Ganjam Flood Disaster: ବନ୍ୟା ନେଲା ସବୁକିଛି! ଘରଦ୍ୱାରଠୁ ବ୍ୟବସାୟ, ସବୁ ଉଜାଡ଼ିଦେଲା ଗଞ୍ଜାମର ଜଳପ୍ରଳୟ

Oct 31, 2026 - 14:53
Ganjam Flood Disaster: ବନ୍ୟା ନେଲା ସବୁକିଛି! ଘରଦ୍ୱାରଠୁ ବ୍ୟବସାୟ, ସବୁ ଉଜାଡ଼ିଦେଲା ଗଞ୍ଜାମର ଜଳପ୍ରଳୟ

ବାତ୍ୟା ଅର୍ଣ୍ଣବ ପରେ ଆସିଥିବା ଭୟଙ୍କର ବନ୍ୟା ଛାରଖାର କରିଦେଲା ଗଞ୍ଜାମ ।

ଜିଲ୍ଲାର ଆର୍ଥିକ ପେଣ୍ଠସ୍ଥଳ ଆସିକା କଥା ତ କହିଲେ ନସରେ, ଲୋକଙ୍କ ଘର, ବ୍ୟବସାୟ ବାଣିଜ୍ୟ ସବୁକିଛି ଧୋଇନେଲା ଜଳପ୍ରଳୟ।

ମାଡ଼ି ଆସିଲା ୬ ଫୁଟର ପାଣି ଆଉ ବୁଡ଼ାଇଦେଲା ଲୋକଙ୍କ ସ୍ବପ୍ନ ଓ ଆଗାମୀ ଭବିଷ୍ୟତ।

ଦେଖନ୍ତୁ ଏହି ମେଡିସିନ ଦୋକାନକୁ।

ବନ୍ୟା ପାଣି ଛାଡ଼ିବା ପରେ ଦୋକାନର ଅବସ୍ଥା ଦେଖିବାକୁ ଆସିଥିଲେ ବ୍ୟବସାୟୀ।

ହେଲେ ଯାହା ଦେଖିଲେ ତାଙ୍କ ଛାତି ଫାଟିଗଲା।

ପ୍ରାୟ ୧୦ ଲକ୍ଷର ଉର୍ଦ୍ଧ୍ବ ଟଙ୍କାର ଔଷଧକୁ କାଦୁଅ ତଳେ ପୋତି ଦେଇଥିଲା ଏ ବନ୍ୟା।

ପରିବାରର ଏକମାତ୍ର ରୋଜଗାର ଉତ୍ସକୁ ଧୋଇଦେଲା।

ଏବେ କଣ କରିବେ କାହାକୁ କହିବେ ବୁଝି ପାରୁନାହାନ୍ତି ସିଏ ।

ଏ ଦୃଶ୍ୟ ଉପରେ ବି ନଜର ପକାନ୍ତୁ।

ବନ୍ୟା ଛାଡ଼ିବା ପରେ ଘରକୁ ଫେରିଛନ୍ତି ଲୋକେ।

ହେଲେ ଘରର ଯାହା ଅବସ୍ଥା ହୋଇଛି ତାହାକୁ ଦେଖି ଭାଙ୍ଗି ପଡ଼ିଛନ୍ତି।

ଘରେ ଭିତରେ ବନ୍ୟା ପାଣି ପସି ଆଉ କିଛି ରଖିନାହିଁ।

ଆସବାବ ପତ୍ର ଠାରୁ ନେଇ ବାସନ କୁସନ ସବୁକିଛି ଉପରେ ଚରି ଯାଇଛି କାଦୁଅର ବଳୟ।

ବ୍ୟବସାୟରେ ଲାଗୁଥିବା ଡାଲା ଅଟୋକୁ ମୋଡ଼ି ମକଚି ମାଟିରେ ପୋତିଦେଇଥିଲା ବନ୍ୟା।

ଏମିତି ଦୁର୍ଦ୍ଦଶା କରିଛି ଯେ ଏବେ ପରିବାରକୁ ଅଣ୍ଟା ସଳଖିବାକୁ କେତେ ସମୟ ଲାଗିବ ତାହା କହିବା ମୁସ୍କିଲ୍।

୨୦୧୮ରେ ତିତିଲି ବାତ୍ୟା ସମୟରେ ଶେଷଥର ପାଇଁ ଗଞ୍ଜାମରେ ହୋଇଥିଲା ବନ୍ୟା।

ହେଲେ ଏଥରର ସ୍ଥିତି ସବୁଠାରୁ ବଳିଗଲା।

ଜୁଆଡେ ଦେଖିବେ ନଦୀର ଭ୍ରମ ସୃଷ୍ଟି କରୁଛି ସହର।

ରାସ୍ତାଘାଟ, ଦୋକାନ ବଜାର ଏବଂ ଲୋକଙ୍କ ଘର ଭିତରେ ବନ୍ୟା ଜଳ ପ୍ରବେଶ କରିବା ଫଳରେ ଜନଜୀବନ ସମ୍ପୂର୍ଣ୍ଣ ଅସ୍ତବ୍ୟସ୍ତ ହୋଇପଡ଼ିଛି।

ଜିଲ୍ଲାରେ NDRF, ODRAF ଏବଂ ଅଗ୍ନିଶମ ବାହିନୀର ୧୦୦ ରୁ ଅଧିକ ଟିମ୍ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି।

Advertisment

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।