟକ୍ତ ଗୃହକୁ ଟେକି ନେଇ ଦୁଷ୍କର୍ମ କରିଥିଲେ।

ସଂପୃକ୍ତ ଅସାମାଜିକ ଯୁବକମାନେ ଯୁବତୀଙ୍କୁ ଅନ୍ୟ ଏକ କାରରେ ନେଇଯାଉଥିଲା ବେଳେ ପୁରୁଷ ବନ୍ଧୁ ସେମାନଙ୍କୁ ନିଜ କାରରେ ପିଛା କରିଥିଲେ।

କଟିକଟା ନିକଟରେ ସଂପୃକ୍ତ ଯୁବତୀଙ୍କ ଚିତ୍କାର ଶୁଣି ସ୍ଥାନୀୟ ଲୋକ ଓ ଯୁବତୀଙ୍କ ବନ୍ଧୁ ଦୁର୍ବୃତ୍ତଙ୍କ ଗାଡିକୁ ଅଟକାଇ ଥିଲେ।

କାର ଛାଡ଼ି ଅସାମାଜିକ ଯୁବକମାନେ ଦୌଡି ପଳାଉଥିବା ବେଳେ ସେମାନଙ୍କ ମଧ୍ୟରୁ ଜଣକୁ ସ୍ଥାନୀୟ ଲୋକେ କାବୁ କରି ନେଇଥିଲେ।

ଆହୁରି ପଢନ୍ତୁ: https://sambad.in/crime/cuttack-gang-rape-case-two-arrested-police-search-four-accused-12253784 ନିଶ୍ଚିନ୍ତକୋଇଲି ଥାନା ପୁଲିସ ସେଠାରେ ପହଞ୍ଚି ଦୁର୍ବୃତ୍ତକୁ ହେପାଜତକୁ ନେବା ସହିତ ଯୁବକ-ଯୁବତୀଙ୍କୁ ନିଶ୍ଚିନ୍ତକୋଇଲି ଥାନାକୁ ନେଇଥିଲା।

ପୀଡିତାଙ୍କ ଅଭିଯୋଗକୁ ଭିତ୍ତିକରି ନିଶ୍ଚିନ୍ତକୋଇଲି ଥାନା ପୁଲିସ୍‌ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

ପୀଡ଼ିତାଙ୍କ ଡାକ୍ତରୀ ମାଇନା କରାଯାଇଛି।

ଆହୁରି ପଢନ୍ତୁ: Pakistan: ଆତଙ୍କବାଦୀଙ୍କ ସହ ମଞ୍ଚରେ ପୂର୍ବତନ ପାକିସ୍ତାନୀ ମନ୍ତ୍ରୀ: ହାଫିଜ୍ ସଇଦର ପ୍ରଶଂସା କରି ଭାରତକୁ ଦେଲେ ବୃଥା ଧମକ କଟକ ଗ୍ରାମା‌ଞ୍ଚଳ ଏସ୍‌ .ପି ବିନିତ୍ ଅଗ୍ରୱାଲ୍, ଅତିରିକ୍ତ ଏସ୍‌ .ପି ପ୍ରଦୀପ୍ତ କୁମାର ସାହୁ, ସାଲେପୁର ଏସ୍‌ଡିପିଓ ବିର‌ଞ୍ଚି ନାରାୟଣ ପତି ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲେ।

ଏସ୍‌ .ପିଙ୍କ ନିର୍ଦ୍ଦେଶରେ ପୁଲିସ୍‌ ୪ଟି ଟିମ୍ ଗଠନ କରି ଦୁର୍ବୃତ୍ତଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢଉ କରିଥିଲା ଡିଏସ୍‌ପି ପ୍ରତିମା ବେହେରା ଘଟଣାର ତଦନ୍ତ ଭାର ନେଇଛନ୍ତି।

ପୀଡିତାଙ୍କ ଘର କେନ୍ଦ୍ରାପଡା ସଦରଥାନା ଅ‌ଞ୍ଚଳରେ ହୋଇଥିବା ବେଳେ ତାଙ୍କ ପୁରୁଷ ବନ୍ଧୁଙ୍କ ଘର ନୟାଗଡ ଜିଲ୍ଲା ଫତେଗଡ ଥାନା ଅଞ୍ଚଳରେ।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।