GDP: ବିଶ୍ୱବ୍ୟାଙ୍କ ଆକଳନ, ଭାରତର ଅଭିବୃଦ୍ଧି ୭.୧% ରହିବ

Oct 06, 2026 - 22:52
GDP: ବିଶ୍ୱବ୍ୟାଙ୍କ ଆକଳନ, ଭାରତର ଅଭିବୃଦ୍ଧି ୭.୧% ରହିବ

"ନୂଆଦିଲ୍ଲୀ: ୨୦୨୬-୨୭ ଆର୍ଥିକ ବର୍ଷରେ ଭାରତର ଅର୍ଥନୈତିକ ଅଭିବୃଦ୍ଧି ବା ଜିଡିପି ୭.୧ ପ୍ରତିଶତ ରହିବ ବୋଲି ବିଶ୍ୱବ୍ୟାଙ୍କ ଆକଳନ କରିଛି।

ଅଭିବୃଦ୍ଧି ହାର ୬.୬ ପ୍ରତିଶତ ରହିବ ବୋଲି ଏହା ପୂର୍ବରୁ ବିଶ୍ୱବ୍ୟାଙ୍କ ପୂର୍ବାନୁମାନ କରିଥିଲା।

ତେଣୁ ପୂର୍ବ ଆକଳନ ତୁଳନାରେ ଏଥିରେ ୦.୫ ପ୍ରତିଶତ ବୃଦ୍ଧି କରାଯାଇଛି।Advertisment ଦେଶରେ ଘରୋଇ ଚାହିଦା, ଶିଳ୍ପ ଏବଂ ସେବା କ୍ଷେତ୍ରର ଦୃଢ଼ ପ୍ରଦର୍ଶନ ଅର୍ଥନୀତିର ଅଭିବୃଦ୍ଧିକୁ ଗତିଶୀଳ କରୁଛି।

ଏହାସହ ଆଗାମୀ ଆର୍ଥିକ ବର୍ଷରେ ମଧ୍ୟ ଭାରତର ଅର୍ଥନୀତି ଦୃଢ଼ ଗତିରେ ଆଗକୁ ବଢ଼ିବ ବୋଲି କୁହାଯାଇଛି।

ବିଶ୍ୱବ୍ୟାଙ୍କ ଆହୁରି ଆକଳନ କରିଛି ଯେ, ୨୦୨୭-୨୮ ଆର୍ଥିକ ବର୍ଷରେ ଭାରତର ଜିଡିପି ଅଭିବୃଦ୍ଧି ୭.୨ ପ୍ରତିଶତ ରହିପାରେ।

IMF's praise: ଆଇଏମ୍‌ଏଫ୍‌ର ପ୍ରଶଂସା: ଭାରତ ବିଶ୍ବ ଅଭିବୃଦ୍ଧିର ଇଞ୍ଜିନ୍‌, ନୂଆ ଜିଡିପି ହିସାବ ପଦ୍ଧତିକୁ ସ୍ବାଗତ କୃତ୍ରିମ ବୁଦ୍ଧିମତ୍ତା (ଏଆଇ)ର ବ୍ୟବହାର ଏବଂ ଉତ୍ପାଦକତା ବୃଦ୍ଧି ଭାରତର ଭବିଷ୍ୟତ ଅର୍ଥନୈତିକ ବିକାଶରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇପାରେ ବୋଲି ମଧ୍ୟ ବିଶ୍ୱବ୍ୟାଙ୍କ ସୂଚାଇଛି।

ବିଶ୍ୱବ୍ୟାଙ୍କର ଏହି ନୂଆ ଆକଳନ ଭାରତୀୟ ଅର୍ଥନୀତିର ଦୃଢ଼ତାକୁ ଦର୍ଶାଉଛି।

ତେବେ ଅର୍ଥନୀତି ସାମ୍ନାରେ କିଛି ଚ୍ୟାଲେଞ୍ଜ ମଧ୍ୟ ରହିଛି।

ଅଶୋଧିତ ତୈଳ ଦର ବୃଦ୍ଧି, ମୌସୁମୀ ବର୍ଷାରେ ପରିବର୍ତ୍ତନ, ଏଲ୍‌ ନିନୋର ପ୍ରଭାବ ଏବଂ ବିଶ୍ୱ ଅର୍ଥ ବଜାରରେ ଅସ୍ଥିରତା ଭାରତର ଅଭିବୃଦ୍ଧି ଉପରେ ପ୍ରଭାବ ପକାଇପାରେ।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।